ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ, ଖଣ୍ଡାରେ ହାଣି ଲୁଟିନେଲେ ଟଙ୍କା ଓ ସୁନା

Published By : Prameya-News7 Bureau | March 24, 2025 IST

BREAKING NEWS

ଭୁବନେଶ୍ୱର ୨୪।୦୩ : ରାଜଧାନୀରେ ବ୍ୟବସାୟୀଙ୍କ ଠାରୁ ଲୁଟ୍‌ । ଭୁବନେଶ୍ୱର ରାଜମହଲ ଛକ ନିକଟରୁ ଜଣେ ବ୍ୟବସାୟୀଙ୍କ ଠାରୁ ଲୁଟ୍‌ ହୋଇଛି । ଖଣ୍ଡାରେ ଆକ୍ରମଣ କରି ଦୁର୍ବୃତ୍ତ ନେଇଗଲେ ସୁନା-ରୂପା ଏବଂ ଟଙ୍କା । 

ଖବର ଅନୁଯାୟୀ, ଭୁବନେଶ୍ୱର ଏକ ନମ୍ବର ମାର୍କେଟରେ ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସୁନା ଦୋକାନ ରହିଛି । ସେଠାରୁ ଦୋକାନ ବନ୍ଦ କରି ରବିବାର ବିଳମ୍ବିତ ରାତିରେ ବଡ଼ଗଡ଼ ବ୍ରିଟ୍‌ କଲୋନୀରେ ଥିବା ନିଜ ଘରକୁ ଫେରୁଥିଲେ। ଏହି ସମୟରେ ରାଜମହଲ ଛକରେ ଘଟିଲା ଅଘଟଣ । ରାଜମହଲ ଛକ ନିକଟରେ ୨ଜଣ ଦୁର୍ବୃତ୍ତ ଆସି ପୂର୍ଣ୍ଣଚନ୍ଦ୍ରଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଯାହାପରେ ବଳପୂର୍ବକ ସ୍କୁଟି ଡ଼ିକିରେ ଥିବା ୧ ଲକ୍ଷ ୭୦ ହଜାର ଟଙ୍କା, ପୂର୍ଣ୍ଣଚନ୍ଦ୍ର ପିନ୍ଧିଥିବା ଗୋଟିଏ ସୁନା ଚେନ୍‌, ସୁନା ବ୍ରେସ୍‌ଲେଟ୍‌ ଛଡାଇ ନେଇଥିଲେ ଦୁର୍ବୃତ୍ତ ।

ଦର ବଢାଇବେ ମାରୁତି, ସୁଜୁକି, ହ୍ୟୁଣ୍ଡାଇ, ମହିନ୍ଦ୍ରା: ୪% ଯାଏଁ ମହଙ୍ଗା ହେବ ବିଭିନ୍ନ ମଡେଲ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.