ଷ୍ଟାରକିଡ୍‌ଙ୍କ ଭଳି ବଢିନାହାନ୍ତି ଶ୍ରିୟା, କହିଲେ-ନହେଲେ ମୁଁ ବେକାର ହୋଇ ବସିଥାନ୍ତି

Published By : Prameya-News7 Bureau | September 30, 2024 IST

ମୁମ୍ଵାଇ ୩୦।୦୯: ପ୍ରସିଦ୍ଧ ଅଭିନେତା  ସଚିନ୍‌ ପିଲଗାଓଁକର  ଓ ସୁପ୍ରିୟାଙ୍କ ଝିଅ ଶ୍ରିୟା ନିଜ  ପିତାମାତାଙ୍କୁ ଫଲୋ   କରିଛନ୍ତି । ଏକ ମରାଠୀ ଫିଲ୍ମରୁ ତାଙ୍କର   କ୍ୟାରିୟର ଆରମ୍ଭ ହୋଇଥିଲା । ଶାହରୁଖ୍‌   ଖାନ୍‌ଙ୍କ ‘ଫ୍ୟାନ୍‌’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ ସେ । ତେବେ ଫିଲ୍ମ ଅପେକ୍ଷା  ୱେବ୍‌ ସିରିଜ୍‌ରୁ ତାଙ୍କୁ ଅଧିକ ସଫଳତା ମିଳିଛି ।  ଶ୍ରିୟାଙ୍କର ‘ତାଜା ଖବର’ର ଦ୍ୱିତୀୟ ସିଜନ୍‌ ଡିଜ୍‌ନି  ପ୍ଲସ୍‌ ହଟ୍‌ଷ୍ଟାରରେ ନିକଟରେ ଷ୍ଟ୍ରିମିଂ ହୋଇଛି । 

ଏହି  ଅବସରରେ ଏକ ସାକ୍ଷାତକାରରେ ସେ କହିଛନ୍ତି, ଷ୍ଟାର  କିଡ୍‌ଙ୍କ ଭଳି କେବେହେଲେ ମୋର ଲାଳନପାଳନ ହୋଇନଥିଲା ।  ସେଥିଯୋଗୁ ମୁଁ ଖୁବ୍‌ ଖୁସି ମଧ୍ୟ । ଧୀରେ ଧୀରେ ମୁଁ ନିଜର  ଯାତ୍ରାପଥରେ ଆଗେଇଛି । ପ୍ରଂଶସକମାନେ ମୋର ଏହି ଯାତ୍ରାର  ଉତ୍ଥାନପତନକୁ ଦେଖିଛନ୍ତି । 

ତେଣୁ ମୋତେ କେହି ସୋସିଆଲ  ମିଡିଆରେ ନେପୋଟିଜିମ୍‌ର ଦ୍ୱାହି ଦେଇ ନକାରାତ୍ମକ ମନ୍ତବ୍ୟ   ଦେଇନାହାନ୍ତି । ମୋର ଅଭିନୟ ଯାତ୍ରା ୧୦-୧୫ ବର୍ଷ ହେଉ ବୋଲି ମୁଁ କେବେ ଚାହିଁନାହିଁ । ଦୀର୍ଘପଥ ଯାତ୍ରା କରିବାକୁ  ମୋର ଇଚ୍ଛା ରହିଛି । ଏଭଳି କ୍ଷେତ୍ରରେ ମୁଁ ତରତର  ହୋଇ କୌଣସି ନିଷ୍ପତ୍ତି ନେଉନାହିଁ । ‘ତାଜା  ଖବର’ର ଦ୍ୱିତୀୟ ସିଜନ୍‌ରେ ତାଙ୍କ ସହିତ  ଭୁବନ୍‌ ବାମଙ୍କୁ ଦେଖିବାକୁ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.