ବିନା କାରଣରେ ଘରୁ ଉଠାଇ ନେଇ ମାଡ଼ ମାରିଲେ, ନ୍ୟାୟ ଦାବିରେ ଥାନା ଘେରିଲେ ଲୋକେ

Published By : Prameya-News7 Bureau | March 18, 2025 IST

ଭଦ୍ରକ ୧୮।୦୩ :  ଘରୁ ଉଠାଇ ନେଇ ମାଡ଼ ମାରିଥିବା ଅଭିଯୋଗ। ନ୍ୟାୟ ଦାବିରେ ଥାନା ଘେରିଲେ ଗାଁ ଲୋକ । କୌଣସି ବିବାଦ ନଥାଇ ଜଣେ ଯୁବକଙ୍କୁ ଘରୁ ଉଠାଇ ନେଇ ନିର୍ଘାତ ମାଡ଼ ମାରିଛନ୍ତି । କେବଳେ ସେତିକି ନୁହେଁ କିଛି ସମୟ ପରେ ଆଉ ଜଣେ ଯୁବକଙ୍କର ମଧ୍ୟ ସମାନ ଅବସ୍ଥା କରାଯାଇଛି । ଦୁଇ ଦିନ ଘରେ ରହିବା ପରେ ଗ୍ରାମବାସୀଙ୍କ ସହଯୋଗରେ ଥାନାରେ ଅଭିଯୋଗ କରିଛନ୍ତି ଯୁବକ । ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ବରୁଣେଇ ଗାଁରୁ ଆସିଛି ଏମିତି ଘଟଣା । 


ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ସ୍ଥାନୀୟ ପାଳିଆ କଲେଜ ନିକଟ ଏକ ଦୋକାନରେ କାର୍ଯ୍ୟରତ ଥିବା ବେଳେ ଅଭିଯୁକ୍ତ ଭଗବାନ ଓ ତାର ସହଯୋଗୀମାନେ ଏକାଠି ଆସିଥିଲେ । ଦୀର୍ଘ ସମୟ ଧରି ଗାଳିଗୁଲଜ କରିବା ସହ ନିକଟରେ ଥିବା ବାସଗୃହକୁ ନେଇ ମାଡ଼ ମାରିଥିଲେ । ଘଟଣା ସଂପର୍କରେ ଥାନାରେ ଅଭିଯୋଗ କରିଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ ଭଗବାନ ଓ ତାର ସହଯୋଗୀ । କୌଣସି କ୍ରମେ ସେଠାରୁ ଖସି ଆସି ଘରେ ପହଞ୍ଚିଥିଲେ ପୀଡିତ। ପରେ ଗାଁ ଲୋକଙ୍କ ସହାୟତାରେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ । 

ରିମାଣ୍ଡରେ ଯିବ ରାଜା ଚକ୍ର, ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଇଓଡବ୍ଲୁର ଆବେଦନ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.