ଭରତପୁର ଘଟଣାରେ ବିଚାର ବିଭାଗୀୟ ତଦନ୍ତ, ସ୍ୱତନ୍ତ୍ର ସର୍କିଟ ହାଉସରେ ବୈଠକ

Published By : Prameya-News7 Bureau | September 30, 2024 IST

ଭୁବନେଶ୍ୱର ୩୦/୦୯: ଭରତପୁର ଥାନାରେ ନିର୍ଯାତନା ଘଟଣାକୁ ନେଇ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ। ସ୍ୱତନ୍ତ୍ର ସର୍କିଟ ହାଉସରେ ପ୍ରଥମ ବୈଠକ ଆରମ୍ଭ । କମିଶନ ଅଧ୍ୟକ୍ଷ ଜଷ୍ଟିସ ସି ଆର ଦାସଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା ବୈଠକ। ବୈଠକରେ ଗୃହ ବିଭାଗ ସଚିବ, ପୋଲିସ ଡିଜି, ସୂଚନା ଲୋକ ସମ୍ପର୍କ ସଚିବଙ୍କ ସହ କ୍ରାଇମବ୍ରାଞ୍ଚ ଏଡିଜି ବିନୟ ତୋଷ ମିଶ୍ର, ଆଇଜି ସଫିନ ମହମ୍ମଦ ଉପସ୍ଥିତ ଅଛନ୍ତି । 

ସୂଚନା ଥାଉକି, ଗତ ସପ୍ତାହରେ ଭରତପୁର ଥାନା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଦ୍ୱାରା ଉକ୍ତ ତଦନ୍ତ ହେବ ବୋଲି ସ୍ପଷ୍ଟ କହିଥିଲେ । 

ଏହାସହ ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ମାନ୍ୟବର କମିଶନଙ୍କୁ ଅନୁରୋଧ କରାଯାଇଥିଲା । ଏହାସହିତ ମାନ୍ୟବର ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ (Court Monitored Investigation) କ୍ରାଇମବ୍ରାଞ୍ଚ ତଦନ୍ତକୁ ତ୍ବରାନ୍ବିତ କରିବା ପାଇଁ ମଧ୍ୟ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.