କୋଲକାତା ୨୩।୦୧ : ଆମ ଟିମ୍ ଆଗ୍ରେସିଭ୍ କ୍ରିକେଟ୍ ଖେଳୁଛି । କିନ୍ତୁ ଟିମ୍ ଇଣ୍ଡିଆ ଆମଠାରୁ ଆଉ ପାଦେ ଆଗରେ । ମୋ ହିସାବରେ ପୁରା ଟିମ୍ ଏବେ ଅଲ୍ଟ୍ରା ଆଗ୍ରେସିଭ୍ ଖେଳ ଖେଳୁଛି । ଯାହାକି ଟିମ୍ ପାଇଁ ଫାଇଦା ମଧ୍ୟ ଦେଉଛି । କୋଲକାତା ଟି-୨୦ର ପରାଜୟ ପରେ ଏପରି କହିଛନ୍ତି ଇଂଲଣ୍ଡ ଟିମ୍ର ଅଧିନାୟକ ଜୋସ୍ ବଟଲର ।
୧୪୦ କୋଟି ଲୋକ ଆମ ପଛରେ, ଏଥର ବି ଓ୍ୱାଙ୍ଖେଡ ଷ୍ଟାଡିୟମ୍ ଆସିବ ଟ୍ରଫି- ରୋହିତ ଶର୍ମା
ବୁଧବାର ଦିନ କୋଲକାତାର ଇଡେନ ଗାର୍ଡେନ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା । ୫ଟିକିଆ ଟି-୨୦ ସିରିଜ୍ର ଏହା ପ୍ରଥମ ମ୍ୟାଚ୍ ଥିଲା । ଯେଉଁଥିରେ ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । କୋଲକାତାର ଷ୍ଟାଡିୟମରେ ପ୍ରଥମ ବ୍ୟାଟିଂ ଆରମ୍ଭ କରିଥିଲା ଇଂଲଣ୍ଡ । ହେଲେ ଦଳ ଭାରତୀୟ ବୋଲରଙ୍କ ବୋଲିଂ ଆଗରେ ତିଷ୍ଠି ପାରିନଥିଲା । ୨୦ ଓଭରରେ ଦଳ ମାତ୍ର ୧୩୨ ରନ୍ କରିବାରେ ସକ୍ଷମ ହୋଇଥିଲା । ଜବାବରେ ଭାରତୀୟ ଟିମ୍ ମାତ୍ର ୧୩ ଓଭରରେ ଏହି ଛୋଟ ଟାର୍ଗେଟକୁ ହାସଲ କରିଦେଇଥିଲା । ଯେଉଁଥିରେ ଅଭିଷେକ ଶର୍ମାଙ୍କ ଧୁଆଁଧାର ବ୍ୟାଟିଂ ଥିଲା । ଅଭିଷେକ ଶର୍ମା ମାତ୍ର ୩୪ ବଲ୍ରେ ଖେଳିଥିଲେ ୭୯ ରନ୍ ପାରି । ଏଥିରେ ସାମିଲ ଥିଲା ୮ଟି ବିଶାଳ ଛକା ଏବଂ ୫ ଚୌକା ।
ସମାଜବାଦୀ ପାର୍ଟି ସାଂସଦଙ୍କ ସହ ରିଙ୍କୁ ସିଂହଙ୍କ ହେଲା ନିର୍ବନ୍ଧ ? ସୋସିଆଲ୍ ମିଡିଆରେ ପୋଷ୍ଟ ଭାଇରାଲ୍
ତେବେ ମ୍ୟାଚ୍ ବିଜୟ ପରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଜୋସ୍ ବଟ୍ଲର କହିଥିଲେ ଯେ, ଆମେ ଆଗ୍ରେସିଭ୍ କ୍ରିକେଟ୍ ଖେଳୁଛି । ଯାହାକି ବିଶ୍ୱ କ୍ରିକେଟ୍ରେ ଆମକୁ ପରିଚୟ ଦେଇଛି । ହେଲେ ଆଜିକା ସମୟରେ ଟିମ୍ ଇଣ୍ଡିଆ ଆମଠାରୁ ବି ଅଧିକ ଆଗ୍ରେସିଭ୍ କ୍ରିକେଟ୍ ଖେଳୁଛି । ମୋ ମତରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ଅଲ୍ଟ୍ରା ଆଗ୍ରେସିଭ୍ କ୍ରିକେଟ୍ ଖେଳୁଛି । ତେଣୁ ଗୋଟେ ଆଗ୍ରେସିଭ୍ କ୍ରିକେଟ୍ ଖେଳୁଥିବା ଟିମ୍ର ମ୍ୟାଚ୍ ଅଲ୍ଟ୍ରା ଆଗ୍ରେସିଭ୍ ଖେଳୁଥିବା ଦଳ ବିରୋଧରେ ଥିଲା । ଟିମ୍ ଇଣ୍ଡିଆ ଦମ୍ଦାର କ୍ରିକେଟ୍ ଖେଳିଲା । ଯାହାକି ପୁରା ଟିମ୍କୁ ବିଜୟ ଦେଇଛି ।
ସୂଚନାଯୋଗ୍ୟ ଯେ, ଭାରତ-ଇଂଲଣ୍ଡ ମଧ୍ୟରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ୫ଟିକିଆ ଟି-୨୦ ସିରିଜ୍ । ପ୍ରଥମ ମ୍ୟାଚ୍ ଜାନୁଆରୀ ୨୨ ତାରିଖରେ ଥିଲା । ଯାହାକୁ ଭାରତୀୟ ଟିମ୍ ବିଜୟୀ ହୋଇଛି । ଏହାପରେ ୨୫ ତାରିଖରେ ୨ୟ ଟି-୨୦ ଚେନ୍ନାଇ ଚିଦାମ୍ବରମ ଷ୍ଟାଡିୟମ୍ରେ ଖେଳାଯିବ, ତୃତୀୟ ୩ୟ ଟି-୨୦ ମ୍ୟାଚ୍ ଜାନୁଆରୀ ୨୮ରେ ରାଜକୋଟରେ ଖେଳାଯିବ, ୪ର୍ଥ ଟି-୨୦ ମ୍ୟାଚ୍ ଜାନୁଆରୀ ୩୧ରେ ପୁନେରେ ଖେଳାଯିବ, ଶେଷରେ ପଞ୍ଚମ ଟି-୨୦ ମ୍ୟାଚ୍ ଫେବୃଆରୀ ୨ରେ ମୁମ୍ବାଇରେ ଖେଳାଯିବ ।
ତତାଇଲାଣି ଜାନୁଆରୀ : ଆଗକୁ ୨ରୁ ୪ ଡିଗ୍ରୀ ବଢିବ ପାରଦ, କୋରାପୁଟରେ ସର୍ବାଧିକ