ଅକ୍ଟୋବର ୨୪ ତାରିଖ, ଗୁରୁବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | October 24, 2024 IST

ମେଷ- କୌଣସି ସ୍ଥାନରେ ପରାଜୟ ହାସଲ କରିପାରନ୍ତି । ଯାନ ବାହାନରେ ନିହାତି ସତର୍କତା ଅବଲମ୍ବନ କରନ୍ତୁ । ମନ ସାମାନ୍ୟ ଅଶାନ୍ତ ରହିବ । ପତିପତ୍ନୀଙ୍କ ମଧ୍ୟରେ କଳହର ଯୋଗ ରହିଛି । ଯାନବାହାନ କ୍ରୟ କରିପାରନ୍ତି ।

ବୃଷ- ଜୀବନରେ କରିଥିବା ଭଲ କର୍ମ ଗୁଡ଼ିକର ଫଳ ପ୍ରାପ୍ତ ହେବ । ବ୍ୟାପାରରେ ଅଧିକ ଲାଭ ଯୋଗ ରହିଛି । ପୁରୁଣା ଋଣକୁ ପରିଶୋଧ କରିବାକୁ ସକ୍ଷମ ହେବେ । ଅଟକି ରହିଥିବା ଧନ ପ୍ରାପ୍ତ ହେବ । ମନ ପ୍ରଫୁଲ୍ଲ ରହିବ ।

ମିଥୁନ- ଦୁଶ୍ଚିନ୍ତା ଗ୍ରସ୍ତ ହୋଇ ରହିବେ । ଆର୍ଥିକ ବ୍ୟୟ ହେବ । ବହୁ ପରିଶ୍ରମରେ ଅଳ୍ପ ଲାଭ । ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଯିବ । ଚାଲୁଥିବା କାର୍ଯ୍ୟ ଅଧାରୁ ଅଟକି ଯାଇପାରେ । ବିଦ୍ୟାର୍ଥୀମାନେ ଅଳସୁଆ ହେବେ ।

କର୍କଟ- ଶ୍ରୀ ଚନ୍ଦ୍ର ହେତୁ ପରିବାରରେ ସୁଖ ସମୃଦ୍ଧି ଲାଗି ରହିବ । ଦିନଟି ଖୁସିରେ କଟିବ । ବିଦ୍ୟାର୍ଥୀମାନେ ଲାଭବାନ ହେବେ । ଚାକିରିରେ ଚାପ ବୃଦ୍ଧି ପାଇପାରେ । ଲାଗିଥିବା ସମସ୍ୟାର ସମାଧାନ ହେବ । ବ୍ୟବସାୟରେ ଅଳ୍ପ ପରିଶ୍ରମରେ ଅଧିକ ଲାଭ ଯୋଗ ରହିଛି ।

ସିଂହ- ପଥରୋଧ ହେବାର ସମ୍ଭାବନା ରହିଛି । ଅନାବଶ୍ୟକ ବ୍ୟୟରେ ପଡ଼ିପାରନ୍ତି । ବ୍ୟବସାୟରେ କ୍ଷତି ସହିବାର ସମ୍ଭାବନା ରହିଛି । ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଲାଗିପାରେ ।

କନ୍ୟା- ମନ ପ୍ରସନ୍ନ ରହିବା ସହ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପାରିବାରିକ ଜୀବନ ସୁଖମୟ ହେବ। ଅଯଥା କଳହ କରନ୍ତୁ ନାହିଁ। ସମାଜରେ ନିଜ ନାମକୁ ପ୍ରତିଷ୍ଠା କରିପାରିବେ । ବ୍ୟବସାୟ ପାଇଁ ଦିନଟି ଭଲ ରହିଛି । ଆଶା ଅନୁସାରେ ଫଳ ପ୍ରାପ୍ତି ହେବ ।

ତୁଳା- କର୍ତ୍ତବ୍ୟ ନିଷ୍ଠ ହୋଇ କାର୍ଯ୍ୟକରିବେ । କର୍ମ କ୍ଷେତ୍ରରେ ପଦୋନ୍ନତି ହୋଇପାରେ । ଲାଗି ରହିଥିବା ବିବାଦର ସମାଧାନ ହେବ । ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ଯାତ୍ରା ଶୁଭ ହେବ । ବିଦ୍ୟାର୍ଥୀମାନେ କର୍ମ ଫଳ ପ୍ରାପ୍ତ କରିବେ ।

ବିଛା- ମନରେ ବିଷାଦ ସୃଷ୍ଟି ହୋଇପାରେ । ଈଶ୍ୱର ବିଶ୍ୱାସୀ ହେବେ । ମନ୍ଦିରକୁ ଦେବ ଦର୍ଶନ ନିମନ୍ତେ ଯାତ୍ରା କରିବେ । କିଛି ପୁରୁଣା ସମସ୍ୟାକୁ ନେଇ ଚିନ୍ତାରେ ରହିପାରନ୍ତି । ବ୍ୟବସାୟ ମଧ୍ୟମ ହେବ । ବିଦ୍ୟାର୍ଥୀମାନେ ଅଳସୁଆ ହେବେ ।

ଧନୁ- ପେଟ ଜନିତ ସମସ୍ୟା ଦେଖାଦେବ । ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହୋଇପାରେ । ଆର୍ଥିକ ବ୍ୟୟ ହେବ । ସୁଖ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ମନ ଅସୁବିଧାରେ ପଡ଼ିବ । ଆତ୍ମବିଶ୍ୱାସର ଅଭାବ ହେବ । ବିଦ୍ୟାର୍ଥୀମାନେ ଅମନଯୋଗୀ ହେବେ ।

ମକର- ସର୍ବ କାର୍ଯ୍ୟ ସିଦ୍ଧି ହେବ। ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ପରିବାରରେ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ । ବନ୍ଧୁ ମିଳନ ହୋଇପାରେ । ଅନାବଶ୍ୟକ ବିବାଦର ପରିସ୍ଥିତି ସୃଷ୍ଟି ହୋଇପାରେ ।

କୁମ୍ଭ- ଦୁଃସାହସିକ ପଦକ୍ଷେପ ନେବେ । ବ୍ୟବସାୟରେ ଲାଭ ହେବ । ମନ ପ୍ରଫୁଲ୍ଲ ରହିବ । ଅବିବାହିତ ବ୍ୟକ୍ତିଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ। ବିଦ୍ୟାର୍ଥୀମାନେ ପାଠରେ ଅଧିକ ମନୋନିବେଶ କରିବେ ।

ମୀନ- ଆତ୍ମ ସଞ୍ଜମ ହୋଇ କାର୍ଯ୍ୟ କରନ୍ତୁ । ଅର୍ଥ ବିଷୟକୁ ନେଇ ଚିନ୍ତା ବୃଦ୍ଧି ପାଇବ । ଶତ୍ରୁ ଭୟ ରହିବ । ଆୟ ଠାରୁ ବ୍ୟୟ ଅଧିକ ରହିବ । ଭ୍ରମଣ ଯୋଗୁଁ ଖର୍ଚ୍ଚାନ୍ତ ହେବେ । ଗ୍ୟାସ ଜନିତ ସମସ୍ୟା ହୋଇପାରେ । ବିଦ୍ୟାର୍ଥୀ ମାନେ ଅବହେଳିତ ହେବେ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ  (Astro researcher & gemstone consultant)

ଯୋଗାଯୋଗ – 8249826682

  • Horoscope
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.