ପ୍ରୟାଗରାଜ ସଡ଼କରେ ଏତେ ହିନ୍ଦୁଙ୍କୁ ଦେଖି ବିଶ୍ୱ ଚକିତ, 300 କିଲୋମିଟର ପର୍ଯ୍ୟନ୍ତ ଲାଗିଛି ଜାମ, UP ପୋଲିସ ଅସହାୟ

Published By : Prameya-News7 Bureau | February 10, 2025 IST

ପ୍ରୟାଗରାଜ ୧୦।୨: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ବିଶ୍ୱର ସର୍ବ ବୃହତ୍ତ ଧାର୍ମିକ ଅନୁଷ୍ଠାନ ମହାକୁମ୍ଭରେ ସ୍ନାନ ପାଇଁ କୋଟି କୋଟି ଶ୍ରଦ୍ଧାଳୁ ପହଞ୍ଚୁଛନ୍ତି।  ପ୍ରୟାଗରାଜ ରାସ୍ତାଘାଟରେ ଲୋକଙ୍କ ସୁଅ ଛୁଟିଛି। ଏତେ ସଂଖ୍ୟାରେ ଲୋକେ ପହଞ୍ଚୁଛନ୍ତି ଯେ ସହରର ଟ୍ରାଫିକ ବ୍ୟବସ୍ଥା ଧ୍ୱଂସ୍ତ ହୋଇଛି। ରାସ୍ତାସବୁ ଜାମ ରହୁଥିବାରୁ ଲୋକେ ଦୋକାନବଜାର ସାମାଜିକ ଉତ୍ସବକୁ ମଧ୍ୟ ଯାଇ ପାରୁ ନାହାନ୍ତି। କୁମ୍ଭ ମେଳା ପାଇଁ ଯେଉଁପ୍ରକାର ଭିଡ଼ ହେଉଛି ଏହା ଇତିହାସ ରଚିଛି। 

କୁମ୍ଭମେଳା ପାଇଁ ସଡ଼କ ମାର୍ଗରେ ପ୍ରୟାଗରାଜ ପର୍ଯ୍ୟନ୍ତ ସବୁ ରାସ୍ତାରେ ୩୦୦ କିଲୋମିଟର ପର୍ଯ୍ୟନ୍ତ ଜାମ ଲାଗିଛି। ଗତ ୭୨ ଘଣ୍ଟା ହେଲା କୁମ୍ଭସ୍ନାନ ନିମନ୍ତେ ଲୋକେ ଯାନବାହନ ଛାଡି ଚାଲିଚାଲି ସଙ୍ଗମ ଅଭିମୁଖେ ମୁହାଁଇଛନ୍ତି।  ସହରକୁ ଏକ ସାଙ୍ଗରେ ଏତେ ସଂଖ୍ୟକ ଲୋକେ ଚାଲି ଆସିବା ସବୁ ବ୍ୟବସ୍ଥା ବିଗିଡି ଯାଇଛି। ଲୋକଙ୍କ ଦୈନିକ ଆବଶ୍ୟକତା ପନିପରିବା ମଧ୍ୟ ଏବେ ପ୍ରୟାଗରାଜରେ ମିଳୁ ନାହିଁ। ପ୍ରୟାଗରାଜକୁ ସଂଯୁକ୍ତ କରୁଥିବା ସବୁ ରାସ୍ତାରେ ପୋଲିସ ଏବେ ଲୋକଙ୍କୁ କୁମ୍ଭମେଳା ନଯିବା ପାଇଁ ନିବେଦନ କରୁଥିବା ଦେଖାଯାଉଛି। 

କୁମ୍ଭମେଳାରେ ପରିସ୍ଥିତି ନିୟନ୍ତ୍ରଣ ନିମନ୍ତେ ପୋଲିସ ଦିନରାତି କାମ କରୁଛି ହେଲେ ଭିଡ଼ ସମ୍ଭାଳିବାରେ ଅସହାୟ ହୋଇପଡିଛି। ବିଭିନ୍ନ ରାସ୍ତାରେ ୫ଲକ୍ଷ ଶ୍ରଦ୍ଧାଳୁ ଦୀର୍ଘ ଘଣ୍ଟା ହେଲା ଗାଡ଼ିରେ ବସି ରହିଛନ୍ତି। ସେମାନେ ସାଙ୍ଗରେ ଆଣିଥିବା ଖୋଦ୍ୟ ସାମଗ୍ରୀ ଶେଷ ହୋଇଗଲାଣି। ସାଙ୍ଗରେ ଆସିଥିବା ପିଲା କାନ୍ଦୁଥିବା ବେଳେ ବୟଷ୍କ ଲୋକେ ଧୈର୍ଯ୍ୟ ହରାଉଛନ୍ତି। ଭିଡରେ ଫଶିଥିବା ମହିଳାମାନେ ୱାସରୁମ ଖୋଜୁଛନ୍ତି। ଏହି ଜନସମୁଦ୍ର ସହରର ଟ୍ରାଫିକ ବ୍ୟବସ୍ଥାକୁ ଧ୍ୱଂସ୍ତ କରିଛି। 

ଅଧିକାରୀଙ୍କ ଅନୁସାରେ ୭, ୮ ଓ ୯ ଫେବୃଆରୀରେ ପ୍ରୟାଗରାଜକୁ ୧୫ଲକ୍ଷରୁ ଅଧିକ ଗାଡ଼ି ଆସିଛି। ଏଥିରେ କାନପୁର ଓ ରିଭା ରୁଟରେ ଅବସ୍ଥା ଅତ୍ୟନ୍ତ ଦୟନିୟ ହୋଇପଡିଛି। ରାସ୍ତାକଡ଼ରେ ଯାତ୍ରୀଙ୍କୁ ନେଇ ଗାଡ଼ି ଅଟକି ରହିଛନ୍ତି। ପ୍ରୟାଗରାଜ ସହରର ଲୋକେ ନିଜନିଜ ଘରେ ବନ୍ଦୀ ହୋଇଯାଇଛନ୍ତି। ଲୋକଙ୍କ ଅତ୍ୟାବଶକୀୟ ସାମଗ୍ରୀ ଶେଷ ହୋଇଯାଇଛି। ଏବେ ପ୍ରୟାଗରାଜରେ ରେସନ ସଉଦା ମଧ୍ୟ ମିଳୁ ନାହିଁ। ଏବେ ପ୍ରୟାଗରାଜ ମହାଜାମର ପ୍ରଭାବ ସହରରେ ଅନୁଷ୍ଠିତ ହେଉଥିବା ଉତ୍ସବ ଉପରେ ପଡୁଛି। ଜାମ ଯୋଗୁ ଲୋକେ ଆସି ପାରୁନଥିବାରୁ ବିବାହ ଉତ୍ସବସବୁ ରଦ୍ଦ ହେଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.