ବ୍ରହ୍ମପୁର ୧୮/୦୩: ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାର । ତେବେ ଚୈତ୍ର ମାସ ହେଉଛି ମା ତାରିଣୀଙ୍କର ଜନ୍ମ ମାସ । ପ୍ରତ୍ୟେକ ବର୍ଷ ଚୈତ୍ର ମାସର ପ୍ରଥମ ମଙ୍ଗଳବାରରେ ମାଙ୍କ ନିକଟରେ ସ୍ୱତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା ହୋଇଥାଏ ।
ଏହି ଅବସରରେ ଆଜି ମାଙ୍କ ସେବାୟତ ମାନେ ବ୍ରହ୍ମ ମୂହୁର୍ତ୍ତରୁ ଆସି ମାଙ୍କୁ ପ୍ରଥମେ ମହାସ୍ନାନ, ମାଜଣା, ବଡ଼ ସିଂହାର ବେଶ ସମେତ ଷୋଡ଼ଶ ଉପଚାର ପୂଜା ସମାପନ କରି ମାଙ୍କୁ ସୁସଜ୍ଜିତ କରି ମନ୍ଦିର ପହଡ଼ ଖୋଲିଥିଲେ । ମନ୍ଦିର ପହଡ ଖୋଲିବା ପରେ ମାଙ୍କୁ ଏହି ଚୈତ୍ର ମାସର ପ୍ରଥମ ମଙ୍ଗଳବାର ରେ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ବହୁ ସଂଖ୍ୟାରେ ସମାଗମ ଦେଖିବାକୁ ମିଳିଛି ।
କାରଣ ସେ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ଆରାଧ୍ୟା ଦେବୀ ମାଆ ତାରାତାରିଣୀ । ପାହାଡ଼ ଉପରେ ମାଆଙ୍କ ଦର୍ଶନ, ପୂଜାର୍ଚ୍ଚନା ପାଇଁ ପୀଠରେ ଲାଗିଛି ଭକ୍ତଙ୍କ ଗହଳ ଚହଳ । ବିଶେଷ କରି ମାନସିକଧାରୀଙ୍କ ଗହଳି ଅଧିକ ଜମିଥିବା ଦେଖା ଦେଇଛି । ପାହାଡ଼ ପାଦ ଦେଶରେ ମାନସିକଧାରୀଙ୍କ ମୁଣ୍ଡନ ପାଇଁ କରା ଯାଇଛି ବ୍ୟବସ୍ଥା ।