ଅପରାଧୀ ଅମନ ସାହୁକୁ ଏନକାଉଣ୍ଟର; ଏନଟିପିସି ଡିଜିଏମ ହତ୍ୟା ମାମଲାରେ ଥିଲା ଲିଙ୍କ୍

Published By : Prameya-News7 Bureau | March 11, 2025 IST

ନୂଆଦିଲ୍ଲୀ: ଝାଡ଼ଖଣ୍ଡର କୁଖ୍ୟାତ ଅପରାଧୀ ଅମନ ସାହୁକୁ ଏନକାଉଣ୍ଟର । ସ୍ପେଶାଲ୍ ଟାସ୍କ ଫୋର୍ସ ଗ୍ୟାଙ୍ଗଷ୍ଟରକୁ ଏନକାଉଣ୍ଟର କରିଛି । ହଜାରିବାଗ ଏନଟିପିସି ଡଜିଏମ୍ ହତ୍ୟା ଘଟଣାରେ ଅମନ ସାହୁର ନାଁ ଆସିଥିଲା । ମାର୍ଚ୍ଚ ୮ ତାରିଖରେ ଏନଟିପିସି କୋଇଲା ପ୍ରକଳ୍ପ ଡିଜିଏମ କୁମାର ଗୌରବଙ୍କୁ ହତ୍ୟା କରାଯାଇଥିଲା । ଅଜ୍ଞାତ ଆତତାୟୀ ବାଇକରେ ଆସି ଟକମଦାଗ ଥାନା ଅନ୍ତର୍ଗତ ଫତହା ଚୌକ୍ ନିକଟରେ କିଛି ଡିଜିଏମକୁ ଗୁଳି କରି ହତ୍ୟା କରିଥିଲେ । ଏହାପରେ ଅପରାଧୀମାନେ ଫେରାର୍ ହୋଇଯାଇଥିଲେ । ଏହି ହତ୍ୟାକାଣ୍ଡରେ ଅମନ ସାହୁର ସମ୍ପୃକ୍ତି ଥିବା ନେଇ ପୋଲିସ ସନ୍ଦେହ କରିଥିଲା । 

ଅମନ ସାହୁ ରାଞ୍ଚିର ଏକ ଛୋଟ ଗାଁ ‘ମତବେ’ର ବାସିନ୍ଦା । ଝାଡ଼ଖଣ୍ଡର ବିଭିନ୍ନ ଥାନାରେ ତା’ ନାଁରେ ରଙ୍ଗଦାରୀ, ହତ୍ୟା, ପରିବହନ ଦୁର୍ନୀତି ଭଳି ଶହେରୁ ଅଧିକ ମାମଲା ରହିଛି । ସେ ପୂର୍ବରୁ ଏକ ହାର୍ଡକୋର୍ ନକ୍ସଲ ଥିଲା । ପ୍ରାୟ ୨୦୧୩ରେ ଏକ ଗ୍ୟାଙ୍ଗ ତିଆରି କରିଥିଲା । ଛତିଶଗଡ଼ କୋରବାରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ରାୟପୁର ପୋଲିସ ଅପରାଧୀର ୪ଜଣ ସଦସ୍ୟଙ୍କୁ ଗିରଫ କରିଥିଲା । ଗତ କିଛି ଦିନ ପୂର୍ବରୁ ରାୟପୁରର ଶଙ୍କରନଗର ଅଞ୍ଚଳରେ ଜଣେ ବ୍ୟବସାୟୀକୁ ଆମନ ସାହୁ ଗୁଳିକରିଥିଲା । ଏହି ଘଟଣା ପୋଲିସ ଅଭିଯୁକ୍ତକୁ ଧରି ଗିରଫ କରିଥିଲା । ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି, ଅପରାଧୀ ଅମନ ସାହୁ, ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ ସହିତ ଯୋଡ଼ି ହୋଇଥିଲା । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.