କୋରାପୁଟର ଅଧିଷ୍ଠାତ୍ରୀ ଦେବୀ ମା ମୁତ୍ୟାଲୁ ମ୍ମାଙ୍କ ପୀଠରେ ଚୈତ୍ର ପୂଜା, ଦର୍ଶନ ଲାଗି ଛୁଟୁଛି ଭକ୍ତଙ୍କ ସୁଅ

Published By : Prameya-News7 Bureau | March 18, 2025 IST

କୋରାପୁଟ ୧୮।୦୩ : କୋରାପୁଟ ସହରର ଅଧିଷ୍ଠାତ୍ରୀ ଦେବୀ ମା ମୁତ୍ୟାଲୁ ମ୍ମା। ଦେଢ଼ଶହ ବର୍ଷରୁ ଅଧିକ ହେବ ଲୋକଙ୍କ ଆସ୍ଥା ଓ ବିଶ୍ଵାସର ପ୍ରତୀକ ଭାବରେ କୋରାପୁଟ ଟିକିରା ସାହିରେ ପୂଜା ପାଇ ଆସୁଛନ୍ତି ମୁତ୍ୟାଲୁ ମ୍ମା।

ଚୈତ୍ର ମାସର ପ୍ରଥମ ମଙ୍ଗଳବାରରେ ମା'ଙ୍କ ପୀଠରେ ଚୈତ୍ର ପୂଜା ଆରମ୍ଭ ହୋଇଛି। ଶ୍ରଦ୍ଧାଳୁଙ୍କ ଆଗମନରେ ମା'ଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ଚୈତ୍ର ମାସ ପ୍ରଥମ ମଙ୍ଗଳବାରରେ ମାଁଙ୍କ ପୀଠକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। ଦର୍ଶନ ପାଇଁ ଦୂରଦୂରନ୍ତରୁ ଭକ୍ତମାନେ ଧାଇଁ ଆସିଛନ୍ତି। ଶ୍ରଦ୍ଧାଳୁମାନେ ମା'ଙ୍କ ପୂଜାର୍ଚ୍ଚନା କରିବା ସହ ମୁଖ ମଣ୍ଡଳ ଦର୍ଶନ କରି ଅପୂର୍ବ ଆନନ୍ଦଲାଭ କରିଛନ୍ତି। ବିପଦ ଆପଦରେ ଘଣ୍ଟ ଘୋଡାଇ ରଖିବାକୁ ମା'ଙ୍କ ନିକଟରେ ଆଶୀର୍ବାଦ ଭିକ୍ଷା କରିଛନ୍ତି। 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.