ବୋରିଗୁମ୍ମା ୨୨।୦୩ : ଖସିଆସିଲେ ଅପହୃତ ବ୍ୟବସାୟୀ। କିଡନାପରଙ୍କ କବଳରୁ ଖସି ଆସିଲେ ଜୟପୁରର ଅପହୃତ ବ୍ୟବସାୟୀ ଏ.ରାଜୁ । ଏହି କିଡନାପିଂ ପଛରେ କି ରହସ୍ୟ ରହିଛି । ଏସବୁ ନେଇ ଛାନଭିନ୍ କରୁଛି ପୋଲିସ।
ଖବର ଅନୁଯାୟୀ, ଶୁକ୍ରବାର ସଂଧ୍ୟାରେ ଗେଟଗୁଡା ନିକଟରୁ ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ଅପହରଣ କରିନେଇଥିଲେ। ଏନେଇ ପୋଲିସ ନିକଟରେ ପରିବାର ଲୋକ ଅଭିଯୋଗ କରିଥିଲେ । ଧାନ ମିଲ ସହ ଅନେକ ବ୍ୟବସାୟ ତାଙ୍କର ରହିଛି। ଗେଟଗୁଡା ନିକଟରେ ଥିବା ତାଙ୍କ ମିଲକୁ ସେ ସ୍କୁଟିରେ ଯାଉଥିବା ସମୟରେ ଅପହୃତ ହୋଇଯାଇଥିଲେ । ତାଙ୍କ ସ୍କୁଟି ମିଳିଥିଲା । ପୂର୍ବରୁ ଦୁର୍ବୃତ୍ତମାନେ ତାଙ୍କୁ ୨୦ ଲକ୍ଷ ଟଙ୍କା ଦାଦା ବଟି ମାଗିଥିବା ନେଇ ପରିବାର ଲୋକ ଅଭିଯୋଗ ମଧ୍ୟ କରିଥିଲେ । ତେବେ ବାଟରେ ଅରହରଣକାରୀଙ୍କ ମାନେ ଶୋଇ ପଡିଥିବା ବେଳେ ସେ କୌଶଳ କ୍ରମେ ଖସି ଆସିଥିଲେ । ବୋରିଗୁମ୍ମା ନିକଟରୁ ତାଙ୍କୁ ପୋଲିସ ଉଦ୍ଧାର କରିଛି । ତେବେ କିଏ ଏବଂ କାହିଁକି ତାଙ୍କୁ କିଡନାପ୍ କରିଥିଲା । ବ୍ୟବସାୟୀ ଜଣକ କିଡନାପରଙ୍କୁ ଚିହ୍ନଟ କରି ପାରିବେ କି । କିଡନାପିଂ ପଛରେ କି ରହସ୍ୟ ରହିଛି । ଏସବୁ ନେଇ ଛାନଭିନ୍ କରୁଛି ପୋଲିସ ।