ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ, ବନ୍ଧୁଙ୍କ ସହଯୋଗ ଲାଭ କରିବେ

Published By : Prameya-News7 Bureau | June 20, 2024 IST

ମେଷ - କର୍ମ ମୟ ଜୀବନରୁ ଆଶ୍ଵସ୍ତି ମିଳିବ ।ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ । ସୁଖ ହାନି ହୋଇ ପାରେ । ସଭାରେ ସମ୍ମାନିତ ହେବେ । ପ୍ରେମ ସମ୍ପର୍କରେ ମତଭେଦ ସୃଷ୍ଟି ହେବ । ଛାତ୍ର ଛାତ୍ରୀ ମାନେ  ଏତେ ଭଲ ଫଳ ପ୍ରଦାନ କରିବେ ନାହିଁ ।

ବୃଷ- ବନ୍ଧୁଙ୍କ ସହଯୋଗ ଲାଭ କରିବେ । ଦିନଟି ଭଲ ଫଳ ଦେବ ।ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ହେବ । ଆୟର ଯୋଗ ରହିଛି ।କାହାକୁ ଉଧାର ଦିଅନ୍ତୁ ନାହିଁ । ଉଚ୍ଚ ସ୍ଥାନରୁ ଖୁସିର ବାର୍ତ୍ତା ମିଳିବ ।

ମିଥୁନ- ଶତ୍ରୁ ଜୟ କରିବେ ।ବାକି ଥିବା କାର୍ଯ୍ୟ ଆସନ୍ତାକାଲି ସଫଳତାର ସହ ସଂପୂର୍ଣ୍ଣ ହେବ ।ପରୋପକାର କରି ଖୁସି ଅନୁଭବ କରିବେ ।ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖା ଦେବ ।ପରିବାରରେ ଶୁଭ କର୍ମ ହେବ।ବ୍ୟବସାୟୀ ମାନେ ଲାଭବାନ ହେବେ ।

କର୍କଟ - ଶୁକ୍ରବାର ଆପଣ ବିନା କାରଣରେ ଚିନ୍ତିତ ହେବେ ।ବ୍ୟବସାୟରେ ସାବଧାନ ରୁହନ୍ତୁ । ବିପଦପୂର୍ଣ୍ଣ କାର୍ଯ୍ୟକଳାପରୁ ଦୂରରେ ରୁହନ୍ତୁ । ଭଲ ସୁଯୋଗର ଲାଭ ଉଠାଇବାକୁ ଚେଷ୍ଟା କରନ୍ତୁ । ପାରିବାରିକ ସୁଖ ଏବଂ ସନ୍ତୁଷ୍ଟ ହେବ ।

ସିଂହ- ପ୍ରତିରୋଧର ଶିକାର ହୋଇ ପାରନ୍ତି । କର୍ମକ୍ଷେତ୍ରରେ ସଫଳତାର ସମ୍ଭାବନା ଅଛି । ଆସନ୍ତକାଲି ହଠାତ୍ ଧନ ପ୍ରାପ୍ତିର ଯୋଗ ଅଛି । ବ୍ୟବସାୟରେ ଲାଭର ବିଶେଷ ସମ୍ଭାବନା ରହିଛି । ବିଦ୍ୟାର୍ଥୀ ମାନେ ଦୂର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି ।

କନ୍ୟା- ଅର୍ଥ ନିବେଶ ପାଇଁ ଦିନଟି ଖୁବ୍ ଭଲ ରହିଛି । ସନ୍ତାନଙ୍କ ପାଇଁ ସାମାନ୍ୟ ଚିନ୍ତାରେ ରହିବେ । ପ୍ରେମ ସମ୍ପର୍କରେ ନୂତନ ଆଶା ଉଜୀବିତ ହେବ ।କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ନେଇ ପାରନ୍ତି ।ବିଦ୍ୟାର୍ଥୀ ମାନେ ସଫଳତା ଅର୍ଜନ କରିବେ।

ତୁଳା - ଦିନଟି ଭଲ ଫଳ ଦେବ । ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଶୁଭ ରହିଛି । ରାଜନୀତି  ସମ୍ମାନିତ ହେବାର ଯୋଗ ଅଛି ।କାର୍ଯ୍ୟ କ୍ଷେତ୍ରରେ ଦାୟିତ୍ବବାନ ହେବେ । ଗୃହରେ ପୂଜା ପାଠର ଆୟୋଜନ ହେବ ।

ବିଛା- ଜୀବନରେ କରିଥିବା ଭଲ କର୍ମ ଗୁଡ଼ିକର ଫଳ ଆସନ୍ତାକାଲି ପ୍ରାପ୍ତ ହେବ । କାରବାରରେ ଅଧିକ ଲାଭ ଯୋଗ ରହିଛି ।ପୁରୁଣା ଋଣକୁ ଆସନ୍ତାକାଲି ଆପଣ ପରିଶୋଧ କରିବାକୁ ସକ୍ଷମ ହେବେ ।ଅଟକି ରହିଥିବା ଧନ ପ୍ରାପ୍ତ ହେବ ।

ଧନୁ - ଅନ୍ୟ ଚର୍ଚ୍ଚା କରି ସମୟ ନଷ୍ଟ କରିବେ । ଅଧିକ ପରିଶ୍ରମରେ ଦିନଟି କଟିବ । ବ୍ୟବସାୟରେ ଆଶାନୁରୂପ ଫଳ ପ୍ରାପ୍ତି ହେବ । ଛାତ୍ର ଛାତ୍ରୀ ମାନେ  ସମୟ ନଷ୍ଟ କରିବେ ।ବହୁ ସମୟରୁ ଲାଗି ରହିଥିବା କଳହର  ପୂର୍ଣ୍ଣଚ୍ଛେଦ ପଡ଼ିବ।

ମକର- ଧନ ପ୍ରାପ୍ତି ଯୋଗ ରହିଛି । ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଦେଇଥିବା ପରୀକ୍ଷା ଉତୀର୍ଣ୍ଣ ହେବର ଯୋଗ ଅଛି । ପ୍ରେମ ସମ୍ପର୍କ ନିବିଡ଼ ହେବ । ଅଯଥା କଳହରୁ ନିଜକୁ ଦୂରେଇ ରଖନ୍ତୁ ।ନୂତନ ଦ୍ରବ୍ୟ କ୍ରୟ କରିବା ପାଇଁ ଦିନଟି ବହୁତ୍ ଭଲ ରହିଛି ।

କୁମ୍ଭ- ଆୟର ଯୋଗ ରହିଛି । ନୂଆ ଚାକିରି ଶୁକ୍ରବାର ଆପଣଙ୍କୁ ପ୍ରାପ୍ତ ହୋଇ ପାରେ । ପରିବାର ଲୋକଙ୍କ ସହିତ କିଛି ବିଶେଷ ମୁହୂର୍ତ୍ତ ଅତିବାହିତ କରି ପାରନ୍ତି । ବ୍ୟବସାୟ ଭଲ ହେବ ।ଛାତ୍ର ଛାତ୍ରୀ ମାନେ ପାଠରେ ମନଯୋଗ ଦେବେ ।

ମୀନ  -ଧନ ପ୍ରାପ୍ତି ଯୋଗ ରହିଛି । ବଡ଼ ସଫଳତା ମିଳି ପାରେ । ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟମ ରହିବ । ଶତ୍ରୁଙ୍କୁ ଭୟ କରିବେ ।ଅଧିକ ପରିଶ୍ରମରେ ଦିନଟି କାଟିବ ।ବ୍ୟବସାୟ ରେ ସାବଧାନତା ଅବଲମ୍ବନ କରନ୍ତୁ ।ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି ଉତ୍ତମ ହେବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.