ମୁମ୍ବାଇ ୨୩/୦୬: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ପୌରାଣିକ ମହାଗାଥାରେ ସୀତା ଭୂମିକାରେ ଅଭିନୟ କରିବାକୁ ନେଇ ଚର୍ଚ୍ଚାରେ ଥିଲେ। ସୀତା ଭୂମିକାରେ ଅଭିନୟ କରିବାକୁ କରୀନା କପୁର ୧୨ କୋଟି ଟଙ୍କା ଦାବି କରିଥିଲେ। ଯାହା ପରେ ସୋସିଆଲ ମିଡିଆରେ କରୀନାଙ୍କୁ ବୟକଟ୍ କରିବାକୁ ଦାବି ହୋଇଥିଲା। ବର୍ତ୍ତମାନ ଏହି ଫିଲ୍ମ ବିଷୟରେ ଆଉ ଏକ ସୂଚନା ସମ୍ନାକୁ ଆସିଛି । ନିର୍ମାତାମାନେ ଫିଲ୍ମରେ କରୀନାଙ୍କ ସ୍ଥାନରେ କଙ୍ଗନା ରଣାୱତଙ୍କୁ କାଷ୍ଟ କରିବାକୁ ଚାହୁଁଛନ୍ତି।
{"width":604,"height":339}ସୂଚନା ଅନୁଯାୟୀ, 'ସୀତା – ଦି ଇନକର୍ନେସନ୍'ର ନିର୍ମାତା କରୀନା କପୁର ଖାନଙ୍କ ବଦଳରେ ଫିଲ୍ମରେ କଙ୍ଗନା ରାନାୱତଙ୍କୁ ସାଇନ୍ କରିବାକୁ ଚିନ୍ତା କରୁଛନ୍ତି। ଫିଲ୍ମର ଲେଖକ କେ.ଭି ବିଜୟେନ୍ଦ୍ର ପ୍ରସାଦ ଏହି ଫିଲ୍ମରେ କଙ୍ଗନା ରଣାୱତଙ୍କୁ ନେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ତେବେ ନିର୍ମାତା ଏବଂ କଙ୍ଗନା ରଣାୱତଙ୍କ ଦ୍ୱାରା ଏହି ଖବର ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।
{"width":613,"height":340}ଖବର ଅନୁଯାୟୀ, ଫିଲ୍ମ ସହ ଜଡିତ ଏକ ସୂତ୍ରରୁ ଜଣାପଡିଛି ଯେ କରୀନା କପୁର ଖାନଙ୍କ ନାମ ସୀତା - ଦି ଇନକର୍ନେସନ୍ ସହିତ ଜଡିତ ଅଛି କିନ୍ତୁ ନିର୍ମାତାମାନେ ଏହି ଫିଲ୍ମ ପାଇଁ ବେବୋଙ୍କ ନିକଟକୁ ଯାଇ ନାହାଁନ୍ତି। କେ.ଭି ବିଜୟେନ୍ଦ୍ର ପ୍ରସାଦ ଅନୁଭବ କରିଛନ୍ତି ଯେ ଏହି ଫିଲ୍ମ ପାଇଁ କଙ୍ଗନା ରଣାୱତ ଉପଯୁକ୍ତ ହେବେ। ଯଦିଓ ନିର୍ମାତାମାନେ କାଷ୍ଟିଂକୁ ନେଇ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହାଁନ୍ତି। ବିଜୟେନ୍ଦ୍ର ପ୍ରସାଦ ଆଜିକାଲି ତାଙ୍କ ପୁଅ ଏସ୍ ଏସ୍ ରାମୌଲିଙ୍କ ଦ୍ୱାରା ନିର୍ମିତ ଫିଲ୍ମ ଟ୍ରିପଲ୍ ଆରରେ ବ୍ୟସ୍ତ ଅଛନ୍ତି।