ଅକ୍ଟୋବର ୨୨ ତାରିଖ, ମଙ୍ଗଳବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | October 22, 2024 IST

Horoscope for Friday

ମେଷ- ତୃତୀୟ ଚନ୍ଦ୍ର ଯୋଗୁଁ ଉଚ୍ଚ ସମ୍ମାନ ପ୍ରାପ୍ତି ହେବ । କ୍ୟାରିୟରକୁ ଅଗାକୁ ନେବା ପାଇଁ ଦିନଟି ବହୁତ ଭଲ ରହିଛି । ରୋଜଗାର ସାମାନ୍ୟ ରହିବ । ପରିବାରରେ ଖୁସି ଲାଗି ରହିବ। ଛାତ୍ରଛାତ୍ରୀମାନେ ମମଧ୍ୟାମ ଫଳ ପ୍ରାପ୍ତ କରିବେ ।

ବୃଷ- ପର ଚର୍ଚ୍ଚାରେ ସମୟ ଅତିବାହିତ କରିବେ । ଅର୍ଥ ବ୍ୟୟର ଯୋଗ ରହିଛି । ଚାକିରି କ୍ଷେତ୍ରରେ ସାମାନ୍ୟ ଅସୁବିଧା ଦେଖାଦେବ। ଦମ୍ପତିଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିବ । ଛାତ୍ରଛାତ୍ରୀମାନେ ଏତେ ଉତ୍ତମ ଫଳ ପ୍ରାପ୍ତ କରିବେ ନାହିଁ ।

ମିଥୁନ- ରାଶିରେ ଆପଣଙ୍କର ଶ୍ରୀ ଚନ୍ଦ୍ର । ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଧନ ଲାଭର ଯୋଗ ରହିଛି । ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ । ଉଚ୍ଚସମ୍ମାନର ଅଧିକାରୀ ହେବେ । ଛାତ୍ରଛାତ୍ରୀମାନେ ଉତ୍ତୀର୍ଣ୍ଣ ହେବେ ।

କର୍କଟ- ଉଚ୍ଚ ପଦପଦବୀରେ ସମ୍ମାନିତ ହେବେ। ରାଜନୀତିରେ ଉତ୍ତମ ଫଳ ପ୍ରାପ୍ତ ହେବ । ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ। ଅଟକିଥିବା କାର୍ଯ୍ୟର ପୁନରାରମ୍ଭ ହେବ। ପରିବାରର ଧ୍ୟାନ ରଖିବେ। ବିଦ୍ୟାର୍ଥୀମାନେ ସଫଳ ହେବେ। 

ସିଂହ- ଦିନଟି ବହୁତ ଭଲ ରହିଛି। ବ୍ୟବସାୟରେ ଖ୍ୟାତି ଓ ଉନ୍ନତି ମିଳିବ। ନିଜ କର୍ମକୁ ଠିକ୍ ସମୟରେ ସଂପୂର୍ଣ୍ଣ କଲେ ଉତ୍ତମ ଫଳ ଲାଭ ହେବ। ସାମାଜିକ କଲ୍ୟାଣ ପାଇଁ ମନୋନିବେଶ କରିବେ । ବୈବାହିକ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀମାନଙ୍କର ଭ୍ରମଣ ଯୋଗ ରହିଛି ।

କନ୍ୟା- ପ୍ରଶଂସାର ପାତ୍ର ହେବେ। ପାରିବାରିକ ଜୀବନ ସୁଖମୟ ହେବ। ସନ୍ତାନର ଭବିଷ୍ୟତ ପାଇଁ ଧନ ନିବେଶ କରିବେ । ଉଧାର ଦେଇଥିବା ଟଙ୍କା ଫେରସ୍ତ ମିଳିପାରେ। ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି ।

ତୁଳା- ଦିନଟି ଭଲରେ କଟିବ। ସେବା ପୂଜାରେ ମନୋନିବେଶ କରିବେ। ଚାକିରିରେ ପ୍ରଶଂସା ମିଳିବ । ପାରିବାରିକ ଜୀବନ ସାମାନ୍ୟ ରହିବ। ବ୍ୟବସାୟରେ ମନ୍ଥର ରହିବ।  ବନ୍ଧୁଙ୍କ ସହ ଭ୍ରମଣ ଯୋଗ ରହିଛି । ନୂଆ ସଂପତ୍ତି କ୍ରୟ କରିବେ ।

ବିଛା- ଦିନଟି ମଧ୍ୟମ ଫଳ ପ୍ରାପ୍ତ କରାଇବ। ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଚାକିରିରେ ଉନ୍ନତି ଯୋଗ ରହିଛି। ସଭାରେ ସମ୍ମାନିତ ହେବେ । ପ୍ରେମ ସମ୍ପର୍କରେ ଖୁସି ଖବର ମିଳିବ। ପ୍ରେମ ସମ୍ପର୍କରେ ଖୁସି ଖବର ମିଳିବ । ଛାତ୍ରଛାତ୍ରୀମାନେ ଏତେ ଭଲ ଫଳ ପ୍ରଦାନ କରିବ ନାହିଁ ।

ଧନୁ- ଦିନଟି ଭଲ ଫଳ ଦେବ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ହେବ। ଆୟର ଯୋଗ ରହିଛି। କାହାକୁ ଉଧାର ଦିଅନ୍ତୁ ନାହିଁ। ଉଚ୍ଚ ସ୍ଥାନରୁ ଖୁସିର ବାର୍ତ୍ତା ମିଳିବ ।

ମକର- ବାକିଥିବା କାର୍ଯ୍ୟ ସଫଳତାର ସହ ସଂପୂର୍ଣ୍ଣ ହେବ । ପରୋପକାର କରି ଖୁସି ଅନୁଭବ କରିବେ । ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେବ। ପରିବାରରେ ଶୁଭ କର୍ମ ହେବ। ବ୍ୟବସାୟୀମାନେ ଲାଭବାନ ହେବେ ।

କୁମ୍ଭ- ଭାଗ୍ୟର ସାଥ ମିଳିବ। ବାକିଥିବା କାର୍ଯ୍ୟ ସମାପ୍ତ ହେବ। ରାଜନୀତିରେ ନୂଆ ଆଶା ଦେଖା ଦେବ । ମିତ୍ରଙ୍କ ସହ ଭ୍ରମଣରେ ଯାଇପାରନ୍ତି। ବ୍ୟବସାୟରେ ଅଧିକ ଲାଭ ମିଳିବ । ଗୃହକୁ ବନ୍ଧୁଙ୍କ ଆଗମନ ହେବ ।

ମୀନ- ଦିନଟିରେ ସାମାନ୍ୟ କଳହ ଯୋଗ ରହିବ । ବ୍ୟବସାୟରେ ନୂତନ କାର୍ଯ୍ୟ ଆରମ୍ଭ ହେବ । ନିଜ କାର୍ଯ୍ୟକୁ ଠିକ୍ ସମୟରେ ପୂରଣ କରନ୍ତୁ । ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ । ଛାତ୍ରଛାତ୍ରୀମାନେ ମଧ୍ୟମ ଫଳ ପ୍ରାପ୍ତ କରିବେ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ (Astro researcher & gemstone consultant,bhubaneswar)

ଯୋଗାଯୋଗ – 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.