ଲଷ୍ମୀ ବସ୍‌ ବଦଳରେ ହେଲା 'ମୁଖ୍ୟମନ୍ତ୍ରୀ ବସ୍ ସେବା', ସବୁଜ ରଙ୍ଗ ବଦଳରେ କରାଗଲା ଗେରୁଆ ରଙ୍ଗ

Published By : Prameya-News7 Bureau | July 02, 2024 IST

ଢେଙ୍କାନାଳ ୦୨/୦୭: ରାଜ୍ୟରେ ବଦଳିଛି ସରକାର, ଆଉ ଲାଗୁ ହୋଇଥିବା ବିଭିନ୍ନ ଯୋଜନାରେ ବି ହେଉଛି ପରିବର୍ତ୍ତନ । ଏହି ପରିପ୍ରେକ୍ଷୀରେ ଲକ୍ଷ୍ମୀ ବସର ହୋଇଛି ରୂପାନ୍ତରୀକଣ । ସବୁଜରୁ ଗେରୁଆ ହୋଇଛି ବସ୍‌ର ରଙ୍ଗ । ଢେଙ୍କାନାଳ ବସଷ୍ଚାଣ୍ଡରେ ଥିବା ୨୮ଟି ବସର ରଙ୍ଗ ବଦଳିଛି । 

ଓଡିଶା ରାଜ୍ୟ ପରିବହନ ନିଗମର ପୂର୍ବ ସରକାରଙ୍କ ସମୟରେ ଗତ ଜାନୁଆରୀ ୩୧ତାରିଖରେ ଢେଙ୍କାନାଳ ଜିଲ୍ଲାରେ ଶୁଭାରମ୍ଭ ହୋଇଥିଲା ଲଷ୍ମୀ ବସ୍ । ଏବେ ଏସବୁରୁ ସବୁଜ ରଙ୍ଗ ହଟା ଯିବା ଅଭିଯାନ ଆରମ୍ଭ ହୋଇଛି । ସବୁଜ ରଙ୍ଗ ବଦଳରେ ବସ୍ ଗୁଡିକୁ ଗେରୁଆ ରଙ୍ଗ କରାଯାଉଥିବା ଦେଖିବାକୁ ମିଳିଛି। 


ବର୍ତ୍ତମାନ ସୁଦ୍ଧା ୩ଟିର ଗେରୁଆ ରଙ୍ଗ ସରିଯାଇଥିବା ବେଳେ ୪ଟି ବସ୍‌କୁ ଗେରୁଆ ରଙ୍ଗ ଚଳିଥିବା ଦେଖିବାକୁ ମିଳିଛି । ଢେଙ୍କାନାଳ ପାଇଁ ପୂର୍ବ ସରକାର ସମୟରେ ମୋଟ ୬୦ଟି ବସ ୫୩ରୁଟ୍‌ରେ ଚଳିବା ପାଇଁ ଘୋଷଣା ହୋଇଥିଲା । ମାତ୍ର ପ୍ରଥମ ପର୍ଯ୍ୟାୟରେ ୨୫ଟି ବସ୍‌କୁ ବ୍ଲକ ସ୍ତରରେ ଜିଲ୍ଲା ସଦର ମହକୁମା କୁ ଚାଲିବା ଆରମ୍ଭ କରିଥିଲା । ତେବେ ଏହାକୁ ବଦଳାଇ କରାଯାଉଛି ମୁଖ୍ୟମନ୍ତ୍ରୀ ବସ୍ ସେବା ।  


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.