ସୁନା ଦୋକାନୀଙ୍କୁ ହାଣିଲେ, ଲୁଟିନେଲେ ୬ ଲକ୍ଷ ଟଙ୍କାର ସୁନା ଗହଣା

Published By : Prameya-News7 Bureau | March 17, 2025 IST

ଭଦ୍ରକ: ଦୋକାନ ବନ୍ଦ କରି ଫେରୁଥିବାବେଳେ ସୁନା ଦୋକାନୀକୁ ହାଣି ଲୁଟିନେଲେ ୬ ଲକ୍ଷ ଟଙ୍କାର ସୁନା ଗହଣା। ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ କାଉପୁରରେ। ସୁନା ଦୋକାନୀ ଅଜୟ ସାହୁ ଆକ୍ରମଣ ଶିକାର ହୋଇଛନ୍ତି । 

ସୂଚନା ଅନୁଯାୟୀ, ସୁନା ଦୋକାନ ବନ୍ଦ କରି ଫେରୁଥିବାବେଳେ ଏକ ନିଛାଟିଆ ସ୍ଥାନରେ ଦୁଇ ବାଇକରେ ୪ ଜଣ ଲୁଟେରା ଅଜୟଙ୍କୁ ଆକ୍ରମଣ କରିଥିଲେ। ଆଉ ତାଙ୍କ ଠାରୁ ୬ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟ କରି ଫେରାର ମାରିଥିଲେ। ତେବେ ଗୁରୁତର ଅଜୟଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.