‘ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ’: ଦକ୍ଷିଣ କୋରିଆକୁ ଯୁଦ୍ଧ ଧମକ ଦେଲେ କିମ୍‌ଙ୍କ ଭଉଣୀ

Published By : Prameya-News7 Bureau | October 13, 2024 IST

News7

ନୂଆଦିଲ୍ଲୀ: ଯୁଦ୍ଧ ପ୍ରସ୍ତୁତିରେ ଆଉ ଦୁଇ ଦେଶ !  ଋଷ-ୟୁକ୍ରେନ, ଇସ୍ରାଏଲ୍-ପାଲେଷ୍ଟାଇନ, ଇସ୍ରାଏଲ୍-ଲେବାନନ୍ ଏବଂ ଇସ୍ରାଏଲ୍-ଇରାନ ପରେ  ଦୁନିଆର ଆଉ ଦୁଇଟି ଦେଶ ପରସ୍ପର ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ଅଛନ୍ତି। ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଶତ୍ରୁତା ବିଷୟରେ ସମଗ୍ର ବିଶ୍ୱ ଅବଗତ। କିନ୍ତୁ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ତିକ୍ତତା ଆହୁରି ବୃଦ୍ଧି ପାଇଛି। ଉଭୟ ଦେଶ ଯୁଦ୍ଧ ପାଇଁ ହେଉଛନ୍ତି ପ୍ରସ୍ତୁତ। ବିଶେଷକରି ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ତାଙ୍କ ସୈନ୍ୟବାହିନୀକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଦେଇଛନ୍ତି ନିର୍ଦ୍ଦେଶ। ଏବେ ସେହି ରାସ୍ତାରେ ତାଙ୍କ ଭଉଣୀ କିମ ୟୋ ଜୋଙ୍ଗ। ଦକ୍ଷିଣ କୋରିଆକୁ ୟୋ ଦେଇଛନ୍ତି ଧମକ। ଏହାର ପରିଣାମ ସାମ୍ନା କରିବାକୁ ପ୍ରସ୍ତୁତ। ଯେତେବେଳେ ଏକ ମାନବ ବିହୀନ ଡ୍ରୋନ୍ ଉତ୍ତର କୋରିଆ ଅଞ୍ଚଳରେ ଉଡାଇଥିଲା ଦକ୍ଷିଣ କୋରିଆ। କିମ ୟୋଙ୍ଗ ଏନେଇ ଚରମ ଚେତାବନୀ ଦେଇଛନ୍ତି।

ଉତ୍ତର କୋରିଆର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ଦକ୍ଷିଣ କୋରିଆ ଅକ୍ଟୋବର ୩, ୯ ଏବଂ ୧୦ରେ ଉତ୍ତର କୋରିଆର ଆକାଶରେ ମାନବ ବିହୀନ ଡ୍ରୋନ୍ ଉଡାଇଥିଲା। ଯଦିଓ ଦକ୍ଷିଣ କୋରିଆର ପ୍ରତିରକ୍ଷା ମନ୍ତ୍ରୀ କିମ ୟୋଙ୍ଗ-ହ୍ୟୁନ୍ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। କିନ୍ତୁ ପରେ ଏହାର ବିବୃତ୍ତିରେ ସଂଶୋଧନ କରି କହିଛନ୍ତି ଯେ ଏହା ଉତ୍ତର କୋରିଆର ଅଭିଯୋଗ ସତ୍ୟ କି ନୁହେଁ ତାହା ସ୍ପଷ୍ଟ ହୋଇପାରିନାହିଁ।

ଏହା ପରେ ଶନିବାର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଭଉଣୀ କିମ ୟୋ ଜୋଙ୍ଗ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଦକ୍ଷିଣ କୋରିଆ ଉତ୍ତର କୋରିଆର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି। ତେଣୁ ଯଦି ଡ୍ରୋନ ଉତ୍ତର କୋରିଆ ଉପରେ ଉଡ଼ିଥାଏ, ତେବେ ବିନା ଚେତାବନୀରେ ଦକ୍ଷିଣ କୋରିଆ ଉପରେ ଆକ୍ରମଣ କରାଯିବ।

ଉତ୍ତର କୋରିଆର ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି (କେସିଏନ୍ଏ)ର ରିପୋର୍ଟ ଅନୁଯାୟୀ, ଉତ୍ତର କୋରିଆ ନେତା କିମ ଜୋଙ୍ଗ ନିକଟରେ ଦକ୍ଷିଣ କୋରିଆକୁ ଚେତାବନୀ ଦେଇଛନ୍ତି ଯେ ଯଦି ଆକ୍ରମଣ ହୁଏ ତେବେ ଉତ୍ତର କୋରିଆ ବିନା ଦ୍ୱିଧାରେ ପରମାଣୁ ଅସ୍ତ୍ର ବ୍ୟବହାର କରି ପ୍ରତିଶୋଧ ନେବ। 

ପ୍ରକାଥାଉକି ଉତ୍ତର କୋରିଆ ଦୀର୍ଘ ଦିନ ଧରି ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିଲା। ଉତ୍ତର କୋରିଆର ଅସ୍ତ୍ରଶସ୍ତ୍ର ପରୀକ୍ଷା ଏବଂ ଆମେରିକା ସହିତ ଦକ୍ଷିଣ କୋରିଆର ସାମରିକ ଅଭ୍ୟାସ ଯୋଗୁଁ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ତେଣୁ ଉତ୍ତର କୋରିଆ ନିକଟରେ ଦକ୍ଷିଣ କୋରିଆ ସହିତ ଏହାର ସୀମାକୁ ସମ୍ପୂର୍ଣ୍ଣ ସିଲ୍ କରିବାକୁ ଘୋଷଣା କରିଛି। ଦକ୍ଷିଣ କୋରିଆକୁ ଯାଉଥିବା ସମସ୍ତ ରାସ୍ତା ବନ୍ଦ ରହିଛି। ଉତ୍ତର ଏବଂ ଦକ୍ଷିଣ କୋରିଆ ମଧ୍ୟରେ ରେଳ ସେବା ବନ୍ଦ ହୋଇଯାଇଛି। ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.