ରୋଗୀସେବା କ୍ଷେତ୍ରରେ ଅନନ୍ୟ ଅବଦାନ; ଡାକ୍ତର ବିଦ୍ୟୁତ୍ କୁମାର ଦାସଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ

Published By : Prameya-News7 Bureau | March 06, 2025 IST

କଟକ: ରୋଗୀସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ । ନିଷ୍ଠାପର ସେବା ପାଇଁ ସର୍ବଭାରତୀୟ ସ୍ତରରେ ପ୍ରଶଂସିତ । ବରିଷ୍ଠ ରୁମୋଲୋଜିଷ୍ଟ ଓ ଇମ୍ୟୁନୋଲୋଜିଷ୍ଟ ଡାକ୍ତର ବିଦ୍ୟୁତ୍ କୁମାର ଦାସଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ । ରୋଗୀ କଲ୍ୟାଣ ସେବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ।    


ସେବାକୁ ବ୍ରତ କରି ରୋଗୀସେବା ନିଜକୁ ନିୟୋଜ କରିଛନ୍ତି ଡାକ୍ତର ବିଦ୍ୟୁତ୍ କୁମାର ଦାସ । ଦୀର୍ଘ ୪୦ ବର୍ଷ ଧରି ସେ ସରକାରୀ ମେଡିକାଲରେ ଚିକିତ୍ସା ସୁବିଧା ଯୋଗାଇ ଆସୁଛନ୍ତି । ଜଣେ ସରଳ ମଣିଷ ଏବଂ ରୋଗୀ ସେବାକୁ ବ୍ରତ କରିଥିବାରୁ ଡାକ୍ତର ରୂପୀ ଭଗବାନ ଏବେ ଘରେ ଘରେ ପରିଚିତ । ଦୀର୍ଘ ସମୟ ଧରି ଲୋକଙ୍କ ସେବା କରିଆସିଥିବାରୁ ରୁମୋଲୋଜିଷ୍ଟ ଓ ଇମ୍ୟୁନୋଲୋଜିଷ୍ଟ ଡାକ୍ତର ବିଦ୍ୟୁତ୍ କୁମାର ଦାସଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ ମିଳିଛି ।...  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.