ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନ ଗୁରୁତର

Published By : Prameya-News7 Bureau | November 24, 2024 IST

ମାଲକାନଗିରି ୨୪।୧୧ : ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ । ଏହି ବିସ୍ଫୋରଣରେ ଜଣେ ଡିଆର୍‌ଜି ଯବାନ ଗୁରୁତର ହୋଇଥିବା ଜଣାପଡିଛି । ଆହତ ଯବାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ଛତିଶଗଡ଼ ସୁକୁମା ଜିଲ୍ଲାର ତୁମାରପାଡ଼ ଓ ରାୟଗୁଡେମ ରାସ୍ତାରେ ନକ୍ସଲମାନେ ଲ୍ୟାଣ୍ଡମାଇନ୍‌ ଖଞ୍ଜି ଥିଲେ । ଏହି ରାସ୍ତାରେ ସୁରକ୍ଷାକର୍ମୀ ଏବଂ ସ୍ଥାନୀୟ ପୋଲିସ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିଲା । ଏହି ସମୟରେ  ରାସ୍ତାରେ ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଥିଲେ । ଯେଉଁଥିରେ ଜଣେ ଡିଆର୍‌ଜି ଯବାନ ଗୁରୁତର ହୋଇଥିଲେ । ଏହାପରେ ଗୁରୁତର ଯବାନଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଗୁରୁତର ହୋଇଥିବା ଯବାନ ହେଉଛନ୍ତି  ସୁକୁମା ଜିଲ୍ଲା ପୋଲିସର ପଡିଆମ ବିନୋଦ । ସେପଟେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ପରେ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.