ଅକ୍ଟୋବର ୨୫ ତାରିଖ, ଶୁକ୍ରବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | October 25, 2024 IST

ମେଷ- ପରିବାରରେ କଳହ ଲଗିପାରେ । ମୂଲ୍ୟବାନ ଦ୍ରବ୍ୟ କିଛି ନଷ୍ଟ ହୋଇପାରେ । କରିଥିବା ଆର୍ଥିକ ଯୋଜନା‌ରୁ ଅଳ୍ପ ଲାଭ ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନେ ପାଠରେ ମନୋନିବେଶ କରିବେନାହିଁ । ବ୍ୟବସାୟରେ ମଧ୍ୟମ ଫଳ ମିଳିବ। 

ବୃଷ- ରାଶି ପାଇଁ ତୃତୀୟ ଚନ୍ଦ୍ର। ପରିଶ୍ରମ ସମାନ୍ୟ ଅଧିକ ରହିବ । କାର୍ଯ୍ୟ କ୍ଷେତ୍ରରେ ପ୍ରାଧାନ୍ୟ ବୃଦ୍ଧି ପାଇବ । ଧନ ସଂପତ୍ତିରେ ବୃଦ୍ଧି ଘଟିବ। ପ୍ରେମ ସମ୍ପର୍କ ସୁଦୃଢ ହେବ । ଛାତ୍ରଛାତ୍ରୀମାନେ ଅଧିକ ପଢ଼ିବାକୁ ଇଛୁକ ହେବେ । ବ୍ୟବସାୟରେ ଦେଖି ରଖି କାର୍ଯ୍ୟ କରନ୍ତୁ ।

ମିଥୁନ- ଆଳସ୍ୟର ବଶବର୍ତ୍ତୀ ହେବେ । ମାନସିକ ସ୍ଥିତି ଠିକ୍ ରହିବ ନାହିଁ ହଲେ ମଧ୍ୟ ପରିଶ୍ରମର ଫଳ ପ୍ରାପ୍ତି ହେବ । ଅନ୍ୟ ଲୋକଙ୍କ କଥାକୁ ଅଧିକ ଗୁରୁତ୍ଵ ଦେବ । ଏକା ସହ ଏକାଧିକ କାର୍ଯ୍ୟରେ ଯୋଗଦାନ କରିବେ। ଆୟରେ ବୃଦ୍ଧି ହେବ ।

କର୍କଟ- ରାଶି ପାଇଁ ଶ୍ରୀ ଚନ୍ଦ୍ର । ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଚାକିରିରେ ପଦୋନ୍ନତି ଘଟିବ । ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି । ବିଦେଶ ଯାତ୍ରା ପାଇଁ ଦିନଟି ଖୁବ୍ ଭଲ ରହିବ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ବିଜୟ ହାସଲ କରିବେ। 

ସିଂହ- ଦ୍ଵାଦଶ ଚନ୍ଦ୍ର କାଳ ଭୋଗ ଯୋଗୁ ଶତ୍ରୁ ଭୟ ରହିବ । ଆୟଠାରୁ ବ୍ୟୟ ଅଧିକ ରହିବ । ଭ୍ରମଣ ଯୋଗୁଁ ଖର୍ଚ୍ଚାନ୍ତ ହେବେ । ନୂତନ ବିନିଯୋଗରେ ବିପୁଳ ଅର୍ଥ କ୍ଷତି ହୋଇପାରେ । ପିଲାମାନଙ୍କଠାରୁ ଭଲ ଖବର ଗ୍ରହଣ କରାଯାଇପାରେ । ଗ୍ୟାସ ଜନିତ ସମସ୍ୟା ହୋଇପାରେ । 

କନ୍ୟା- ଏକାଦଶ ଚନ୍ଦ୍ର କାଳ ଭୋଗ ଯୋଗୁ ଗୃହରେ ନିଶ୍ଚିନ୍ତ ଭାବରେ ଶୁଭ କାର୍ଯ୍ୟ ହେବ । ସର୍ବ କାର୍ଯ୍ୟ ସଫଳ ହେବ । ଧନପ୍ରାପ୍ତିର ଯୋଗ ରହିଛି । ଇଚ୍ଛା କରିଥିବା ବସ୍ତୁ ପ୍ରାପ୍ତ କରିବେ। ବନ୍ଧୁଙ୍କ ସାହାଯ୍ୟରେ ଲାଭ ପାଇଁ ସୁଯୋଗ ପାଇପାରିବେ । ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। 

ତୁଳା- କର୍ମ ଚଞ୍ଚଳ ହେବେ । ଦୂର ଯାତ୍ରାର ଯୋଗ ରହିଛି। ସର୍ବ କାର୍ଯ୍ୟ ସଫଳ ହେବ । ମନରେ ଆତ୍ମ ସନ୍ତୋଷ ଲାଗି ରହିବ । କାମ କରିବାକୁ ନୂଆ ସୁଯୋଗ ପାଇବେ । ସମସ୍ୟାର ସମାଧାନ ହେବ । ପରିବାର ସଦସ୍ୟ ସାହାଯ୍ୟ କରିବେ ।

ବିଛା- ସେବାପୂଜାରେ ମନୋନିବେଶ କରିବେ । ପରୋପକାର କରି ଖୁସି ଅନୁଭବ କରିବେ । କାର୍ଯ୍ୟ କ୍ଷେତ୍ରରେ କିଛି ନୂଆ ଶିଖିବାକୁ ମିଳିବ । ଲାଗି ରହିଥିବା ମାଲିମକୋଦ୍ଦାମାର ଅନ୍ତ ଘଟିବ । ବିଶ୍ରାମ କରିବାକୁ ସମୟ ମିଳିବ ।

ଧନୁ- ଅର୍ଥ ବ୍ୟୟର ଯୋଗ ରହିଛି । ଅଙ୍ଗରେ ଆଘାତ ଲାଗିବା ଭଳି ସମସ୍ୟା ଦେଖା ଦେବ । ପୁରୁଣା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ସମୟ ଲାଗିବ । ଧନ ସଂପତ୍ତିରେ ବୃଦ୍ଧି ଘଟିବ । ପ୍ରେମ ସମ୍ପର୍କ ସୁଦୃଢ ହେବ । ଛାତ୍ରଛାତ୍ରୀମାନେ ଅଧିକ ପଢିବାକୁ ଇଛୁକ ହେବେ ।

ମକର- ସପ୍ତମ ଚନ୍ଦ୍ର ହେତୁ ସର୍ବ କାର୍ଯ୍ୟ ସିଦ୍ଧି ହେବ । ବନ୍ଧୁଙ୍କ ସହଯୋଗ ମିଳିବ । କର୍ମ କ୍ଷେତ୍ରରେ ବୁଦ୍ଧିବିଚାରୀ କାର୍ଯ୍ୟ କରନ୍ତୁ। ଯାନ ବାହାନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ। ଦମ୍ପତିଙ୍କ ମଧ୍ୟରେ ସୁସମ୍ପର୍କ ଲାଗି ରହିବ । ବ୍ୟବସାୟରେ ଆୟ ଅଧିକ ହେବ ଓ ସର୍ବ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।

କୁମ୍ଭ- ଷଷ୍ଠ ଚନ୍ଦ୍ର ହେଲେ ସବୁ ପ୍ରକାର ଶୁଭ ଦାୟକ । କର୍ମ କ୍ଷେତ୍ରରେ କ୍ଷମତାର ବିକାଶ ହେବ । ଧର୍ମକର୍ମରେ ମନୋନିବେଶ କରିବେ । ଦିନଟି ବ୍ୟସ୍ତ ବହୁଳ ରହିଲେ ମଧ୍ୟ ଅନେକ ସୁଫଳ ପ୍ରଦାନ କରିବ । ବ୍ୟବସାୟରେ ଲାଭ ଯୋଗ ରହିଛି । 

ମୀନ- ଅର୍ଥ ବିଷୟରେ ଚିନ୍ତା କରିବେ । ଅନାଦର ପାଇବେ ଦୁଃଖ ଅନୁଭବ କରିବେ । ବନ୍ଧୁଙ୍କ ସହ କିଛି ବିଶେଷ ଆଲୋଚନାରେ ଦିନଟି କଟିବ । ଦାମ୍ପତ୍ୟ ଜୀବନରେ ବିବାଦର ସମ୍ଭାବନା ଅଛି । ବିଦ୍ୟାର୍ଥୀମାନେ ନିଶ୍ଚିନ୍ତ ଖୁସି ଖବର ପାଇବେ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ                             

ଯୋଗାଯୋଗ - 8249826682

  • Horoscope
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.