କିଭ୍ ୧୩।୧୧: ପ୍ରାୟ ୨ ମାସ ପରେ ଋଷିଆ ୧୩ ନଭେମ୍ବର ବୁଧବାର ୟୁକ୍ରେନ ଉପରକୁ ଆକ୍ରମଣ ତୀବ୍ର କରିଛି। ଏଥିରେ କିଭ ଉପରକୁ ଡ୍ରୋନ ଓ କ୍ଷେପଣାସ୍ତ୍ର ବର୍ଷା କରିଛି। ଏହି ଆକ୍ରମଣ ଯୁଦ୍ଧଭୂମିରେ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ପରେ ହୋଇଛି। ଏଥିରେ ଋଷିୟ ସେନା ପୂର୍ବ ୟୁକ୍ରେନରେ ଆଗକୁ ବଢିବା ଆରମ୍ଭ କରିଛନ୍ତି। ଅପରପଟେ ରିପବ୍ଲିକାନ ପ୍ରାର୍ଥୀ ଆମେରିକାରେ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ୟୁକ୍ରେନକୁ ଏବେ ଆମେରିକା ସହାୟତାର ଚିନ୍ତା ଘାରିଛି।
ବୁଧବାର ଭୋର ପୂର୍ବରୁ କିଭ ଉପରେ ଋଷିଆର ଆକ୍ରମଣ ଆରମ୍ଭ ହୋଇଥିଲା। ଫଳରେ ରାଜଧାନୀବାସୀ ଭୟରେ ଭୂତଳ ଷ୍ଟେସନରେ ଶରଣ ନେବାକୁ ଦୌଡିଥିଲେ। ଏଥିରେ କିଭ ଅଧିକାରୀମାନେ ବ୍ରୋଭେରୀ ଉପନଗରୀୟ ଅଞ୍ଚଳରେ ଜଣେ ବ୍ୟକ୍ତି ଆହତ ହୋଇଥିବାର ସୂଚନା ଦେଇଛନ୍ତି। ଏଠାରେ ପଡିଥିବା ଏକ ଡ୍ରୋନର ଧ୍ୱଂସାବଶେଷ ସଂସ୍ପର୍ଷରେ ଆସିବା ଯୋଗୁ ସମ୍ପୃକ୍ତ ବ୍ୟକ୍ତି ଆହତ ହୋଇଛନ୍ତି। ଜରୁରିକାଳୀନ ଦଳ ବିଭିନ୍ନ ପ୍ରଭାବ ସ୍ଥଳରେ ନିଆଁ ଲିଭାଉଥିବାର ଅଗ୍ନିସମ କର୍ମୀଙ୍କ ଫୋଟ ଜାରି କରିଛନ୍ତି।
ଏହି ସମୟ ଦକ୍ଷିଣ ୟୁକ୍ରେନର ଖେରସାନରେ ଏକ ଅଲଗା ଡ୍ରୋନ ଆକ୍ରମଣ ହୋଇଛି। ଏହି କ୍ଷେତ୍ରକୁ ଋଷିଆ ନିଜର ଅଞ୍ଚଳ ମନେକରେ। ଏହି ଡ୍ରୋନ ଆକ୍ରମଣ ଯୋଗୁ ଜଣେ ୫୨ ବର୍ଷ ବୟଷ୍କା ମହିଳାଙ୍କ ମୃତ୍ୟୁ ହୋଇଥିବା ଗଭର୍ଣ୍ଣର କହିଛନ୍ତି। କିଭରେ ବିମାନ ଆକ୍ରମଣ ଆଲାର୍ମ ଭୋର ପ୍ରାୟ ସାଢେ ୪ଟା ବେଳେ ବାଜିବା ଆରମ୍ଭ କରିଥିଲା। ଏଥିରୁ ଲୋକେ ଆସନ୍ନ କ୍ଷେପଣାସ୍ତ୍ର ଆକ୍ରମଣର ଚେତାବନୀ ପାଇ ନିଜନିଜ ସୁରକ୍ଷିତ ସ୍ଥାନକୁ ପଳାୟନ କରିଥିଲେ।
ଦିନକ ପୂର୍ବରୁ ରାଷ୍ଟ୍ରପତି ଭୋଲଦେମୀର ଜେଲଂସ୍କିଙ୍କ ଗୃହନଗରେ ଉପରେ ହୋଇଥିବା ଋଷୀୟ ଆକ୍ରମଣରେ ଜଣେ ଯୁବକ ତାଙ୍କ ମା ଓ ୩ ସନ୍ତାନଙ୍କ ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ଗତ ସପ୍ତାହରେ ଋଷିଆ ଓ ୟୁକ୍ରେନ ପରସ୍ପର ଉପରକୁ ରାତି ତମାମ ଡ୍ରୋନ ଆକ୍ରମଣ ଚଳାଇଥିଲେ। ଦୀର୍ଘ ମାସ ହେଲା ଋଷିୟା ଚଳାଇଥିବା ଆକ୍ରମଣ ନିମନ୍ତେ ୟୁକ୍ରେନ ପାଶ୍ଚାତ୍ୟ ସହଯୋଗୀଙ୍କୁ ଅଧିକ ଏୟାରଡିଫେନ୍ସ ସିଷ୍ଟମର ଜରୁରି ଆବଶ୍ୟକତା ସମ୍ପର୍କରେ ଜଣାଇଥିଲା। ଏବେ ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ସେଠାରୁ ୟୁକ୍ରେନକୁ ମିଳୁଥିବା ସହାୟତା ବନ୍ଦ ହେବା ଅବସ୍ଥାରେ। କାରଣ ନବ ନିର୍ବାଚିତ ରାଷ୍ଟ୍ରପତି ଏହାକୁ ଆମେରିକା ସଂସାଧନର ଅପଚୟ ବୋଲି ଅତୀତରେ କହିଥିଲେ।