ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ଘୋଷଣା ହୋଇପାରେ ରାଜ୍ୟ ସଭାପତିଙ୍କ ନାଁ

Published By : Prameya-News7 Bureau | March 29, 2025 IST

ଭୁବନେଶ୍ୱର ୨୯।୦୩ : ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।  ଏପ୍ରିଲ ୧୨ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏହି ଗସ୍ତ ଅବସରରେ ଜେପି ନଡ୍ଡା ବିଜେପିର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ କନ୍ଧମାଳ ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ଦେଲେ ସୂଚନା ଦେଇଛନ୍ତି।  

ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ପରେ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳଙ୍କ ନାଁ ଘୋଷଣା ହୋଇପାରେ ।  ଏପ୍ରିଲ ୧୪ ତାରିଖରେ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହୋଇପାରେ ବୋଲି କନ୍ଧମାଳ ସାଂସଦ ସୂଚନା ଦେଇଛନ୍ତି। ତେବେ ମନମୋହନ ସାମଲ ରିପିଟ୍ ହେବେ ନାଁ , ତାଙ୍କ ବଦଳରେ ଆଉ କେଉଁ ନୂଆ ମୁହଁକୁ ସୁଯୋଗ ମିଳିବ ତାହା ଦେଖିବାକୁ ବାକି ରହିଲା । ଗତ ୨୦୨୪ ନିର୍ବାଚନରେ ମନମୋହନ ସାମଲ୍‌ଙ୍କ ନେତୃତ୍ୱରେ ଦଳ ବିଜୟୀ ହୋଇଥିଲା । ଆଉ ଦୀର୍ଘ ସମୟରେ ରାଜ୍ୟ କ୍ଷମତାକୁ ଫେରିଥିଲା ବିଜେପି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.