ନୂଆଦିଲ୍ଲୀ: ଭାରତରେ ବିରୋଧରେ ବିଷ ଓଗାଳୁଛି ଶିଖ୍ ଫର୍ ଜଷ୍ଟିସ୍ (SFJ)ର ମୁଖ୍ୟ ଗୁରୁପତୱନ୍ତ ସିଂହ ପନ୍ନୁ । ଦିଲ୍ଲୀର ଆଇଏସବିଟି ଅଞ୍ଚଳରେ ଓଭରବ୍ରିଜ୍ କାନ୍ଥରେ ଖଲିସ୍ତାନୀ ସମର୍ଥକ ନାରା ଲେଖିଥିବା ବେଳେ ଦିଲ୍ଲୀ ପୋଲିସ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ହେଲେ ବିଶ୍ବକପକୁ ନେଇ ପୋଲିସର ଚିନ୍ତା ବଢ଼ିଛି । ବିଶ୍ବକପ ପୂର୍ବରୁ ସୋସିଆଲ୍ ମିଡିଆରେ ପନ୍ନୁର ଏକ ଅଡିଓ ମେସେଜ୍ ଧମକ ଭାଇରାଲ୍ ହେଉଛି । ଯେଉଁଥିରେ ଅକ୍ଟୋବର ୫ତାରିଖରୁ ହେବାକୁଥିବା ବିଶ୍ବକପକୁ ନେଇ ଧମକ ରହିଛି । ବିଶ୍ବକପ ଆତଙ୍କ କପ୍ରୁ ଆରମ୍ଭ ହେବ ବୋଲି କୁହାଯାଇଛି । ମାତ୍ର ଏହି ଅଡିଓକୁ ନେଇ ଏଯାଏଁ କୌଣସି ସ୍ପଷ୍ଟ ରିପୋର୍ଟ ଆସିନାହିଁ ।
ଏହି ଅଡିଓ ମେସେଜେ ଟ୍ବିଟ୍ ଆକାଉଣ୍ଟରେ ଅପଲୋଡ ହୋଇଛି । ଏହା ଇଣ୍ଟରନ୍ୟାସନାଲ ନମ୍ବରରୁ ଆସିଛି । ତେବେ ଅଡିଓ ଗୁରୁପତୱନ୍ତ ସିଂହ ପନ୍ନୁ ବୋଲି ଲୋକେ ଦାବି କରିଛନ୍ତି । ସେପଟେ ଅଗଷ୍ଟ ୧୫ ଓ ଜି-୨୦ ପୂର୍ବରୁ ପନ୍ନୁଙ୍କ ସମର୍ଥକ ଦିଲ୍ଲୀରେ ଭାରତ ବିରୋଧୀ ସ୍ଲୋଗାନ୍ ଲେଖିଥିଲେ । ଉକ୍ତ ମାମଲାରେ ପୋଲିସ କିଛି ଖଲିସ୍ତାନୀ ସମର୍ଥକଙ୍କୁ ଗିରଫ କରିଥିଲା । ଏବେ ଓଭରବ୍ରିଜରେ ଖଲିସ୍ତାନୀ ନାରା ଲେଖାଯିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପନ୍ନୁ ପୁଣି ଏକ ଅଡିଓ ମେସେଜ ଭରା ଧମକ ପୋଲିସକୁ ଚିନ୍ତାରେ ପକାଇଛି ।
wp:embed {"url":"https://www.prameyanews7.com/khalistan-gangster-network-in-pakistan-canada-operation-in-punjab-nia-revealed/","type":"wp-embed","providerNameSlug":"prameya-news-7"} /wp:embedଭିଡିଓରେ ଗୁରୁପତୱନ୍ତ ସିଂହ ପନ୍ନୁ ଦିଲ୍ଲୀକୁ ଖଲିସ୍ତାନ କରିବାକୁ କହିଛି । ସେ ଆହୁରି ଦାବି କରିଛି, କାନାଡ଼ାରୁ କିଛି ଖଲିସ୍ତାନୀ ସମର୍ଥକ ଦିଲ୍ଲୀ ପହଞ୍ଚିଛନ୍ତି । ସେମାନେ ତାଙ୍କ କାମ ପୂରା କରିବେ । ଆତଙ୍କୀ ହରଦୀପ ସିଂ ନିଜ୍ଜର ହତ୍ୟା ପାଇଁ ପନ୍ନୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରିଛି । କହିଛି, ଶିଖ୍ ଫର୍ ଜଷ୍ଟିସ୍ ଏହି ହତ୍ୟାର ପ୍ରତିଶୋଧ ନେବ । ଆମର ଟାର୍ଗେଟ୍ ଅକ୍ଟୋବର ପ୍ରଥମ ସପ୍ତାହରେ ଆରମ୍ଭ ହେବାକୁ ଥିବା ଆଇସିସି ବିଶ୍ୱକପ୍ ବୋଲି କହିଛି ପନ୍ନୁ ।
ଭାରତ-କାନାଡ଼ା ମଧ୍ୟରେ ନିଜ୍ଜର ହତ୍ୟାକୁ ନେଇ କୂଟନୈତିକ ସମ୍ବନ୍ଧ ଖରାପ ହୋଇଥିବା ବେଳେ ପନ୍ନୁର ଭିଡିଓ ଆସିଛି । ଜୁନ୍ ୧୮ରେ କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜରର ହତ୍ୟା ହୋଇଥିଲା । କାନାଡ଼ାର ଅଭିଯୋଗ ଏହି ହତ୍ୟାକାଣ୍ଡରେ ଭାରତୀୟ ଏଜେଣ୍ଟଙ୍କ ହାତ ରହିଛି । ତେବେ ଭାରତ ଏହି ଅଭିଯୋଗକୁ ଅଗ୍ରାହ୍ୟ କରିଛି ।