କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ: ୪ ଅଫିସରଙ୍କୁ ବଡ଼ ଦାୟିତ୍ଵ, ଘଟଣାସ୍ଥଳକୁ ଯିବାକୁ ମନ୍ତ୍ରୀ ଏବଂ SRCଙ୍କୁ ନିର୍ଦ୍ଦେଶ

Published By : Prameya-News7 Bureau | June 02, 2023 IST

ସୋର: ହାଓ୍ଵଡା-ସାଲିମାର କରମଣ୍ଡଳ ଏକ୍ସପ୍ରେସ୍ ହାଓ୍ଵଡାରୁ ଚେନ୍ନାଇ ଯାତ୍ରା ସମୟରେ ବାଲେଶ୍ଵରର ବାହାନଗାରେ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛି। କରମଣ୍ଡଳ ଏକ୍ସପ୍ରେସ୍ ମାଲବାହୀ ଟ୍ରେନକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ୬-୭ ବଗି ଲାଇନଚ୍ୟୁତ୍ ହୋଇଥିବା ମୃତକ ସଂଖ୍ୟା ୧୦କୁ ବୃଦ୍ଧି ଘଟିଛି।୪୦ରୁ ଉର୍ଦ୍ଧ୍ଵ ଗୁରୁତର ଆହତ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ସ୍ଥିତିକୁ ଦେଖିଲେ ମୃତକଙ୍କ ସଂଖ୍ୟା ବଢିବାର ସମ୍ଭାବନା ରହିଛି। ସନ୍ଧ୍ୟା ୭ଟାରେ ଏହି ରେଳ ଦୁର୍ଘଟଣା ଘଟିଛି। ବର୍ତ୍ତମାନ ଏହି ରୁଟ୍‌ରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ କରାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଟ୍ରେନର ୧୮ଟି ଡବା ଥିବା କୁହାଯାଉଛି।

ओडिशा में भीषण ट्रेन हादसा, मालगाड़ी से टकराई कोरोमंडल एक्सप्रेस; बचाव अभियान के लिए टीमें रवाना

ଟ୍ରେନ ଦୁର୍ଘଟଣା ନେଇ ଜରୁରୀକାଳୀନ ନଂ ଜାରି କରିଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର। ଯୋଗାଯୋଗ ପାଇଁ ଜରୁରୀକାଳୀନ ନଂ ୬୭୮୨୨୬୨୨୮୬ ଜାରି କରାଯାଇଛି।  କଟକ ଏସସିବି ମେଡିକାଲ୍‌କୁ ଆଲର୍ଟ ମୋଡରେ ରଖାଯାଇଛି। ଘଟଣାସ୍ଥଳକୁ ଯିବାକୁ ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏବଂ ସ୍ଵତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ୪ବରିଷ୍ଠ ଅଧିକାରୀ ହେମନ୍ତ ଶର୍ମା, ବଲଓ୍ଵନ୍ତ ସିଂ, ଅରବିନ୍ଦ ଅଗ୍ରଓ୍ଵାଲଙ୍କ ସହ  ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀଙ୍କୁ ଉଦ୍ଧାର କାର୍ଯ୍ୟ ଏବଂ ହସ୍ପିଟାଲ୍ ତଦାରଖ ପାଇଁ ଦାୟିତ୍ଵ ଦିଆଯାଇଛି।

ओडिशा में बड़ा हादसा

ଟ୍ରେନ ତଳେ ଅନେକ ଯାତ୍ରୀ ଚାପି ହୋଇ ରହିଥିବା ଜଣା ପଡ଼ିଛି। ଟ୍ରେନରେ ଫସିଥିବା ଯାତ୍ରୀଙ୍କ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ରେଳ କର୍ମଚାରୀ, ଉଦ୍ଧାରକାରୀ ଟିମ୍‌ ଓ ଓଡ୍ରାଫ୍‌ ଟିମ୍‌ ନିୟୋଜିତ ହୋଇଛନ୍ତି । ସ୍ଥାନୀୟ ଲୋକେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିଜକୁ ସାମିଲ୍‌ କରାଇଛନ୍ତି। ତେବେ ଅନ୍ଧାର ଯୋଗୁଁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଉଦ୍ଧାରକାର୍ଯ୍ୟ ପାଇଁ ଏନଡିଆରଏଫକୁ ଘଟଣାସ୍ଥଳକୁ ପଠାଯାଇଛି।

wp:heading {"level":4}

ଏ ଖବର ପଢନ୍ତୁ- କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ: ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି, ଶତାଧିକ ଆହତ, ଜରୁରୀକାଳୀନ ନଂ ଜାରି କଲେ SRC

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.