ଭୁବନେଶ୍ୱର ୧୦।୧୧ : ରାଜଧାନୀରେ ପୁଣି ମାତିଲେ ଝରକା ତଡା ଲୁଟ କରୁଥିବା ଗ୍ୟାଙ୍ଗ । ଭୁବନେଶ୍ୱର ଇନଫୋସିଟି ଶ୍ରୀ ଗଣେଶ ବିହାର ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ କର୍ମଚାରୀ ବଂଶୀଧର ଗୌଡ଼ଙ୍କ ଘରେ ଲୁଟେରା କଳାକନା ବୁଲାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଲୁଟେରାମାନେ ଶାବଳରେ ଝରକା ତାଡ଼ି ଘରେ ପଶିଥିଲେ । ବୃଦ୍ଧ ଦମ୍ପତ୍ତିଙ୍କୁ ଭିତର ପଟୁ ତାଲା ପକାଇ ଲୁଟିନେଇଥିଲେ ସୁନା ଅଳଙ୍କାର ସହ ନଗଦ ଟଙ୍କା। ଘରୁ ଲୁଟିନେଲେ ୨୦ଲକ୍ଷ ଟଙ୍କାର ଜିନିଷ । ଏନେଇ ଇନ୍ଫୋସିଟି ଥାନାରେ ଅଭିଯୋଗ କରିଛନ୍ତି ବଂଶୀଧର ଗୌଡ଼। ଅଭିଯୋଗ ପରେ ଇନ୍ଫୋସିଟି ଥାନା ପୋଲିସ ଛାନଭିନ୍ କରୁଛି ।