ଭୁବନେଶ୍ୱର ୧୦।୧୧ : ରାଜଧାନୀ ଉପକଣ୍ଠ ଡକାୟତଙ୍କ ଆତଙ୍କ । ବନ୍ଧୁକ ମୁନରେ ଲୁଟିନେଲେ ସୁନା ଅଳଙ୍କାର । ବିରୋଧ କରିବାକୁ ୨ ଜଣଙ୍କୁ ମାଡ ମାରିବା ସହ ଗାଡି ଭାଙ୍ଗିଦେଲେ । ବାରଙ୍ଗ ଥାନା ନରାଜ-ବିଦ୍ୟାଧରପୁର ପାହାଡ ନିକଟରେ ଘଟିଛି ଏପରି ଲୁଟ୍ ଘଟଣା । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ନରାଜ - ବିଦ୍ୟାଧରପୁର ପାହାଡ ଦେଇ ସ୍କୁଟିରେ ଯାଉଥିଲେ ଯୁବକ ଯୁବତୀ। ଏହି ସମୟରେ ୬ ଜଣ ଦୁର୍ବୃତ୍ତ ମଝିରାସ୍ତାରେ ଗାଡି ଅଟକାଇ ବନ୍ଧୁକ ଦେଖାଇଥିଲେ। ତାଙ୍କୁ ମାଡ଼ ମାରିଥିଲେ। ଟଙ୍କା ପଇସା କିଛି ନ ପାଇବାରୁ ଯୁବତୀଙ୍କ ବେକରେ ଥିବା ଚେନକୁ ଛିଣ୍ଡାଇଥିଲେ । ଉଭୟ ପ୍ରତିବାଦ କରିବାରୁ ଦୁର୍ବୃତ୍ତ ମାନେ ୨ଜଣଙ୍କୁ ମାଡ଼ ମାରିବା ସହ ଗାଡ଼ିକୁ ଭାଙ୍ଗି ଥିଲେ।
ଅନ୍ୟପଟେ ସେହି ବାଟ ଦେଇ ଆସୁଥିବା କିଛି ହାଇଓ୍ୱା ସେମାନଙ୍କୁ ଦେଖି ଅଟକିଥିଲେ। ଦୁର୍ବୃତ୍ତଙ୍କ ଭିତରୁ ଜଣେ ବନ୍ଧୁକ କାଢ଼ି ୨ ରାଉଣ୍ଡ ଫାଙ୍କା ମଧ୍ୟ ଚଳାଇଥିଲେ। ଅନ୍ୟ ଗାଡ଼ି ଚାଳକଙ୍କୁ ଡରେଇବାରୁ ସେଠାରୁ ୬ ଜଣ ନରାଜ ଆଡେ ପଲେଇଥିଲେ। ଘଟଣାସ୍ଥଳରେ ବାରଙ୍ଗ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।