ଅକ୍ଟୋବର ୨୭ ତାରିଖ, ରବିବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | October 27, 2024 IST

Horoscope for Friday

ମେଷ- କୃଷ୍ଣ ପକ୍ଷ ପଞ୍ଚମ ଚନ୍ଦ୍ର ଯୋଗୁଁ ଦିନଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ। ପ୍ରତିରୋଧର ଶିକାର ହେବେ। ଅଜଣା ବ୍ୟକ୍ତିଙ୍କ ପାଇଁ ଠକାମୀର ଶିକାର ହୋଇପାରନ୍ତି । ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଆଳସ୍ୟରେ କଟିବ ।

ବୃଷ- ଦିନଟିରେ ସେବା ପୂଜାରେ ମନୋନିବେଶ କରିବେ । ନିଜକୁ ସର୍ବଦା ବ୍ୟସ୍ତ ରଖିବେ । ବ୍ୟବସାୟ ଭଲ ହେବ । ଛାତ୍ରଛାତ୍ରୀମାନେ ପାଠରେ ମନଯୋଗ ଦେବେ। ବାକିଥିବା କାର୍ଯ୍ୟ ସଫଳ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମିଥୁନ- ନିବେଶ କରିଥିବା ଧନରୁ ବହୁତ ଲାଭ ପାଇପାରିବେ। ସମ୍ମାନ ପ୍ରାପ୍ତି ହେବାର ଯୋଗ ରହିଛି । ବ୍ୟବସାୟରେ ଉତ୍ତମ ଫଳ ପ୍ରାପ୍ତ ହେବ । ପ୍ରେମ ସମ୍ପର୍କ ସୁଦୃଢ ହେବ । କୌଣସି ସ୍ଥାନକୁ ଭ୍ରମଣର ଯୋଗ ମଧ୍ୟ ରହିଛି ।

କର୍କଟ- ଦ୍ଵିତୀୟ ଚନ୍ଦ୍ର କାଳ ଭୋଗ ହେତୁ କେହି ନିଜ କର୍ମରୁ ହଟି ଅନ୍ୟ କର୍ମ କରିବା ପାଇଁ ବାଧ୍ୟ କରି ପାରନ୍ତି । ମହିଳାମାନଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ।

ସିଂହ- ସିଂହ ରାଶି ପାଇଁ ଶ୍ରୀ ଚନ୍ଦ୍ର ତେଣୁ ଦିନଟି ଉତ୍ତମ ଫଳ ପ୍ରଦାନ କରିବ। ଧନଧାନ୍ୟ ରେ ବୃଦ୍ଧି ଘଟିପାରେ । ବ୍ୟବସାୟୀଙ୍କ ପାଇଁ ଦିନଟି ବିଶେଷ ଶୁଭ ଦାୟକ ରହିଛି । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସ୍ଥାନ ପ୍ରାପ୍ତି ହୋଇପାରେ ।

କନ୍ୟା- କୃଷ୍ଣ ପକ୍ଷ ଦ୍ଵାଦଶ ଚନ୍ଦ୍ର କାରଣରୁ ଅନ୍ୟ ଚର୍ଚ୍ଚା କରି ସମୟ ନଷ୍ଟ କରିବେ । ଅଧିକ ପରିଶ୍ରମରେ ଦିନଟି କଟିବ । ବ୍ୟବସାୟରେ ଆଶାନୁରୂପ ଫଳ ପ୍ରାପ୍ତି ହେବ । ଛାତ୍ରଛାତ୍ରୀମାନେ ସମୟ ନଷ୍ଟ କରିବେ । ବହୁ ସମୟରୁ ଲାଗି ରହିଥିବା କଳହର ଆଜି ପୂର୍ଣ୍ଣଚ୍ଛେଦ ପଡ଼ିବ। 

ତୁଳା- ଦେଇଥିବା ଧନ ରାଶି ଫେରିପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଏକାଦଶ ଚନ୍ଦ୍ର ରହିଥିବାରୁ ସର୍ବ କାର୍ଯ୍ୟ ସଫଳ ହେବ । ବ୍ୟବସାୟରେ ଆର୍ଥିକ ସ୍ଥିତି ଦୃଢ଼ ହେବ। ଛାତ୍ରଛାତ୍ରୀମାନଙ୍କ ପାଇଁ ନୂତନ ସ୍ଥାନ ପ୍ରାପ୍ତି ଯୋଗ ରହିଛି ।

ବିଛା- ସର୍ବ କାର୍ଯ୍ୟରେ ସିଦ୍ଧି ଯୋଗ ରହିଛି । ଯାତ୍ରା କରିବା ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିଛି । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବା ସହିତ ଅଚାନକ ଧନ ପ୍ରାପ୍ତିର ସମ୍ଭାବନା ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ବିଶେଷ ଭଲ ରହିବ । 

ଧନୁ- ଖର୍ଚ୍ଚାନ୍ତ ହେବେ। ଆତ୍ମବିଶ୍ୱାସର ଅଭାବ ହେବ ଅନାବଶ୍ୟକ କ୍ରୋଧରୁ ଦୂରେଇ ରୁହନ୍ତୁ । ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ପରିବାର ସହିତ ଏକ ଧାର୍ମିକ ସ୍ଥାନକୁ ଯାଇପାରନ୍ତି । ବିଦ୍ୟାର୍ଥୀମାନେ ବହୁ ପରିଶ୍ରମରେ ଅଳ୍ପ ଫଳ ପ୍ରାପ୍ତ କରିବେ ।

ମକର- ବ୍ୟୟ ଅଧିକ ହେବ । ଉଧାର ଦିଅନ୍ତୁ ନାହିଁ । ବନ୍ଧୁମାନଙ୍କ ସହ ମନୋମାଳିନ୍ୟ ଘଟିପାରେ । ନୂତନ ଜାଗାକୁ ବୁଲିବାକୁ ଯିବେ । ବିବାଦୀୟ ପରିସ୍ଥିତି ଉପୁଜିପାରେ । ବୈବାହିକ ଜୀବନ ଜଂଜାଳ ମୟ ହେବ। ଛାତ୍ରଛାତ୍ରୀମାନେ ଅବହେଳିତ ହେବେ ।

କୁମ୍ଭ- ସପ୍ତମ ଚନ୍ଦ୍ର ରହିଥିବାରୁ ଅଧିକ ଆୟର ଯୋଗ ରହିଛି । ପତ୍ନୀଙ୍କ ଠାରୁ କିଛି ଉପହାର ମିଳିପାରେ । ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଭଲ ରହିଛି । ନିଜକୁ ଆଶଙ୍କା ଭିତରେ ରଖିବେ । ଖୁସି ହେବାକୁ ଚାହୁଁଥିଲେ ବି ହୋଇପାରିବେ ନାହିଁ ।

ମୀନ- ଷଷ୍ଠ ଚନ୍ଦ୍ର ଯୋଗୁଁ ସର୍ବ କାର୍ଯ୍ୟରେ ସିଦ୍ଧି ହେବ। ପରିଶ୍ରମ ଅଧିକ ହେବ । ଅଚାନକ ଧନ ପ୍ରାପ୍ତିର ସମ୍ଭାବନା ରହିଛି । ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ଫଳ ପ୍ରାପ୍ତି ହେବ । ନୂତନ ବସ୍ତୁ କିମ୍ବା ଅଳଙ୍କାର କ୍ରୟ କରିବେ । ବିଦ୍ୟାର୍ଥୀମାନେ ପ୍ରତିଯୋଗିତାରେ ବିଜୟ ହାସଲ କରିବେ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ                            

ଯୋଗାଯୋଗ - 8249826682

  • Horoscope
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.