ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ମୁଖ୍ୟ ଗୌତମ ଆଦାନୀଙ୍କ ସାନ ପୁଅ ଜିତ୍ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଅହମଦାବାଦରେ ଦିଭା ଶାହଙ୍କ ସହ ତାଙ୍କ ବିବାହ ହୋଇଛି । ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ପାରମ୍ପାରିକ ରୀତିନୀତିରେ ବିବାହ ଶେଷ ହୋଇଛି । ଗୌତମ ଆଦାନୀ ନିଜ ସାନ ପୁଅର ବିବାହରେ ୧୦ ହଜାର କୋଟି ଟଙ୍କା ଦାନ କରିବା ନେଇ ପ୍ରତିଶ୍ରୁତି କରିଛନ୍ତି । ଏହି ଦାନ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ କୌଶଳ ବିକାଶ କ୍ଷେତ୍ରରେ ହେବ ।
ଗୌତମ ଆଦାନୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ବିବାହ ସମୟର ଫଟୋ ସେୟାର କରିଛନ୍ତି । ଏହାସହ ସେହି ସମସ୍ତଙ୍କୁ କ୍ଷମା ମାଗିଛନ୍ତି, ଯେଉଁମାନଙ୍କୁ ବିବାହ ପାଇଁ ଆମନ୍ତ୍ରଣ କରିପାରିନାହାନ୍ତି । ଗୌତମ ଆଦାନୀ କହିଛନ୍ତି, 'ପରମପିତା ପରମେଶ୍ୱରଙ୍କ ଆଶୀର୍ବାଦରୁ ଜିତ୍ ଏବଂ ଦୀବା ଆଜି ବିବାହର ପବିତ୍ର ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ବିବାହ ଆଜି ଅହମଦାବାଦରେ ପ୍ରିୟଜନଙ୍କ ମଧ୍ୟରେ ପାରମ୍ପାରିକ ରୀତିନୀତି ଓ ଶୁଭ ମଙ୍ଗଳ ଭାବନା ସହ ସମ୍ପନ୍ନ ହୋଇଛି ।'
परमपिता परमेश्वर के आशीर्वाद से जीत और दिवा आज विवाह के पवित्र बंधन में बंध गए।
— Gautam Adani (@gautam_adani) February 7, 2025
यह विवाह आज अहमदाबाद में प्रियजनों के बीच पारंपरिक रीति रिवाजों और शुभ मंगल भाव के साथ संपन्न हुआ।
यह एक छोटा और अत्यंत निजी समारोह था, इसलिए हम चाह कर भी सभी शुभचिंतकों को आमंत्रित नहीं कर सके,… pic.twitter.com/RKxpE5zUvs
ଗୌତମ ଆଦାନୀ ଆହୁରି ଲେଖିଛନ୍ତି, 'ଏହା ଏକ ଛୋଟ ଏବଂ ଅତ୍ୟନ୍ତ ପାରିବାରିକ ସମାରୋହ ଥିଲା, ଏଥିପାଇଁ ଆମେ ଚାହିଁକି ବି ସମସ୍ତ ଶୁଭକାଂକ୍ଷୀଙ୍କୁ ଆମନ୍ତ୍ରଣ କରିପାରିଲୁ ନାହିଁ, ଏଥିପାଇଁ ମୁଁ କ୍ଷମାପ୍ରାର୍ଥୀ । ମୁଁ ଆପଣ ସମସ୍ତଙ୍କଠାରୁ ଦିଭା ଓ ଜିତ୍ ପାଇଁ ସ୍ନେହ ଏବଂ ଆଶୀଷ କାମନା କରୁଛି ।'
ଏହି ବିବାହର ଶୁଭ ଅବସରରେ ଆଦାନୀ ଗ୍ରୁପ ମୁଖ୍ୟ ସାମାଜିକ କଲ୍ୟାଣ ପାଇଁ ୧୦ ହଜାର କୋଟି ଟଙ୍କାନ ଦାନ କରିବାର ପ୍ରତିଶ୍ରୁତି ଦେଇଛନ୍ତି । ଦାନର ବଡ଼ ଅଂଶ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଭିତ୍ତିଭୂମି ନିର୍ମାଣରେ ଖର୍ଚ୍ଚ ହେବ । ଏହାଦ୍ୱାରା ସବୁ ବର୍ଗର ଲୋକଙ୍କୁ ଶସ୍ତା ଏବଂ ବିଶ୍ୱସ୍ତରୀୟ ହସ୍ପିଟାଲ, ମେଡିକାଲ କଲେଜ, କେ-୧୨ ସ୍କୁଲ ଏବଂ ଦକ୍ଷତା ଏକାଡେମୀ ଉପଲବ୍ଧ ହୋଇପାରିବ ।