TRAIଙ୍କ ବଡ଼ ନିଷ୍ପତ୍ତି, ସାରା ଦେଶରେ ବଦଳିଯିବ ଲ୍ୟାଣ୍ଡଲାଇନ ଫୋନ ନମ୍ବର

Published By : Prameya-News7 Bureau | February 07, 2025 IST

ନୂଆଦିଲ୍ଲୀ ୭।୨: ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଦୁଇ ଦଶନ୍ଧୀ ପୂରୁଣା ନ୍ୟାସନାଲ ନମ୍ବରିଂ ସିଷ୍ଟମ ବଦଳାଇବା ପାଇଁ ସୁପାରିଶ କରିଛନ୍ତି। ଏହି ସୁପାରିଶ ଲାଗୁ ହେବା ପରେ ପୁରା ଦେଶର ଲ୍ୟାଣ୍ଡଲାଇନ ଟେଲିଫୋନ ନମ୍ବର ବଦଳିଯିବ। ଦୂରସଞ୍ଚାର ନିୟାମକ ତାଙ୍କ ରିଲିଜରେ କହିଛନ୍ତି ଯେ ଦେଶରେ ଯେଉଁପରି ମୋବାଇଲ ଫୋନ ଓ କନେକ୍ଟେଡ ଡିଭାଇସେସର ସଂଖ୍ୟା ବଢୁଛି, ଏହାକୁ ନଜରରେ ରଖି ନମ୍ବର ସିଷ୍ଟମରେ ପରିବର୍ତ୍ତନର ଆବଶ୍ୟକତା ପଡୁଛି, ଯାହାଦ୍ୱାରା ସମସ୍ତଙ୍କୁ ନିର୍ଭରଯୋଗ୍ୟ ଟେଲିକମ ସର୍ଭିସ୍ ଉପଲବ୍ଧ କରାଯାଇ ପାରିବ। 

ନ୍ୟାସନାଲ ନମ୍ବର ସିଷ୍ଟମରେ ହେବ ପରିବର୍ତ୍ତନ
ଟ୍ରାଇଙ୍କ ସୁପାରିଶ ଦୂରସଞ୍ଚାର ବିଭାଗ (ଡିଓଟି)ଙ୍କ ୨୦୨୨ରେ ଜାରି ନିର୍ଦ୍ଦେଶ ପରେ ଆସିଛି, ଯେଉଁଥିରେ ଫିକ୍ସଡ ଲାଇନ ନମ୍ବର ଓ ଏହାର ଟେଲିକମ କୋଡକୁ ଠିକ୍ କରିବା ପାଇଁ କୁହାଯାଇଥିଲା। ଟେଲିକମ ଅପରେଟର୍ସ ଓ ଏକ୍ସପର୍ଟଙ୍କଠାରୁ ମିଳିଥିବା ଫିଡବ୍ୟାକ୍ ଅନୁସାରେ ଦୂରସଞ୍ଚାର ନିୟାମକ ବଡ଼ ନିଷ୍ପତ୍ତି ନେଇଛନ୍ତି। 

ଟ୍ରାଇ ତାଙ୍କ ରେକମଣ୍ଡେସନରେ କହିଛନ୍ତି ଯେ ଫିକ୍ସଡ ଲାଇନ ଅର୍ଥାତ ଲ୍ୟାଣ୍ଡଲାଇନର ନମ୍ବରିଂ ସିଷ୍ଟମକୁ ମୋବାଇଲ ଭଳି ୧୦ଡିଜିଟର କରାଯିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ଉପଲବ୍ଧ ନମ୍ବରର ଉପଯୁକ୍ତ ଉପଯୋଗ କରାଯାଇ ପାରିବ। ଏହା ଛଡା ସବୁ ଲ୍ୟାଣ୍ଡ ଲାଇନରେ ଲ୍ୟାଣ୍ଡଲାଇନକୁ କଲ କରିବା ପାଇଁ ‘ଶୂନ୍ୟ’ ଲଗାଇବାର ଆବଶ୍ୟକତା ପଡିବ। ତେବେ ମୋବାଇଲ ଦ୍ୱାରା ଡାୟେଲିଂ କରାଯାଉଥିବା ପ୍ରକ୍ରିୟା ପୂର୍ବଭଳି ରହିବ। 

୬ ମାସର ଡେଡଲାଇନ
ଦୂରସଞ୍ଚାର ନିୟାମକ ଏହି ପରିବର୍ତ୍ତନ ଲାଗି ଟେଲିକମ କମ୍ପାନୀମାନଙ୍କୁ ୬ ମାସ ସମୟ ଦିଆଯାଇଛି। ଏହାଛଡା ଆଗାମୀ ୫ ବର୍ଷରେ ମୋବାଇଲ ଭଳି ଫିକ୍ସଡଲାଇନ ପୋର୍ଟେବେଲିଟି ସିଷ୍ଟମ ଆଣିବାକୁ ଯୋଜନା ରହିଛି। ଟ୍ରାଇ ଫ୍ରଡ କଲରୁ ମୁକ୍ତି ଦେବା ପାଇଁ କଲର ଆଇଡି ନେମ ପ୍ରେଜେଣ୍ଟେସନ ସର୍ଭିସ୍ (ସିଏନଏପି) ରୋଲ ଆଉଟ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଟେଲିକମ କମ୍ପାନୀମାନେ ଏହି ନୂଆ ସିଷ୍ଟମକୁ ତ୍ୱରିତ ଲାଗୁ କରିବେ। 

ଦୂରସଞ୍ଚାର ନିୟାମକ କହିଛନ୍ତିଯେ ଯେ ମେସିନ-ଟୁ-ମେସିନ (ଏମଟୁଏମ) ଡିଭାଇସ ନିମନ୍ତେ ୧୩ ନମ୍ବରର ଡିଜିଟ ଜାରି କରାଯିବ, ଯାହା ଏବେ ୧୦ ଟିକିଆ ନମ୍ବରରେ ରହିଛି। ଏହାଛଡା ଏମାର୍ଜେନ୍ସୀ ନମ୍ବର ନିମନ୍ତେ ସ୍ୱତନ୍ତ୍ର ସର୍ଟ କୋଡସକୁ ଫ୍ରି କରାଯିବ, ଯାହାଦ୍ୱାରା ଆବଶ୍ୟକତା ପଡିଲେ ସରକାର ଏହାକୁ ୟୁଜ୍ କରିପାରିବେ। ଏହାର ସମୟସମୟରେ ଅଡିଟ ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.