ନୂଆଦିଲ୍ଲୀ ୧୨/୧୧: ଗବେଷଣା କ୍ଷେତ୍ରରେ ଆଉ ପାଦେ ଆଗେଇଲା ଜାପାନ । ଐତିହାସିକ ପଦକ୍ଷେପ, ରଚିଲା ଇତିହାସ । ମହାକାଶକୁ ପଠାଇଲା ପ୍ରଥମ କାଠର ଉପଗ୍ରହ । ହାତରେ ରହିପାରୁଥିବା ଛୋଟିଆ ଉପଗ୍ରହର ନା LignoSat । ସ୍ପେସ୍ ଷ୍ଟେସନକୁ ଯିବା ପରେ ଏହା ୪୦୦ କିଲୋମିଟର ଉଚ୍ଚରେ ଅର୍ବିଟକୁ ଛାଡି କକ୍ଷପଥରେ ମୁକ୍ତ ହେବ ।
ସ୍ପେସ୍ ଏକ୍ସର ରକେଟ୍ ସହ ଏହାକୁ କରାଯାଇଛି ଉତକ୍ଷେପଣ । ଏସବୁ କରିବା ପଛରେ ଜାପାନର ଉଦ୍ଦେଶ୍ୟ ବି ରହିଛି ଖାସ୍ । କଣ କାଠରେ ନିର୍ମିତ ଉପଗ୍ରହ ମହାକାଶରେ ପାରୁଛି ତିଷ୍ଠି ? ଏସବୁ ଜାଣିବାକୁ ଚାହିଁଛି ଜାପାନ । ଯଦି ଗବେଷଣା ସଫଳ ହୁଏ ତେବେ ଭବିଷ୍ୟତରେ ଚନ୍ଦ୍ର ଓ ମଙ୍ଗଳରେ ଲୋକଙ୍କଉ ଘର କରିବା ହୋଇଯିବ ସହଜ । କାରଣ ଅନ୍ୟ ଧାତୁ ଅପେକ୍ଷା କାଠ ହାଲୁକା ଓ ନବୀକରଣଯୋଗ୍ୟ ।
ଲିଗ୍ନୋସେଟକୁ ନେଇ ଖୁଲାସା କରିଛନ୍ତି ଜାପାନ ଆଷ୍ଟ୍ରୋନଟ ତାକୋ ଦାଇ । ତାଙ୍କ କହିବା କଥା ଯଦି ସ୍ପେସ୍ ଷ୍ଟେସନ ଓ ମହାକାଶର ବିକିରଣକୁ ସହ୍ୟ କରିପାରେ, ତେବେ ଏହା ଭବିଷ୍ୟତ ପାଇଁ ଭହୁତ ଭଲ । ଖାସ୍ ସେଥିପାଇଁ ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହରେ କାଠ ଉତ୍ପାଦନ ବଢାଇବାକୁ ଚାଲିଛି ଚେଷ୍ଟା ।
କିୟୋଟୋ ବିଶ୍ୱବିଦ୍ୟାଳୟର ବନବିଜ୍ଞାନୀ ପ୍ରଫେସର କୋଜି ମୁରାଟାଙ୍କ କହିବା ମୁତାବକ, ୧୯୯୦ର ପ୍ରାରମ୍ଭରେ କେବଳ କାଠରେ ତିଆରି ହେଉଥିଲା ବିମାନ । ତେଣୁ କାଠରେ ଉପଗ୍ରହ ତିଆରି ହେବା କିଛି ଅସମ୍ଭବ ନୁହେଁ । ଅନ୍ତରୀକ୍ଷରେ କାଠ ସାମଗ୍ରୀ ଅଧିକ ଦିନ ତିଷ୍ଠିଥାଏ, କାରଣ ମହାକାଶରେ ଜଳ, ବାୟୁ, ଅମ୍ଳଜାନ ବା ଅଗ୍ନିର ନାହିଁ ଚିହ୍ନବହ୍ନ ।
ଗଛର କାଠ ଭଳି ଉପଗ୍ରହର ନାମ LignoSat । ଆସନ୍ତା ସପ୍ତାହରେ ଏହା ସ୍ପେସ୍ ଷ୍ଟେସନରୁ ମୁକ୍ତ ହେବ । ଏହା ଛଅ ମାସ ପର୍ଯ୍ୟନ୍ତ ଅର୍ବିଟ ଚାରିପଟରେ ଘୁରିପାରିବ । ମାଇନସ୍ ୧୦୦ ରୁ ୧୦୦ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ଏହାର ହେବ ପରୀକ୍ଷଣ । ପ୍ରତି ୪୫ ମିନିଟରେ ଏହି ଉପଗ୍ରହର ହେବ ଯାଞ୍ଚ । ତେବେ ଏପରି ପରୀକ୍ଷଣ ପରେ ବୈଜ୍ଞାନିକଙ୍କ ବଢିଯାଇଛି ଆତ୍ମବିଶ୍ୱାସ । ସେମାନଙ୍କ ମତରେ ଆଗାମୀ ୫୦ ବର୍ଷରେ ମଧ୍ୟରେ ଚନ୍ଦ୍ର ଓ ମଙ୍ଗଳରେ କାଠ ଉତ୍ପାଦନ ବୃଦ୍ଧିପାଇବ ଏହା ନିସନ୍ଦେହ ।