ଦିନଟି ପ୍ରଭାବଶାଳୀ ରହିବ, ଏହି ରାଶିର ବ୍ୟକ୍ତି କର୍ମ କ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସମର୍ଥନ ପାଇବେ

Published By : Prameya-News7 Bureau | October 22, 2024 IST

ମେଷ- ସଫଳତା ହାସଲ ହେବ । ପୂର୍ବରୁ ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ । ଭାଇଙ୍କ ସହିତ ବିବାଦ ହୋଇପାରେ ଛାତ୍ରମାନେ ଏକ ଏକାଗ୍ର ମନ ସହିତ ଶିକ୍ଷା ପାଇବାକୁ ଚେଷ୍ଟା କରିବା ଉଚିତ । ପ୍ରେମ ସଂପର୍କରେ ମନୋମାଳିନ୍ୟ ଦେଖାଦେବ ।

ବୃଷ- ବୃଷ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ପ୍ରଭାବଶାଳୀ ରହିବ। ଭୂମି କ୍ରୟକରିବେ । କର୍ମ କ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସମର୍ଥନ ପାଇବେ । ପାରିବାରିକ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀମାନେ ସଫଳତା ପାଇବେ ।

ମିଥୁନ- ରୋଜଗାରର ନୂଆ ପନ୍ଥା ପାଇବେ । ରାଜନୀତିରେ ସଫଳ ହେବେ। ବ୍ୟବସାୟରେ ଲାଭ ହେବ । ନୂତନ ଚାକିରିର ଯୋଗ ଅଛି । ମିଳୁନଥିବା ଟଙ୍କା ଫେରି ପାଇବେ । ଘରେ ଖୁସିର ପରିବେଶ ରହିବ । ବିଦ୍ୟାର୍ଥୀ ଉପକୃତ ହେବେ ।

କର୍କଟ- କାମ କରିବା ସମୟରେ ସାବଧାନ ରୁହନ୍ତୁ । ଚୋରି ଭୟ ଥିବାରୁ ମୂଲ୍ୟବାନ ସାମଗ୍ରୀର ଯତ୍ନ ନିଅନ୍ତୁ । ସନ୍ଧ୍ୟା ସୁଦ୍ଧା କିଛି ଭଲ ଖବର ପାଇ ଖୁସି ଅନୁଭବ କରିବେ । ମନରେ ଶାନ୍ତି ରହିବ ଚାକିରି ଏବଂ ବ୍ୟବସାୟରେ ନୂତନ ସୁଯୋଗ ମିଳିବ ।

ସିଂହ- ଦିନଟି ଖୁସିରେ କଟିବ । ପରିବାରର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଚାକିରିରେ ଚାପ ବୃଦ୍ଧି ପାଇବ । ଲାଗିଥିବା ସମସ୍ୟାର ସମାଧାନ ହେବ । ବ୍ୟବସାୟରେ ଅଳ୍ପ ପରିଶ୍ରମରେ ଅଧିକ ଲାଭ ଯୋଗ ରହିଛି । ବିଦ୍ୟାର୍ଥୀମାନେ ସାମାନ୍ୟ ଚିନ୍ତାରେ ରହିବେ ।

କନ୍ୟା- କାମ କରିବାକୁ ନୂଆ ସୁଯୋଗ ପାଇବେ । ସମସ୍ୟାର ସମାଧାନ ହେବ । ପରିବାର ସଦସ୍ୟ ସାହାଯ୍ୟ କରିବେ । ପୁରୁଣା ବନ୍ଧୁଙ୍କୁ ଭେଟି ଖୁସି ଅନୁଭବ କରିବେ । ବ୍ୟବସାୟରେ କ୍ଷତି ହେବ । ବିଦ୍ୟାର୍ଥୀମାନଙ୍କର ଭ୍ରମଣ ଯୋଗ ରହିଛି ।

ତୁଳା- ମୂଲ୍ୟବାନ ବସ୍ତୁ କ୍ରୟ କରିବେ । ବ୍ୟବସାୟରେ ଉନ୍ନତି ହେବ । ପତି-ପତ୍ନୀଙ୍କ ସମର୍ଥନରେ ପରିବାର ଆଗକୁ ବଢିବ । ଏକ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଭଲ ରହିଛି । ଚାକିରି କ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ହେବ।

ବିଛା- ଦିନଟି ମିଶ୍ର ଫଳ ପ୍ରଦାନ କରିବ । ଅଟକି ରହିଥିବା କାର୍ଯ୍ୟ ଶେଷ ହେବ।ଭ୍ରମଣ ଯୋଗ ରହିଛି । ସାମାଜିକ କାର୍ଯ୍ୟରେ ଜଡ଼ିତ ହେବେ। ସମ୍ମାନ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ । ଚାକିରି ବିଷୟରେ ଚିନ୍ତିତ ହେବେ । ବିଦ୍ୟାର୍ଥୀମାନେ ସଫଳତା ଅର୍ଜନ କରିବେ ।

ଧନୁ- ସମସ୍ତ କାର୍ଯ୍ୟ ସହଜରେ ସମାପ୍ତ ହେବ । ବ୍ୟବସାୟରେ ସମସ୍ୟା ସମାପ୍ତ ହେବାର ସମ୍ଭାବନା ଅଛି । ସାଙ୍ଗମାନଙ୍କୁ ସାହାଯ୍ୟ କରିବେ ।ଚାକିରି କ୍ଷେତ୍ରରେ ଉଚ୍ଚ ପଦବୀ ମିଳିବ । ଦମ୍ପତିମାନେ ଭ୍ରମଣରେ ଯାଇପାରନ୍ତି । ବିଦ୍ୟାର୍ଥୀ ଆଶାବାଦୀ ହେବେ । 

ମକର- ଭଲ ସୁଯୋଗ ପାଇପାରିବେ। ପରିବାରରେ ଯଥା ସମ୍ଭବ ଶାନ୍ତ ରୁହନ୍ତୁ । ବ୍ୟବସାୟରେ ସମନ୍ୱୟ ରକ୍ଷା କରନ୍ତୁ । ନୂଆ ଦ୍ରବ୍ୟ କ୍ରୟ କରିବାକୁ ଚିନ୍ତା କରିବେ । ଚାକିରିରେ ମନୋମାଳିନ୍ୟ ଦେଖା ଦେଇପାରେ। ଦାମ୍ପତ୍ୟ ଜୀବନ ମଧ୍ୟମ ରହିବ।

କୁମ୍ଭ- ବିନା କାରଣରେ ଚିନ୍ତିତ ହୋଇପାରନ୍ତି । ବ୍ୟବସାୟରେ ସାବଧାନ ରୁହନ୍ତୁ । ବିପଦପୂର୍ଣ୍ଣ କାର୍ଯ୍ୟକଳାପରୁ ଦୂରରେ ରୁହନ୍ତୁ । ଭଲ ସୁଯୋଗର ଲାଭ ଉଠାଇବାକୁ ଚେଷ୍ଟା କରନ୍ତୁ । ପାରିବାରିକ ସୁଖ ଏବଂ ସନ୍ତୁଷ୍ଟ ହେବ ।

ମୀନ- ଖୁସି ଖବର ପାଇ ଆତ୍ମ ସନ୍ତୋଷ ଲାଭ କରିବେ । କର୍ମକ୍ଷେତ୍ରରେ ସଫଳତାର ସମ୍ଭାବନା ଅଛି । ହଠାତ୍ ଧନ ପ୍ରାପ୍ତିର ଯୋଗ ଅଛି । ବ୍ୟବସାୟରେ ଲାଭର ବିଶେଷ ସମ୍ଭାବନା ରହିଛି । ବିଦ୍ୟାର୍ଥୀମାନେ ଦୂର ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । 

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ (Astro researcher & gemstone consultant,bhubaneswar)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.