ଲିଜେଣ୍ଡସ୍ କ୍ରିକେଟ୍ ଲିଗ୍ ୨୦୨୪, ଗୁଜରାଟ ଗ୍ରେଟ୍‌ସକୁ ୨୬ ରନ୍‌ରେ ହରାଇଲା ସଦର୍ଣ୍ଣ ସୁପରଷ୍ଟାର

Published By : Prameya-News7 Bureau | September 24, 2024 IST

ଯୋଧପୁର ୨୪।୦୯ : ଲିଜେଣ୍ଡସ୍‌ କ୍ରିକେଟ୍‌ ଲିଗ୍‌ ୨୦୨୪ । ଯୋଧପୁର କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯାଇଛି ଟୁର୍ଣ୍ଣାମେଣ୍ଟର ୪ର୍ଥ ମ୍ୟାଚ୍‌ । ଆଉ ମୁହାଁମୁହିଁ ହୋଇଥିଲେ ଗୁଜୁରାଟ୍‌ ଗ୍ରେଟ୍‌ସ ଏବଂ ସଦର୍ଣ୍ଣ ସୁପର ଷ୍ଟାର । ହେଲେ ଏହି ମ୍ୟାଚ୍‌କୁ ୨୬ ରନ୍‌ରେ ବିଜୟୀ ହୋଇଛି ଦିନେଶ କାର୍ତ୍ତିକଙ୍କ ସଦର୍ଣ୍ଣ ସୁପର ଷ୍ଟାର୍‌ । ମ୍ୟାଚ୍‌ରେ ଦମ୍‌ଦାର୍‌ ପ୍ରଦର୍ଶନ ପାଇଁ ଚଥୁରଙ୍ଗ ଡି ସିଲ୍‌ଭାଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ର ପୁରସ୍କାର ଦିଆଯାଇଛି । 

ଲିଜେଣ୍ଡସ୍‌ କ୍ରିକେଟ୍‌ ଲିଗ୍‌ର ୪ର୍ଥ ମ୍ୟାଚରେ ଟସ୍‌ ଜିତି ବୋଲିଂ  ନିଷ୍ପତ୍ତି ନେଇଥିଲା ଗୁଜରାଟ ଗ୍ରେଟ୍‌ସ । ଯାହାଫଳରେ ପ୍ରଥମ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ସଦର୍ଣ୍ଣ ସୁପରଷ୍ଟାର । ନିର୍ଦ୍ଧାରିତ ୨୦ ଓଭରରେ ଦଳ ୧୪୪ ରନ୍‌ କରିବାରେ ସକ୍ଷମ ହୋଇଥିଲା । ଯେଉଁଥିରେ ଚଥୁରଙ୍ଗ ଡି ସିଲ୍‌ଭା ସର୍ବାଧିକ ୨୮ ବଲ୍‌ରେ ୫୩ ରନ୍‌ କରିଥିଲେ । ତାଙ୍କ ପଛକୁ ମାର୍ଟିନ ଗୁପ୍‌ଟିଲ୍‌ ୨୨ ରନ୍‌, ମାସ୍‌କଜା ୨୦ ରନ୍‌, ଅଧିନାୟକ ଦିନେଶ କାର୍ତ୍ତି ୧୮ ରନ୍‌ ରହିଛି । ସେପଟେ ଗୁଜୁରାଟ୍‌ ଗ୍ରେଟ୍‌ସ ପକ୍ଷରୁ ମନନ ଶର୍ମା ସର୍ବାଧିକ ୬ଟି ଓ୍ୱିକେଟ୍‌ ନେଇଥିଲେ । ବାକି ଫ୍ଲୁନ୍‌କେଟ୍‌ ଏବଂ ପ୍ରସନ୍ନା ଗୋଟିଏ ଲେଖାଏଁ ଓ୍ୱିକେଟ୍‌ ନେଇଥିଲେ । ତେବେ ଏହି ଲୋ ସ୍କୋରିଂ ଗେମ୍‌ଟି ଏକପାଖିଆ ହେବା ଆଶା ରହିଥିଲା । ହେଲେ ତାହା ହେଲାନାହିଁ ।

ତେବେ ୧୪୫ ରନ୍‌ ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲା ଗୁଜରାଟ ଗ୍ରେଟ୍‌ସ । ଲୋ ସ୍କୋରିଂ ଗେମ୍‌ରେ ଆସିଲା ରୋମାଞ୍ଚ । ଅଧିନାୟକ ଶିଖର ଧାଓ୍ୱନ ଖେଳିଥିଲେ ସର୍ବାଧିକ ୫୨ ରନ୍‌ର ପାରି । ଶିଖରଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର୍‌ ସଦର୍ଣ୍ଣ ସୁପରଷ୍ଟାର ବୋଲରଙ୍କ ମୁକାବିଲା କରିପାରିନଥିଲେ । ଶେଷରେ ନିର୍ଦ୍ଧାରିତ ୨୦ ଓଭରରେ ଦଳ ମାତ୍ର ୧୧୮ ରନ୍‌ କରିବାରେ ସକ୍ଷମ ହୋଇଥିଲା । ସଦର୍ଣ୍ଣ ସୁପରଷ୍ଟାର ପକ୍ଷରୁ ପବନ ନେଗି ସର୍ବାଧିକ ୩ଟି ଓ୍ୱିକେଟ୍‌ ନେଇଥିବା ବେଳେ ଅବ୍‌ଦୁର ରଜାକ ୨ଟି ଓ୍ୱିକେଟ୍‌ ନେଇଛନ୍ତି । ବାକି ଚଥୁରଙ୍ଗ ଡି ସିଲ୍‌ଭା ଏବଂ କେଦାର ଯାଦବ ଗୋଟିଏ ଲେଖାଏଁ ଓ୍ୱିକେଟ୍‌ ନେଇଛନ୍ତି । ଶେଷରେ ୨୬ ରନ୍‌ରେ ଏହି ମ୍ୟାଚ୍‌କୁ ବିଜୟୀ ହୋଇଛି ସଦର୍ଣ୍ଣ ସୁପରଷ୍ଟାର । ଆଉ ମ୍ୟାଚ୍‌ରେ ଅଲ୍‌ରାଉଣ୍ଡର ପ୍ରଦର୍ଶନ କରିଥିବାରୁ ଚଥୁରଙ୍ଗ ଡି ସିଲ୍‌ଭାଙ୍କୁ ମ୍ୟାନ୍‌ ଅଫ୍ ଦି ମ୍ୟାଚ୍‌ର ପୁରସ୍କାର ଦିଆଯାଇଛି ।  

 

ଲିଜେଣ୍ଡସ ଲିଗ୍ କ୍ରିକେଟ୍: ଟୋୟମ ହାଇଦ୍ରାବାଦକୁ ୮ ୱିକେଟ୍‌ରେ ପରାସ୍ତ କଲା ଗୁଜରାଟ ଗ୍ରେଟ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.