ପ୍ରେଗନେନ୍ସି ନୁହେଁ ବରଂ ଏହି କାରଣରୁ ମିଡିଆରୁ ଦୂରେଇ ଗଲେ କ୍ୟାଟ୍ରିନା, ଜାଣନ୍ତୁ କାହିଁକି ?

Published By : Prameya-News7 Bureau | May 03, 2023 IST

ମୁମ୍ଵାଇ ୦୩।୦୫: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ। ତାଙ୍କୁ ଦୀର୍ଘ ଦିନ ଧରି ପରଦାରେ ଦେଖିବାକୁ ମିଳି ନଥିଲା। ଏହି ଅଭିନେତ୍ରୀଙ୍କୁ ଶେଷ ଥର ପାଇଁ ଫିଲ୍ମ 'ଫୋନ୍ ଭୁତ୍‌'ରେ ନଜର ଆସିଥିଲେ। ଏହା ସହିତ କ୍ୟାଟ୍ରିନା ବିବାହ ପରେ ତାଙ୍କୁ ପବ୍ଲିକ୍‌ରେ ଦେଖିବାକୁ ଖୁମ୍ ମିଳିଥିଲା। ଯେଉଁଥିପାଇଁ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ପଚାରୁଛନ୍ତି ।

Katrina Kaif sparks pregnancy rumours again after viral video from Eid  party | Masala News – India TV

ଇଦ୍ ଅବସରରେ ଅଭିନେତ୍ରୀ ଆୟୁଷ ଶର୍ମା ଏବଂ ଅର୍ପିତା ଖାନଙ୍କ ଘରେ ନଜର ଆସିଥିଲେ, ଯାହା ପରେ ତାଙ୍କ ପ୍ରେଗନେନ୍ସି ଥିବା ନେଇ ଗୁଜବ ଆରମ୍ଭ ହୋଇଥିଲା। ଏହା ସହିତ କୁହାଯାଇଥିଲା ଯେ ଗର୍ଭବତୀ ହେତୁ ଅଭିନେତ୍ରୀ ତାଙ୍କର ପବ୍ଲିକ୍‌ ଆପିରିୟନ୍ସ ମିଳୁନାହିଁ। କ୍ୟାଟ୍ରିନା ପ୍ରେଗନେନ୍ସି କିମ୍ବା ବ୍ୟକ୍ତିଗତ ଜୀବନ ହେତୁ ନୁହେଁ, ବରଂ ତାଙ୍କ ବୃତ୍ତିଗତ ଜୀବନ ହେତୁ ପବ୍ଲିକ୍‌ ଆପିରିୟନ୍ସକୁ ହ୍ରାସ କରିଛନ୍ତି । କାହିଁକି ନା ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଟାଇଗର' 'ପାଇଁ ବହୁତ ବ୍ୟସ୍ତ ଅଛନ୍ତି । ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ପୁଣି ଥରେ ସଲମାନ ଖାନଙ୍କ ସହ ସ୍କ୍ରିନ୍ ସେୟାର୍ କରିବେ।

Bollywood actress Katrina Kaif wants to help India become healthier!

ଏହି ଚଳଚ୍ଚିତ୍ର ହେତୁ କ୍ୟାଟ୍ରିନା ପବ୍ଲିକ୍‌ ଆପିରିୟନ୍ସ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହା ଦ୍ଵାରା ଦର୍ଶକ ଥିଏଟରରେ ତାଙ୍କ ଭୂମିକାକୁ ନେଇ ଉତ୍ସାହିତ ରହିବେ। ଅଭିନେତ୍ରୀ 'ଟାଇଗର' 'ପାଇଁ ବହୁତ ପରିଶ୍ରମ କରୁଛନ୍ତି . କହିବାକୁ ଗଲେ କ୍ୟାଟ୍ରିନାଙ୍କୁ ଶେଷ ଥର ପାଇଁ ଫିଲ୍ମ 'ଫୋନ୍ ଭୁତ୍‌'ରେ ଦେଖିବାକୁ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.