ଦାଦାବଟି ମାଗିଥିଲେ, ନଦେବାରୁ ଘର ଉପରକୁ ଫିଙ୍ଗିଲେ ଦୁଇଟି ବୋମା

Published By : Prameya-News7 Bureau | March 18, 2025 IST

ସାଲେପୁର ୧୮।୦୩ : ଦାଦାବଟିକୁ ନେଇ ବୋମାମାଡ଼ । କଟକ ଜିଲ୍ଲା ସାଲେପୁର ଥାନାରେ ବୋମାମାଡ଼ ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ଜଣଙ୍କୁ ଅଟକ ରଖି ଜେରା କରୁଥିବା ଜଣାପଡିଛି । 

ଖବର ଅନୁଯାୟୀ, କଟକ ଜିଲ୍ଲା ସାଲେପୁର ଥାନା ଭିମଦାଶପୁର ପଞ୍ଚାୟତର କୁସୁପୁର ଗାଁର ମସୁଦ୍‌ ଖାଁ ପାଗା ଗୋପୀନାଥପୁରରେ ଏକ ମାଂସ ଦୋକାନ କରିଛନ୍ତି । ଦୀର୍ଘ ଏକ ମାସ ହେବ ପାଞ୍ଚଜଣ ଅଜଣା ବ୍ୟକ୍ତି ମସୁଦ୍‌ଙ୍କ ଦୋକାନକୁ ଆସି ୫ ଲକ୍ଷ ଟଙ୍କାର ଦାଦା ବଟି ମାଗିଥିଲେ । ଠିକ୍‌ ସମୟରେ ଟଙ୍କା ନଦେଲେ ବେପାର ବନ୍ଦ କରିଦେବୁ ବୋଲି ଧମକ ମଧ୍ୟ ଦେଇଥିଲେ। ଧମକକୁ ଶୁଣି ମସୁଦ୍‌ ଡରିନଥିଲେ । ସୋମବାର ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ ମସୁଦ୍‌ ଖାଁ ଘରେ ଶୋଇଥିବା ସମୟରେ ଦୁର୍ବୃତ୍ତମାନେ ଆସି ବୋମାମାଡ଼ କରିଥିଲେ । ଏକାସାଙ୍ଗେ ଦୁଇଟି ବୋମା ଘର ଉପରକୁ ଫିଙ୍ଗି ଚମ୍ପଟ୍‌ ମାରିଥିଲେ । ତେବେ ବୋମାମାଡ଼ରେ କାହାର କୌଣସି କ୍ଷତି ହୋଇନଥିବା ବେଳେ ଘର ଆଶିଂକ ନଷ୍ଟ ହୋଇଥିବା ଜଣାପଡିଛି । 

ସେପଟେ ବୋମାମାଡ଼ ଘଟଣାକୁ ନେଇ ପରିବାର ପକ୍ଷରୁ ସାଲେପୁର ଥାନା ଲିଖିତ ଅଭିଯୋଗ ହୋଇଛି । ଥାନା ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରି ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ଜେରା କରୁଥିବା ଜଣାପଡିଛି ।  

ଅଢ଼େଇ ମାସ ମଧ୍ୟରେ ବଦଳିଯାଇଛି ସବୁକିଛି...IPL ପୂର୍ବରୁ କାହିଁକି ଏପରି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା ?


  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.