‘KKK14’ର ୱିନର ହେଲେ କରଣ ବୀର ମେହରା, ଟ୍ରଫି ସହ ଜିତିଲେ ଦାମୀ କାର

Published By : Prameya-News7 Bureau | September 30, 2024 IST

ମୁମ୍ଵାଇ ୩୦।୦୯: ରୋହିତ ଶେଟ୍ଟୀଙ୍କ ସବୁଠାରୁ ଲୋକପ୍ରିୟ ଷ୍ଟଣ୍ଟ ରିଆଲିଟି ଶୋ 'ଖତରୋଁ  କେ ଖିଲାଡି ୧୪' । ବର୍ତ୍ତମାନ ଏହି ଶୋ’ର ବିଜେତା ନାମ ସାମ୍ନାକୁ ଆସିଛି ।କରଣ ବୀର ମେହେରା ଖତରୋଁ କେ ଖିଲାଡିର ଟ୍ରଫି ଜିତିଛନ୍ତି। ପୁରସ୍କାର ରାଶି ସହିତ ସେ ଏକ ଚମତ୍କାରୀ ଟୟୋଟା କାର ମଧ୍ୟ ପାଇଛନ୍ତି। ଫାଇନାଲରେ କରଣ ବୀର ,ଅଭିଷେକ କୁମାର, ଗଶ୍ମିର ମହାଜନୀ, ଶାଲିନ ଭନୋତ୍‌ ଏବଂ କୃଷ୍ଣା ଶ୍ରଫଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସମସ୍ତଙ୍କୁ ପଛରେ ପକାଇ କରଣ ବୀର ଟାଇଟଲ ହାସଲ କରିଛନ୍ତି ।  

କରଣ ବୀର ମେହେରା ଟ୍ରଫି ଜିତିଥିଲେ

ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ କରଣ ଲୋକପ୍ରିୟ ରିଆଲିଟି ସୋ ଖତରୋଁ କେ ଖିଲାଡି ସିଜନ ୧୪ର ଟାଇଟଲ ଜିତିଛନ୍ତି।  ଗ୍ରାଣ୍ଡ୍ ଫାଇନାଲ୍ ର ଶେଷ ଷ୍ଟଣ୍ଟରେ କରଣ ପ୍ରତ୍ୟେକ ବିପଜ୍ଜନକ ଷ୍ଟଣ୍ଟକୁ ବହୁତ ଭଲ ପ୍ରଦର୍ଶନ କରିଥିଲେ । ଏହି ଶୋ’ ଜିତିବା ପରେ କରଣ  ଟ୍ରଫି, ପୁରସ୍କାର ରାଶି ଏବଂ ଏକ କାର ପାଇଥିଲେ । ଶ୍ରେଷ୍ଠ ୫ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ୨୯ ସେପ୍ଟେମ୍ବରରେ ଶୋ’ର ବିଜେତା ଘୋଷଣା ହୋଇଥିଲା ।

ଟ୍ରଫି ସହିତ ପୁରସ୍କାର ରାଶି ଗ୍ରହଣ କରିଛନ୍ତି

କରଣ କେବଳ 'ଖତରୋଁ କେ ଖିଲାଡି ୧୪' ଟ୍ରଫି ଜିତି ନାହାଁନ୍ତି ବରଂ ତାଙ୍କୁ ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ପାଇଛନ୍ତି। ଏହା ବ୍ୟତୀତ ଏକ ଟୟୋଟା କାର ମଧ୍ୟ ଜିତିଥିଲେ।  କରଣ ଶୋ’ରେ ପ୍ରତ୍ୟେକ ଷ୍ଟଣ୍ଟ ଏବଂ ଟାସ୍କକୁ ବହୁତ ଉତ୍ସାହର ସହିତ ପ୍ରଦର୍ଶନ କରିଛନ୍ତି। କରଣ ମେହେରା ଟ୍ରଫି ସହିତ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.