ନୂଆଦିଲ୍ଲୀ : ଅଲମ୍ପିକ୍ସ ଗେମ୍ସ । ନିଜ ଦେଶରେ କରିବା ପାଇଁ ସବୁ ଦେଶ କରୁଛନ୍ତି ଦାବି । ଏଥିରେ ମଧ୍ୟ ପଛରେ ନାହିଁ ଭାରତ । ୨୦୩୬ ଅଲମ୍ପିକ୍ସ ଗେମ୍ସ ଆୟୋଜନ ପାଇଁ ଦାବି କରୁଛି ଭାରତ । ବର୍ତ୍ତମାନ ଏହି ଦାବିକୁ ସତରେ ପରିଣତ କରିବା ଦିଗରେ ପ୍ରଥମ ପଦକ୍ଷେପ ନେଇଛି ଭାରତ । ରିପୋର୍ଟ ଅନୁଯାୟୀ ଭାରତୀୟ ଅଲିମ୍ପିକ୍ ଆସୋସିଏସନ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିକୁ ଏକ ଚିଠି ଲେଖିଛି । ଏଥିରେ ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବାକୁ ଦାବି କରିଛି । ଏବେ ପ୍ରଶ୍ନ ଉଠୁଛି ଯଦି ଭାରତ ହୋଷ୍ଟ କରେ, ତେବେ କେତେ ଟଙ୍କା ହେବ ଖର୍ଚ୍ଚ ?
ରିପୋର୍ଟ ଅନୁଯାୟୀ ୨୦୧୦ରେ ଭାରତ କମନୱେଲଥ ଗେମ୍ସ ଆୟୋଜନ କରିଥିଲା । ସେତେବେଳେ ଅଲମ୍ପିକ୍ସ ପାଇଁ ଖର୍ଚ୍ଚ ହୋଇଥିଲା ମୋଟ ୧.୪ ବିଲିୟନ ଆମେରିକୀୟ ଡଲାର । ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୧୨ ହଜାର ୬୧୭ କୋଟିରୁ ଅଧିକ । କିନ୍ତୁ କୁହାଯାଏ ଯେ ଅଲମ୍ପିକ୍ସର ପ୍ରକୃତ ବଜେଟ୍ ଏହାଠାରୁ ଥିଲା ଅଧିକ । ପ୍ରାୟ ୭୦ ହଜାର କୋଟି ଟଙ୍କା ଏଥିରେ ହୋଇଥିଲା ଖର୍ଚ୍ଚ । ଏଥିରେ ଭିତ୍ତିଭୂମିଠାରୁ ନେଇ ଦିଲ୍ଲୀ ମେଟ୍ରୋର ସମ୍ପ୍ରସାରଣ ପରି ଅନେକ କାର୍ଯ୍ୟ ସାମିଲ ରହିଥିଲା । କମନୱେଲଥ ଗେମ୍ସରେ ୭୨ଟି ଦେଶ ଏବଂ ୧୮ଟି ଛୋଟ ରାଜ୍ୟ ଅଂଶଗ୍ରହଣ କରିଥିଲେ । କିନ୍ତୁ ଅଲିମ୍ପିକ୍ ଗେମ୍ସ ଏହାଠାରୁ ବହୁତ ବଡ ସ୍ତରରେ ଆୟୋଜିତ ହୋଇଥାଏ ।
ପ୍ରଶ୍ନ ଆସୁଛି ଅଲିମ୍ପିକ୍ସ ଆୟୋଜନ କରିବାକୁ କେତେ ହୁଏ ଖର୍ଚ୍ଚ ? ଯଦି ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪କୁ ଉଦାହରଣ ନିଆଯାଏ ତେବେ ଅଲମ୍ପିକ୍ସ ଆୟୋଜନ ପାଇଁ ସେଠାରେ ମୋଟ ଖର୍ଚ୍ଚ ହୋଇଥିଲା ୯ ବିଲିୟନ ଆମେରିକୀୟ ଡଲାର । ଭାରତୀୟ ମୁଦ୍ରାରେ ଏହି ପରିମାଣ ପ୍ରାୟ ୭୫ ହଜାର ୭୦୫ କୋଟି । ତଥ୍ୟକୁ ଦେଖିଲେ ଜଣାପଡୁଛି କି ପ୍ୟାରିସ୍ ଅଲିମ୍ପିକ୍ ଗେମ୍ସ ବହୁତ ଶସ୍ତାରେ ଆୟୋଜନ ହୋଇଥିଲା । କିନ୍ତୁ ଏହାପୂର୍ବରୁ ଅଲିମ୍ପିକ୍ ଗେମ୍ସ ଆୟୋଜନ କରୁଥିବା ଦେଶମାନେ ଏହାଠାରୁ ଅଧିକ ଅର୍ଥ ଖର୍ଚ୍ଚ କରିଥିଲେ ।
୨୦୦୮ରେ ଚାଇନା ଆୟୋଜିତ କରିଥିଲା ଅଲମ୍ପିକ୍ସ ଗେମ୍ । ଏହି ଗେମ୍କୁ ଇତିହାସର ସବୁଠାରୁ ମହଙ୍ଗା ଅଲିମ୍ପିକ୍ ଗେମ୍ସ ବୋଲି ବିବେଚନା କରାଯାଏ । ୨୦୦୮ ବେଜିଂ ଅଲିମ୍ପିକ୍ସରେ ପ୍ରାୟ ୬.୮ ବିଲିୟନ ଡ଼ଲାର୍ ଖର୍ଚ୍ଚ ହୋଇଥିଲା । କିନ୍ତୁ ଏଥିରେ ବେଜିଂର ନବୀକରଣ ପାଇଁ ବ୍ୟବହାର ହୋଇଥିବା ଅନେକ ହଜାର କୋଟି ଟଙ୍କା ସାମିଲ କରାଯାଇନାହିଁ । ଏକ୍ସପ୍ରେସୱେ ଠାରୁ ନେଇ ଟ୍ରେନ ସୁବିଧା ଏବଂ ଭିତ୍ତିଭୂମି ସମ୍ବନ୍ଧୀୟ କାର୍ଯ୍ୟରେ ଖର୍ଚ୍ଚ ହୋଇଥିବା ଅର୍ଥକୁ ମିଶାଇ ୨୦୦୮ ଅଲିମ୍ପିକ୍ ଗେମ୍ସରେ ଖର୍ଚ୍ଚ ହୋଇଥିଲା ମୋଟ ୪୩ ବିଲିୟନ ଆମେରିକୀୟ ଡଲାର । ଏହି ପରିମାଣ ଭାରତୀୟ ମୁଦ୍ରାରେ ୩ ଲକ୍ଷ ୬୧ ହଜାର ୭୦୩ କୋଟି ଟଙ୍କା ସହିତ ସମାନ । ତେଣୁ ଭାରତରେ ୨୦୨୬ ଅଲମ୍ପିକ୍ସ ଗେମ୍ସ ଖେଳାଗଲେ ବହୁତ ଅଧିକ ମାତ୍ରାରେ ଖର୍ଚ୍ଚ ହେବ ଅର୍ଥ ।