ନୂଆଦିଲ୍ଲୀ ୧୪।୧୧: ଆମେରିକାର ସ୍ପେସ୍ ଏଜେନ୍ସି ନାସା । ଅନେକ ସ୍ପେସ୍ ମିଶନ୍ ଚଳାଉଛି । ଏହି ମିଶନ ଗୁଡିକର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ନେଇଥାନ୍ତି ଆଷ୍ଟ୍ରୋନଟ୍ । କିନ୍ତୁ ଜାଣନ୍ତି କି ନାସା ଆଷ୍ଟ୍ରୋନଟ୍ କେତେ ପାଇଥାନ୍ତି ଦରମା ?
ଆମେରିକାର ସ୍ପେସ୍ ଏଜେନ୍ସି ନାସାରେ କୌଣସି ବି ଆଷ୍ଟ୍ରୋନଟ୍ଙ୍କୁ ଦରମା ମିଶନର ଦାୟିତ୍ବ ଏବଂ ଅଭିଜ୍ଞତା ଆଧାରରେ ଦିଆଯାଇଥାଏ । ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏହାର ଆଷ୍ଟ୍ରୋନଟ୍ଙ୍କୁ କେତେ ଦରମା ଦେଇଥାଏ ତାର ସୂଚନା ଅଫିସିଆଲ୍ ୱେବସାଇଟରେ ଦିଆଯାଇଛି ।
୨୦୨୪ ବର୍ଷର ଆକଳନ ଦର୍ଶାଏ ଯେ ନାସାର ମହାକାଶଚାରୀ ବାର୍ଷିକ ୧ ଲକ୍ଷ ୫୨ ହଜାର ୨୫୮ ଡଲାର ଅର୍ଥାତ୍ ଭାରତୀୟ ମୂଲ୍ୟରେ ୧ କୋଟି ୨୮ ଲକ୍ଷ ୪୯୭ ହଜାର ୬୩ ଟଙ୍କା ପାଇଥାନ୍ତି । ନାସାର ଅଫିସିଆଲ୍ ୱେବସାଇଟରେ କୁହାଯାଇଛି ଯେ ଏହି ଦରମା ୨୦୨୪ ପାଇଁ । ୨୦୨୫ରେ ଏଥିରେ ବୃଦ୍ଦି ହୋଇପାରେ।
ନାସା ଆଷ୍ଟ୍ରୋନଟ୍ ଆମେରିକା ସରକାରଙ୍କ ଜେନେରାଲ୍ ସିଡ୍ୟୁଲ୍ ଫେଡେରାଲ୍ ପେ ସ୍କେଲ୍ ଅନୁଯାୟୀ ଦରମା ନେଇଥାନ୍ତି । ସେମାନେ ପେଡ୍ ହଲିଡେ ଏବଂ ସ୍ୱାସ୍ଥ୍ୟ ସେବାର ସୁବିଧା ମଧ୍ୟ ପାଇଥାନ୍ତି । ନାସାର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ଏହି ସ୍ପେସ୍ ଏଜେନ୍ସିରେ ଆବେଦନ କରିବାକୁ ପ୍ରାର୍ଥୀଙ୍କ ପାଖରେ ଆମେରିକୀୟ ନାଗରିକତା ଥିବା ଆବଶ୍ୟକ ହୋଇଥାଏ ।