ବାଉରୀପଦା ପଞ୍ଚାୟତରେ ଡାଇରିଆ ଆତଙ୍କ, ଜଣେ ମୃତ ଓ ଅନେକ ଆକ୍ରାନ୍ତ

Published By : Prameya-News7 Bureau | March 18, 2025 IST

କେନ୍ଦୁଝର ୧୮/୦୩: କେନ୍ଦୁଝରରେ ଡାଇରିଆ ଆତଙ୍କ । କେନ୍ଦୁଝର ସଦର ବ୍ଲକ ବାଉରୀପଦା ପଞ୍ଚାୟତରେ ଡାଇରିଆରେ ଜଣେ ମୃତ ୧୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ । ମୂତକ ହେଲେ ମୁକୁନା ଗ୍ରାମର ଗୋପାଳ ଦେହୁରୀ । ଆକ୍ରାନ୍ତମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ପଦ୍ମପୁର ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି । 

ସୂଚନା ଥାଉକି, ବାଉରୀପଦା ପଞ୍ଚାୟତରେ ଡାଇରିଆରେ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏକାଧିକ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସମସ୍ତ ଆହତମାନେ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି । ଦୂଷିତ ପାଣି ଯୋଗୁଁ ଗାଁରେ ଝାଡ଼ାବାନ୍ତି ବ୍ୟାପୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । 

ଏହାସହ ଲୋକଙ୍କ କହିବା କଥା ଅରଡ଼େଇ ନଦୀର ଜଳକୁ ଲୋକମାନେ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି । ଯେଉଁଥିପାଇଁ ଗାଁରେ ଝାଡ଼ାବାନ୍ତି ବ୍ୟାପିଛି । ତେବେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ସହ ଏକାଧିକ ଆକ୍ରାନ୍ତ ଥିବା କଥାକୁ ଭାରପ୍ରାପ୍ତ ସିଡିଏମଓ ସ୍ଵୀକାର କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ସ୍ଥିତି ସମୀକ୍ଷା କରିବାକୁ ଗାଁକୁ ଯିବ ସ୍ଵତନ୍ତ୍ର ମେଡିକାଲ ଟିମ୍ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.