ପାକିସ୍ତାନ ଜିତୁ ବୋଲି କାହିଁକି ଚାହୁଁଛନ୍ତି ଏହି ଭାରତୀୟ ଦିଗ୍ଗଜ ଖେଳାଳୀ ? ଜାଣନ୍ତୁ କାରଣ…

Published By : Prameya-News7 Bureau | February 22, 2025 IST

ନୂଆଦିଲ୍ଲୀ ୨୨।୦୨: ଚାଲିଛି ଚାମ୍ପିଅନ୍ସ ଟ୍ରଫି । ମୁହାଁମୁହିଁ ହେଉଛନ୍ତି ଦମ୍‌ଦାର୍‌ ଟିମ୍‌ । ଭାରତ ନିଜର ପ୍ରଥମ ମ୍ୟାଚ୍‌ ବାଂଲାଦେଶ ବିପକ୍ଷରେ ୧୯ ଫେବୃଆରୀରେ ଖେଳିଥିଲା । ଏବେ ୨ୟ ମ୍ୟାଚ୍‌ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ପଡିଆକୁ ଓହ୍ଲାଇବ ଭାରତ । ଏହି ମ୍ୟାଚ୍‌ ଦୁବାଇରେ ୨୩ ଫେବୃଆରୀରେ ଖେଳାଯିବ । ମୁକାବିଲା ପାଇଁ ଜୋରଦାର୍‌ ଅଭ୍ୟାସ ଚଳାଇଛନ୍ତି ଉଭୟ ଟିମ୍‌ । 

ଭାରତ ନିଜର ପ୍ରଥମ ମ୍ୟାଚ୍‌ ଜିତି ଆତ୍ମବିଶ୍ବାସରେ ପଡିଆକୁ ଓହ୍ଲାଇବ । ଅନ୍ୟପଟେ ପାକିସ୍ତାନ ପାଇଁ କର ବା ମର ସ୍ଥିତି । ଚାମ୍ପିଅନ୍ସ ଟ୍ରଫିର ଓପନିଙ୍ଗ୍‌ ମ୍ୟାଚ୍‌ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିଛି ପାକିସ୍ତାନ । ଆଉ ଗ୍ରୁପ ଏ' ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି । ରବିବାର ଭାରତକୁ ଭେଟିବ ପାକିସ୍ତାନ । କିନ୍ତୁ ଏହା ପୂର୍ବରୁ ମ୍ୟାଚକୁ ନେଇ ବିସ୍ପୋରକ ବୟାନ ଦେଇଛନ୍ତି ପୂର୍ବତନ କ୍ରିକେଟର ଅତୁଲ ଓ୍ୱାସନ । ସେ କହିଛନ୍ତି ମୁଁ ଚାହୁଁଛି ଭାରତ-ପାକିସ୍ତାନ ମ୍ୟାଚ୍‌ରେ ପାକିସ୍ତାନ ମ୍ୟାଚ ଜିତୁ । ଅତୁଲ କହିଛନ୍ତି 'ମୁଁ ଚାହୁଁଛି ପାକିସ୍ତାନ ଜିତୁ । କାରଣ ଟୁର୍ଣ୍ଣାମେଣ୍ଟ ମଜାଦାର ହେବ । ଯଦି ପାକିସ୍ତାନ ହାରିଯାଏ ତେବେ କଣ କରିବେ ? ଯଦି ପାକିସ୍ତାନ ଜିତେ ତେବେ ମୁକାବିଲା ଦମ୍‌ଦାର୍‌ ହେବ । ଲଢେଇ ବରାବର ହେବା ଉଚିତ୍‌ ।'  

ଅତୁଲ ଚଳିତ ଚାମ୍ପିଅନ୍ସ ଟ୍ରଫି ପାଇଁ ଟିମ୍‌ ଇଣ୍ଡିଆର ବିଶ୍ଳେଷଣ କରିଥିଲେ । ସେ ଟିମ୍‌ ଇଣ୍ଡିଆ ବ୍ୟାଟରଙ୍କୁ ପ୍ରଶଂସା କରିଥିଲେ । ଭାରତର ରଣନୀତିକୁ ସମର୍ଥନ କରିଥିଲେ ଏବଂ ଏହାକୁ ସର୍ବୋତ୍ତମ ଦଳ ବୋଲି କରିଥିଲେ। ସେ କହିଥିଲେ ଶୁବମନ ଗିଲ, ରୋହିତ ଶର୍ମା, ବିରାଟ କୋହଲିଙ୍କ ଭଳି ଖେଳାଳି ରହିଛନ୍ତି ।  ୮ ନମ୍ବରରେ ବ୍ୟାଟ କରୁଥିବା ଅକ୍ଷର ପଟେଲ ମଧ୍ୟ ଭଲ ଫର୍ମରେ ରହିଛନ୍ତି । ରୋହିତ ୫ ଜଣ ସ୍ପିନର ରହିଛନ୍ତି । ଏହି ଦଳ ଦୁବାଇ ପାଇଁ ସର୍ବଶ୍ରେଷ୍ଠ ।

କହି ରଖୁଛୁ କି ଚାମ୍ପିଅନ୍ସ ଟ୍ରଫିରେ ଭାରତ ତାର ପ୍ରଥମ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ଖେଳିଥିଲା । ଏହି ମ୍ୟାଚକୁ ୬ ୱିକେଟରେ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ସେହିପରି ଉଦଘାଟନୀ ମ୍ୟାଚରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ୬୦ରନରେ ପରାସ୍ତ ହୋଇଥିଲା ଆୟୋଜକ ପାକିସ୍ତାନ । ଭାରତ ବିପକ୍ଷ ମ୍ୟାଚ ପାକିସ୍ତାନ ପାଇଁ 'କର ବା ମର' ସମାନ ହେବ । ଏମିତିକି ପାକିସ୍ତାନ ଟିମ୍‌ ଟୁର୍ଣ୍ଣାମେଣ୍ଟରୁ ହୋଇପାରେ ବିଦା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.