ଷଷ୍ଠ ସମନକୁ ବି କେଜ୍ରିଓ୍ବାଲଙ୍କ ଅଣଦେଖା; ଇଡି ସମନ ଅବୈଧ କହିଲା ଆପ୍

Published By : Prameya-News7 Bureau | February 19, 2024 IST

ନୂଆଦିଲ୍ଲୀ: ଷଷ୍ଠ ସମନକୁ ବି ବେଖାତିର୍ । ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ ନାହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏନେଇ ଆମ୍ ଆଦମି ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିର ସମନ ଅଣସାମ୍ବିଧାନିକ । ଯାଞ୍ଚ ଏଜେନ୍ସି କେଜ୍ରିଓ୍ବାଲଙ୍କୁ ବାରମ୍ବାର ସମନ ପଠାଇବା ଅପେକ୍ଷା କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ୍ ବୋଲି ପାର୍ଟି ନେତା କହିଛନ୍ତି ।  ଦିଲ୍ଲୀ ଅବକାରୀ ନୀତି ମାମଲା କୋର୍ଟରେ ରହିଥିବାରୁ ଇଡିରେ କେଜ୍ରିଓ୍ବାଲ ହାଜର ହେବେ ନାହିଁ ।

wp:html /wp:html wp:embed {"url":"https://www.prameyanews7.com/advantage-bjp-in-chandigarh-row-as-mayor-quits-3-aap-councilors-cross-over/","type":"wp-embed","providerNameSlug":"prameya-news-7"}
https://www.prameyanews7.com/advantage-bjp-in-chandigarh-row-as-mayor-quits-3-aap-councilors-cross-over/
/wp:embed

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋଙ୍କୁ ଷଷ୍ଠ ଥର ପାଇଁ ହାଜର ହେବାକୁ ନୋଟିସ୍ ପଠାଇଛି । ଯାଞ୍ଚ ଏଜେନ୍ସିର ସଦ୍ୟ ସମନଟି ଫେବ୍ରୁଆରୀ ୧୪ ତାରିଖରେ ଜାରି କରିଥିଲା  ଏବଂ ୧୯ ଫେବ୍ରୁଆରୀରେ ହାଜର ହେବାକୁ କୁହାଯାଇଥିଲା । ମାତ୍ର ଏହି ମାମଲା କୋର୍ଟରେ ବିଚାରଧୀନ ରହିଥିବାରୁ ଇଡି ସମନକୁ ଅଣଦେଖା କରିଛନ୍ତି । ଏହା ପୂର୍ବରୁ କେଜ୍ରିଓ୍ବାଲଙ୍କୁ ପ୍ରଥମ ସମନ ନଭେମ୍ବର ୨ତାରିଖ ୨୦୨୩ ଆସିଥିଲା । ଦ୍ବିତୀୟ ସମନ ଡିସେମ୍ବର ୨୧ ତାରିଖରେ, ତୃତୀୟ ସମନ ଜାନୁଆରୀ ୩ ତାରିଖରେ, ଚତୁର୍ଥ ସମନ ଜାନୁଆରୀ ୧୮ରେ ପଞ୍ଚମ ସମନ ଫେବ୍ରୁଆରୀ ୨ ତାରିଖରେ ଏହଂ ଷଷ୍ଠ ସମନ ଫେବ୍ରୁଆରୀ ୧୯ ତାରିଖ ବା ଆଜି ଇଡିରେ ହାଜର ହେବାକୁ ଜାରି ହୋଇଛି ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.