ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ପାକିସ୍ତାନ ହାଇଭୋଲ୍ଟେଜ୍ ମ୍ୟାଚ୍। ମୈଇଦାନ ପ୍ରସ୍ତୁତ, ଖେଳାଳି ବି ପୂରା ଓକେ। ଟସ୍ ପଡ଼ିଲେ ଆରମ୍ଭ ହେବ କ୍ରିକେଟ୍ର ମହାସମର। ଭାରତ ପାକିସ୍ତାନ ମ୍ୟାଚ୍ ପାଇଁ ଉଭୟ ଦେଶର ଖେଳାଳି ଓ ଦେଶର ଜନତା ସମେତ ସାରା ବିଶ୍ୱରେ ଉତ୍କଣ୍ଠା ବଢ଼ି ଯାଇଛି। ଏହାରି ଭିତରେ ଭାରତୀୟ ଖେଳାଳି ହରଭଜନ ସିଂହ ମ୍ୟାଚ୍କୁ ନେଇ ଏକ ମଜାଦାର ଘୋଷଣା କରିଛନ୍ତି।
ହରଭଜନ କହିଛନ୍ତି ବିରାଟ କହୋଲି କାଲିର ମ୍ୟାଚ୍ରେ ଶତକ ହାସଲ କରିବେ, ଆଉ ଏଥିପାଇଁ ହରଭଜନ ଭାଙ୍ଗଡ଼ା ନାଚିବେ। ବର୍ତ୍ତମାନ ବିରାଟ କୋହଲିଙ୍କ ଖରାଫ ଫର୍ମ ଚାଲିଛି। ଗତ ୬ଟି ମ୍ୟାଚ୍ରେ ସେ କେବଳ ଦେଢଶହ ରନ କରିଛନ୍ତି। ବାଂଲାଦେଶ ବିପକ୍ଷରେ ମଧ୍ୟ କୋହଲି ଭଳ ପ୍ରଦର୍ଶନ କରିପାରି ନଥିଲେ।
ତେବେ ପାକିସ୍ତାନ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ବିରାଟ ଶନିବାର ଆଜି ୯୦ ମିନିଟ ପୂର୍ବରୁ ଆସି ପ୍ରାକ୍ଟିସ୍ କରୁଥିବାର ଦେଖିବାକୁ ମିଳିଥିଲା। ପଡ଼ିଆରେ ଫିଲ୍ଡିଂ ଟିମ୍ର ନେତୃତ୍ୱ ନେଉଥିବାର ଦେଖିବାକୁ ମିଳିଥିଲା। ଏ ନେଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେକୁ ସାକ୍ଷାତ୍କାର ଦେଇ ହରଭଜନ କହିଛନ୍ତି
ଆସନ୍ତାକାଲି ପାକିସ୍ତାନ ବିପକ୍ଷରେ ବିରାଟ ନିଜ ଦିନିକିଆ କ୍ୟାରିୟରରେ ୫୧ତମ ଶତକ ହାସଲ କରିବେ। ପୂରା ଦେଶ ବିରାଟ ପଛରେ ଛିଡ଼ା ହୋଇଛି। ବିରାଟ ଶତକ ହାସଲ କରିବା ପରେ ଖେଳ ଶେଷ ହେଲେ ମୁଁ ଭାଙ୍ଗଡ଼ା କରିବି ବୋଲି ହରଭଜନ କହିଛନ୍ତି।
ପଢନ୍ତୁ- CHAMPIONS TROPHY: ପାକିସ୍ତାନ କଲା ବଡ଼ ତ୍ରୁଟି, ଅଷ୍ଟ୍ରେଲିଆ-ଇଂଲଣ୍ଡ ମ୍ୟାଚ୍ରେ ବାଜିଲା ଭାରତର ଜାତୀୟ ସଙ୍ଗୀତ
ସୂଚନା ଥାଉକି ବିରାଟ କୋହଲି ଶେଷ ଥର ୨୦୨୩ ନଭେମ୍ବର ୧୫ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ୍ରେ ଶତକ ହାସଲ କରିଥିଲେ। ଏହାପରେ ସେ ଅର୍ଦ୍ଧଶତକ ମାରିଥିଲେ ବି ଗୋଟିଏ ବି ଶତକ ହାସଲ କରିପାରି ନାହିଁ।