ନୂଆଦିଲ୍ଲୀ ୧୩/୧୧: ବର୍ଡର ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆ । ଆସନ୍ତା ନଭେମ୍ୱର ୨୨ରୁ ଖେଳାଯିବ ଟ୍ରଫି । ୫ ମ୍ୟାଚ୍ ବିଶିଷ୍ଟ ଖେଳାଯିବ ଟେଷ୍ଟ ସିରିଜ । ପର୍ଥରେ ଖେଳାଯିବ ଏହି ବର୍ଡର ଗାଭାସ୍କର ଟ୍ରଫି । ନିକଟରେ ଭାରତୀୟ ଟିମ୍କୁ ନିଜ ଘରୋଇ ମାଟିରେ ଶୋଚନୀୟ ପରାଜୟ ଦେଇଥିଲା ନ୍ୟୁଜିଲାଣ୍ଡ ।
ସିରିଜର ଠିକ୍ ପୂର୍ବରୁ ଭାରତୀୟ ଟିମ୍ କୁ ଇଣ୍ଡିଆ-ଏ ବିପକ୍ଷରେ ପ୍ରାକ୍ଟିସ ମ୍ୟାଚ୍ ଖେଳିବାର ଥିଲା । କିନ୍ତୁ ପ୍ରବଳ ଓ୍ୱାର୍ଡଲୋଡ ହେତୁ ମ୍ୟାନେଜ କରିବା ଚକ୍କରେ ମ୍ୟାଚ୍ ରଦ୍ଦ ହୋଇଥିଲା । କିନ୍ତୁ ଅଷ୍ଟ୍ରେଲିଆକୁ ହରାଇବା ପାଇଁ ଭାରତୀୟ ଟିମ୍ ଏବେ ମାଷ୍ଟର ପ୍ଲାନ କରୁଛି । ଓ୍ୱେଷ୍ଟ ଅଷ୍ଟ୍ରେଲିୟାନ ରିପୋର୍ଟ ମୁତାବକ୍ ଭାରତୀୟ ଟିମ୍ ପର୍ଥର ଓ୍ୱାକା ମୈଦାନରେ ପ୍ରାକ୍ଟିସ୍ କରିବ । ଏହି ପ୍ରାକ୍ଟିସ୍ ସେସନକୁ ପୁରା ସିକ୍ରେଟ ରଖାଯିବ ।
ଏମିତିକି ପୁରା ଗ୍ରାଉଣ୍ଡରେ ଲକ୍ଡାଉନ୍ କରାଯିବ । ଯେଉଁଥିପାଇଁ ସାଧାରଣ ଦର୍ଶକ ବି ଦେଖିପାରିବାର ସୁଯୋଗ ପାଇବେନି । ଏହାସହ ମୋବାିଲ୍ ବି ସଂପୂର୍ଣ୍ଣ ବାରଣ ରହିବ । କହିବାକୁ ଗଲେ ପ୍ରାକ୍ଟିସ୍ ବେଳେ ଷ୍ଟାଫ୍ଙ୍କ ମୋବାଇଲ୍ ଫୋନ୍ କରିବାକପ ବି ପରିମଶନ ଦିଆଯିବନି । ସ୍ପେଶାଲ ପ୍ରୋସେସ୍ରେ ଏହି ଅଭ୍ୟାସ ସେସନ କରାଯିବ ।
ସେହିଭଳି କ୍ୟାପଟେନ୍ ରୋହିତ ଶର୍ମା ମଧ୍ୟ କହିଛନ୍ତି ପ୍ରାକ୍ସିସ୍ ମ୍ୟାଚ୍ ପାଇଁ ସ୍ୱତନ୍ତ୍ର ପ୍ଲାନ୍ କରାଯାଇଛି । କାରଣ ଆମ ହାତରେ ମାତ୍ର ୩ ଦିନ ଅଛି । ବ୍ୟକ୍ତିଗତ କାରଣରୁ ରୋହିତ ପ୍ରଥମ ମ୍ୟାଚ୍ରୁ ବାହାର ଅଛନ୍ତି । ସେ କହିଛନ୍ତି ମୋତେ ଜଣାନାହିଁ କି ୩ ଦିନରେ ଓ୍ୱାର୍କଲୋଡକୁ କିପରି ମ୍ୟାନେଜ କରିବୁ । ରୋହିତ ଆହୁରି କହିଛନ୍ତି ଅଭ୍ୟାସ ବେଳେ ବୋଲର ଓ ବ୍ୟାଟର ଅଧିକରୁ ଅଧିକ ପ୍ରାକ୍ଟିସ୍ କରିବାର ସୁଯୋଗ ପାଆନ୍ତୁ ।