ଚେନ୍ନାଇ: କମେଡିଆନ୍ କୁନାଲ କାମରାଙ୍କୁ ଅଗ୍ରୀମ ଜାମିନ । ଏପ୍ରିଲ ୭ ତାରିଖ ପର୍ଯ୍ୟନ୍ତ ଆଗୁଆ ଜାମିନ୍ ପ୍ରଦାନ କରିଛନ୍ତି ମାଡ୍ରାସ ହାଇକୋର୍ଟ । ସେହିଦିନ କୁନାଲ କାମରାଙ୍କ ମାମଲାରେ ଶୁଣାଣି କରିବେ ଉଚ୍ଚ ଅଦାଲତ ।
ସୂଚନା ଆନୁଯାୟୀ, ହାସ୍ୟ ଅଭିନେତା କୁନାଲ କାମରା ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଗଦ୍ଦାର କହି ବିବାଦରେ ଫସିଛନ୍ତି । ଏହା ପରେ ବିବାଦ ହୋଇଥିଲା । ତାଙ୍କ ବିରୋଧ ମୁମ୍ବାଇ ଖାର୍ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । କୁନାଲ କାମରାଙ୍କୁ ପୋଲିସ ଗିରଫ କରିବା ଯୋଜନା ରହିଥିବା ବେଳେ ସେ ଚେନ୍ନାଇ ହାଇକୋର୍ଟରୁ ଆଗ୍ରୀମ ଜାମିନ୍ ପ୍ରାପ୍ତ କରିଛନ୍ତି । ଆସନ୍ତା ଏପ୍ରିଲ୍ ୭ ତାରିଖ ପର୍ଯ୍ୟନ୍ତ ତାଙ୍କ ଗିରଫ ଉପରେ ରୋକ୍ ଲଗାଇଛନ୍ତି ଅଦାଲତ ।
କୁନାଲ କାମର ତାମିଲନାଡ଼ୁ ବିଲ୍ଲୁପୁରମର ମୂଳବାସିନ୍ଦା । କମେଡିଆନ୍ କୁନାଲ କାମରାଙ୍କ ଦ୍ବାରା ହାଇକୋର୍ଟରେ ଦାୟର ହୋଇଥିବା ଅଗ୍ରୀମ ଜାମିନ ଆବେଦନରେ କୁହାଯାଇଛି, ଯେବେଠୁ ତାଙ୍କର ଭିଡିଓ ୟୁଟ୍ୟୁବରେ ଅପଲୋଡ ହୋଇଛି, ସେବେଠାରୁ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକପୂର୍ଣ୍ଣ ମେସେଜ ମିଳୁଛି । ଅନ୍ୟପଟେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ନେଇ ଟିପ୍ପଣୀ ଦେବା ପରେ ଗିରଫଦାରୀ ନେଇ ଆଶଙ୍କା ବଢ଼ିଥିଲା । ଏନେଇ ସେ ମାଡ୍ରାସ୍ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ । ଅଦାଲତ ଆବେଦନକୁ ଗ୍ରହଣ କରି କୁନାଲ କାମରାଙ୍କୁ ଅଗ୍ରୀମ ଜାମିନ୍ ପ୍ରଦାନ କରିଛନ୍ତି । ଆସନ୍ତା ଏପ୍ରିଲ ୭ ତାରିଖ ପର୍ଯ୍ୟନ୍ତ ତାଙ୍କ ଗିରଫ ଉପରେ ରୋକ୍ ଲାଗିଛି ।