ଲାଓସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଜଷ୍ଟିନ ଟ୍ରୁଡୋ, ସମାଧାନ ପାଇଁ କଲେ ଅନୁରୋଧ

Published By : Prameya-News7 Bureau | October 11, 2024 IST

livehindustan

ନୂଆଦିଲ୍ଲୀ: ଲାଓସରେ ଆୟୋଜିତ ଆସିୟାନ ଶିଖର ସମ୍ମିଳନୀ ସମୟରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସଂକ୍ଷିପ୍ତ ଆଲୋଚନା ହୋଇଛି। ଖୋଦ୍ ଟ୍ରୁଡୋ ଶୁକ୍ରବାର ଏହାର ସୂଚନା ଦେଇଛନ୍ତି। କାନାଡା ଓ ଭାରତ ମଧ୍ୟରେ ଗତ ଏକ ବର୍ଷ ଧରି ଚାଲିଥିବା ତିକ୍ତତା ସଂପର୍କ ମଧ୍ୟରେ ମୋଦୀ ଓ ଟ୍ରୁଡୋଙ୍କ ମଧ୍ୟରେ ଏହି ସାକ୍ଷାତ ହୋଇଛି। ଟ୍ରୁଡ ଭାରତ ସାମ୍ନାରେ ଅନୁରୋଧ କରି କିଛି ବାସ୍ତବ ପ୍ରସଙ୍ଗର ସମାଧାନ କରାଯାଉ ବୋଲି କହିଛନ୍ତି। ତେବେ କେଉଁ ପ୍ରସଙ୍ଗରେ ସେ କହିଛନ୍ତି, ତାହା ସ୍ପଷ୍ଟ କରି ନାହାନ୍ତି। କୁହାଯାଉଛି, କାନାଡାର ଟ୍ରୁଡୋ ସରକାର ଭାରତ ଦ୍ଵାରା ଖାଲିସ୍ତାନୀ ଆତଙ୍କବାଦୀଙ୍କ ଉପରେ ଆକ୍ସନକୁ ନେଇ ବିଚଳିତ ଅଛନ୍ତି। 

କଣ କହିଲେ ଟ୍ରୁଡୋ ?

ଟ୍ରୁଡୋ କହିଛନ୍ତି, ଭାରତ ସହିତ ବାସ୍ତବିକ ପ୍ରସଙ୍ଗ ରହିଛି, ଯାହାର ସମାଧାନ କରାଯିବାର ଆବଶ୍ୟକତା ରହିଛି। ଆମେ ଗତ କିଛି ମାସରେ ସମଗ୍ର ଦେଶରେ ଭାରତୀୟ କାନାଡାଇ ଲୋକଙ୍କ ଉପରେ ହେଉଥିବା ହିଂସାକୁ ନେଇ ବିଚଳିତ କରିବା ଭଳି ଘଟଣା ଦେଖୁଛୁ। ଗତ ବର୍ଷ ୨୦୨୩ ଜୁନରେ ବ୍ରିଟିଶ କଲୋମ୍ବିଆରେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ପରେ ଦୁଇ ଦେଶର ସଂପର୍କରେ ତିକ୍ତତା ଆସିଥିଲା। ଟ୍ରୁଡୋ ଗତ ବର୍ଷ ସେପ୍ଟେମ୍ବରରେ କାନାଡ଼ା ସଂସଦରେ ଭାରତ ସରକାର ଉପରେ ନିଜ୍ଜରଙ୍କ ହତ୍ୟା ମାମଲାରେ ସଂପୃକ୍ତ ଥିବା ଅଭିଯୋଗ କରିଥିଲେ। ଏହା ପରେ ଦୁଇ ଦେଶର ସଂପର୍କ ବିଗିଡ଼ିବାରେ ଲାଗିଥିଲା। ଭାରତ କାନାଡର ସବୁ ଅଭିଯୋଗକୁ ଖଣ୍ଡନ କରିଥିଲା।

ଆସିୟାନ ଶିଖର ସମ୍ମିଳନୀରେ ମୋଦୀଙ୍କ ସହ ଆଲୋଚନା ବିଷୟରେ ଟ୍ରୁଡୋ ଅଧିକ କିଛି ସୂଚନା ଦେଇ ନାହାନ୍ତି। କିନ୍ତୁ ସେ ଦୁଇ ଦେଶର ସଂପର୍କକୁ ନେଇ ଅଧିକ କିଛି ଟିପ୍ପଣୀ କରି ନାହାନ୍ତି। ଭାରତ ସରକାରଙ୍କ ଜୈନକ ଅଧିକାରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ମଧ୍ୟରେ ଭିଏତନିୟାତେର କୌଣସି ବିସ୍ତୃତ ଆଲୋଚନା ହୋଇ ନାହିଁ। ଭାରତ ଆଶା କରୁଛି କାନାଡ଼ା ମାଟିରେ ଭାରତ ବିରୋଧୀ ଖାଲିସ୍ତାନୀ ଗତିବିଧି ହେବାକୁ ଦିଆଯିବ ନାହିଁ। କାନାଡ଼ା ମାଟିରେ ଭାରତ ବିରୋଧରେ ହିଂସା, ଉଗ୍ରବାଦ ଓ ଆତଙ୍କବାଦର କଥା କହୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆମର ଆଶା। କିନ୍ତୁ ଏ ପର୍ଯ୍ୟନ୍ତ ତାହା ହୋଇ ନାହିଁ। 

ଭାରତ କାନାଡ଼ା ସହିତ ସମ୍ବନ୍ଧକୁ ମହତ୍ଵ ଦେଇଥାଏ। ମାତ୍ର ଯେ ପର୍ଯ୍ୟନ୍ତ କାନାଡା ସରକାର ଭାରତ ବିରୋଧୀ ଗତିବିଧିରେ ସଂପୃକ୍ତ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଇଛି ସେ ପର୍ଯ୍ୟନ୍ତ ଦ୍ଵିପାକ୍ଷିକ ସଂପର୍କରେ ସୁଧାର ଆସିବ ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.