ମାହାଙ୍ଗା ଥାନା ଅଧିକାରୀ ବିଜୟ ମଲ୍ଲିକଙ୍କ ବଦଳି, ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମାହୂତି ନେଇ ଚର୍ଚ୍ଚାରେ ଥିଲେ

Published By : Prameya-News7 Bureau | September 04, 2024 IST

ମାହାଙ୍ଗା ୪।୯: ବଦଳିଲେ ମାହାଙ୍ଗା ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକ I କଟକ ନିଆଳି ଥାନାକୁ ବଦଳିଲେ ମାହାଙ୍ଗା ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକ I ମାହାଙ୍ଗା ଥାନାରେ ନିଆଳି ଥାନା ଅଧିକାରୀ ତପନ କୁମାର ରାଉତ ମାହାଙ୍ଗା ଥାନା ଅଧିକାରୀ ଭାବେ ଅବସ୍ଥାପିତ ହୋଇଛନ୍ତି I ମାହାଙ୍ଗା ଆଇଆଇସି ବିଜୟ କୁମାର ମଲ୍ଲିକ ଚର୍ଚ୍ଚାରେ ଥିଲେ I ମାହାଙ୍ଗା ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଘଟଣାରେ କଟକ ଗ୍ରାମାଞ୍ଚଳ ଏସପି ଏଲ୍‌ ଦିବ୍ୟା ଏଭଳିଆକ୍ସନ ନେଇଛନ୍ତି I ତତ୍କାଳୀନ ମାହାଙ୍ଗା ଆଇଆଇସିଙ୍କୁ ବଦଳି କରିଛନ୍ତି ।

ଗତ ଅଗଷ୍ଟ ୧୬ ତାରିଖରେ ରଶ୍ମିତା ଦାସ ନାମକ ଜଣେ ମହିଳା ମାହାଙ୍ଗା ଥାନା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିବା ଏବଂ ପରେ ଏସ୍‌ସିପି ମେଡ଼ିକାଲରେ ମୃତ୍ୟୁ ଘଟଣାରେ ସଂପୃକ୍ତ ଥିଲେ ମାହାଙ୍ଗା ଆଇଆଇସି ବିଜୟ କୁମାର ମଲ୍ଲିକ I ଆତ୍ମହତ୍ୟା ପୂର୍ବରୁ ରଶ୍ମିତା ଦାସ ନିଜେ ମାହାଙ୍ଗା ଆଇଆଇସି ବିଜୟ କୁମାର ମଲ୍ଲିକଙ୍କ ନାଁ ନେଇଥିଲେ । ମାହାଙ୍ଗା ଆଇଆଇସି ଓ ମାହାଙ୍ଗା ଏସ୍‌ଆଇ ଇପ୍ସିତା ପ୍ରିୟଦର୍ଶିନୀ ମୋତେ ଦୁର୍ବ୍ୟହାର କରିବାରୁ ମୁଁ ଆତ୍ମହତ୍ୟା ଉଦ୍ୟମ କରିଥିଲି ବୋଲି ବୟାନ ଦେଇଥିଲେ ।

You Can Read:

ଭୁବନେଶ୍ବର IITର ପଞ୍ଚମ ମହଲାରୁ ଡେଇଁ ଛାତ୍ରୀଙ୍କ ମୃତ୍ୟୁ, ୧୦ଦିନ ପୂର୍ବରୁ ଘରୁ ଫେରି ରହୁଥିଲେ ଚୁପଚାପ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.