ଜସପ୍ରୀତ ବୁମ୍ରା; ମାତ୍ର ୭ ରନ୍‌ କରି ବ୍ୟାଟରେ ଷ୍ଟିକର ଲଗାଇବାକୁ କଲେ ଅନୁରୋଧ

Published By : Prameya-News7 Bureau | September 23, 2024 IST

ନୂଆଦିଲ୍ଲୀ ୨୩।୦୯: ଟିମ୍‌ ଇଣ୍ଡିଆର ଫାଷ୍ଟ ବୋଲର ଜସପ୍ରୀତ ବୁମରା ଏବେ ଖୁବ୍‌ ଚର୍ଚ୍ଚାରେ । ଚଳିତବର୍ଷ ନେଇଛନ୍ତି ସବୁଠାରୁ ଅଧିକ ଓ୍ବିକେଟ । କିନ୍ତୁ ଏବେ ଅନ୍ୟ କାରଣରୁ ଅଛନ୍ତି ଚର୍ଚ୍ଚାରେ । ସେ ବର୍ତ୍ତମାନ ନିଜ ବ୍ୟାଟିଂଙ୍ଗକୁ ନେଇ ଦେଇଛନ୍ତି ବଡ ମନ୍ତବ୍ୟ । ସେ ସ୍ପନସର ପାଇଁ ପାଇଁ କରିଛନ୍ତି ଡିମାଣ୍ଡ । 

ବୁମରା ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ୪ଟି ୱିକେଟ୍ ଏବଂ ଦ୍ୱିତୀୟ ଇନିଂସରେ ଗୋଟିଏ ୱିକେଟ୍ ନେଇଛନ୍ତି । ଏହି ପ୍ରଥମ ଇନିଂସରେ ସେ କରିଥିଲେ ବ୍ୟାଟିଂ । ବୁମ୍ରା ୯ଟି ବଲ ଖେଳି ୭ ରନ ସ୍କୋର କରିଥିଲେ । ଯେଉଁଥିରେ ଗୋଟିଏ ଚୌକା ମଧ୍ୟ ସାମିଲ ରହିଥିଲା । ବୁମ୍ରା ଏପର୍ଯ୍ୟନ୍ତ ନିଜର ୩୭ଟି ଟେଷ୍ଟ ମ୍ୟାଚରେ ୨୭୮ ରନ୍ ସ୍କୋର କରିଛନ୍ତି । ଯେଉଁଥିରେ ତାଙ୍କର ସର୍ବାଧିକ ସ୍କୋର ରହିଛି ୩୪ ରନ୍ । 

କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଏତେ ପ୍ରସିଦ୍ଧ ପ୍ଲେୟର ହୋଇ ମଧ୍ୟ ବୁମରାଙ୍କ ବ୍ୟାଟରେ ଲାଗିନି କୌଣିସି ସ୍ପନସରସିପ୍‌ ଷ୍ଟିକର । ପ୍ରଥମ ଇନିଂସ ଶେଷ ହେବା ପରେ ବୁମରା କହିଛନ୍ତି ଯେ ବର୍ତ୍ତମାନ ସେ ଅଳ୍ପ ବହୁତ ରନ କରିଛନ୍ତି । ଆଶା କରାଯାଉଛି କି ତାଙ୍କ ବ୍ୟାଟ୍ ଉପରେ ଷ୍ଟିକର ଲଗାଇବା ପାଇଁ ନୂଆ ସ୍ପନସର ଡିଲ ମିଳିଯିବ । ବିରାଟ କୋହଲିଙ୍କ ଏମଆରଏଫ ଏବଂ ରୋହିତ ଶର୍ମାଙ୍କର CEAT ସହିତ ଚୁକ୍ତି ରହିଛି । ଏମାନଙ୍କ ବ୍ୟାଟ ଉପରେ କମ୍ପାନୀର ଷ୍ଟିକର ଲାଗିଛି । ଏବେ ତାଙ୍କ ବ୍ୟାଟରେ ଷ୍ଟିକର ଲଗାଇବାକୁ କରିଛନ୍ତି ରିକ୍ୟୁଏଷ୍ଟ ।  

ବୁମ୍ରା ଏଥିପାଇଁ ମଧ୍ୟ ପରିଚିତ କି ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଷ୍ଟୁଆର୍ଟ ବ୍ରଡଙ୍କ ଗୋଟିଏ ଓଭରରେ କରିଥିଲେ ୩୪ ରନ ସ୍କୋର । ତେବେ ବୁମ୍ରାଙ୍କ ବ୍ୟାଟରେ ବର୍ତ୍ତମାନ ପର୍ଯ୍ୟନ୍ତି ସ୍ପନସର ସିପ୍‌ ନମିଳିବାର କାରଣ ହେଉଛି ସେ ୧୦ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥାନ୍ତି । ୧୦ ନମ୍ବରରେ ଆସିବା କାରଣରୁ ତାଙ୍କୁ ଅଧିକାଂଶ ସମୟରେ ବ୍ୟାଟିଂ କରିବାର ମିଳିନଥାଏ ସୁଯୋଗ । ତେଣୁ ତାଙ୍କୁ ଏପର୍ଯ୍ୟନ୍ତ ମିଳିନାହାନ୍ତି କୌଣସି ସ୍ପନସରସିପ୍‌ । 

ଯଦି ବୁମରାଙ୍କ ରେକର୍ଡ ଦେଖିବା ତେବେ ଦ୍ରୁତ ବୋଲର ୨୦୨୪ରେ ନେଇଛନ୍ତି ସର୍ବାଧିକ ଓ୍ବିକେଟ । ସେ ହେଉଛନ୍ତି ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର । ଚଳିତବର୍ଷ ସେ ଟେଷ୍ଟ, ODI ଏବଂ ଟି-୨୦ ମ୍ୟାଚରେ ମୋଟ ୪୭ ୱିକେଟ୍ ନେଇଛନ୍ତି । ଯାହା ସର୍ବାଧିକ ଅଟେ । ଏହି ଲିଷ୍ଟରେ ଭାରତ ପାଇଁ ଦ୍ୱିତୀୟ ସର୍ବାଧିକ ୱିକେଟ୍ ନେଉଥିବା ବୋଲର ହେଉଛନ୍ତି କୁଲଦୀପ ଯାଦବ । ସେ ୧୩ଟି ମ୍ୟାଚରେ ଭାରତ ପାଇଁ   ନେଇଛନ୍ତି ୩୪ଟି  ୱିକେଟ୍ ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.