ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ଆୱାର୍ଡ, କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଟ୍ଵିଟ୍ କରି ଦେଲେ ସୂଚନା

Published By : Prameya-News7 Bureau | September 30, 2024 IST

ମୁମ୍ଵାଇ ୩୦।୦୯:ବଲିଉଡ୍ କିମ୍ଵଦନ୍ତୀ ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ବର୍ତ୍ତମାନ ତାଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡରେ ସମ୍ମାନିତ କରାଯିବ। ଏନେଇ କେନ୍ଦ୍ରମନ୍ତ୍ରୀ  ଅଶ୍ଵିନୀ ବୈଷ୍ଣବ ଟ୍ଵିଟ୍‌ କରି ଏହି ସୂଚନା ଦେଇଛନ୍ତି।

ଟ୍ଵିଟ୍‌ରେ ସେ ଲେଖିଛନ୍ତି, “ଏହି ଘୋଷଣା କରିବା ମୋ ପାଇଁ ଗୌରବର ବିଷୟ । ଭାରତୀୟ ସିନେମାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ କିମ୍ବଦନ୍ତୀ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପୁରସ୍କାର ପ୍ରଦାନ କରିବାକୁ ଦାଦାସାହେବ ଫାଲକେ ସିଲେକସନ ଜୁରି ଏହି ନିଷ୍ପତ୍ତି ନେଇଛନ୍ତି।। ଅକ୍ଟୋବର ୮ ରେ ୭୦ତମ ନ୍ୟାସନାଲ ଫିଲ୍ମ ଆୱର୍ଡ ସେରମନିରେ ଏହି ପୁରସ୍କାର ପ୍ରଦାନ କରାଯିବ ।

ପ୍ରଶଂସକମାନେ ଏହି ଖବର ପାଇବା ମାତ୍ରେ ସମସ୍ତେ ଖୁସି ହୋଇଯାଇଛନ୍ତି। ସୂଚନାଯୋଗ୍ୟ ଯେ ମିଥୁନ ତାଙ୍କ ଅଭିନୟ ସହିତ ଲୋକଙ୍କ ହୃଦୟରେ ସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛନ୍ତି। ମିଥୁନ ଏବେ ମଧ୍ୟ ଭାରତୀୟ ସିନେମାରେ ଆକ୍ଟିଭ୍‌ ଅଛନ୍ତି ।  ମିଥୁନ ଚକ୍ରବର୍ତ୍ତୀ ହିନ୍ଦୀ ସିନେମାର ଏମିତି ଏକ ନାମ ଯାହା ସର୍ବଦା ଲୋକଙ୍କ ମନରେ ରହିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.