ନିଆରା ଢଙ୍ଗରେ ଚୋରି, ଫୋନ୍‌ ପେରେ ସ୍କାନ କରି ନେଇଗଲେ ୨୨ ହଜାର ଟଙ୍କା

Published By : Prameya-News7 Bureau | February 25, 2024 IST

ବଲାଙ୍ଗୀର ୨୫।୦୨ : ନିଆରା ଢ଼ଙ୍ଗରେ ଚୋରି। ପ୍ରଥମେ ମୋବାଇଲ ଚୋରି କଲେ ପରେ ଗ୍ରାହକ ସେବାକେନ୍ଦ୍ରକୁ ଯାଇ ଅତି ଚତୁରତାର ସହ ଫୋନ ପେରେ ସ୍କାନ କରି ହଡପ କରିଦେଲେ ୨୨ ହଜାର ଟଙ୍କା। ବଲାଙ୍ଗୀର ସହରରେ ଏଭଳି ଘଟଣା ଘଟିଛି ।

wp:html /wp:html

ଖବର ଅନୁଯାୟୀ, ବଲାଙ୍ଗୀର ସହର କବାଟପଡାର ସତ୍ୟନାରାୟଣ ଚନ୍ଦ ଶୁକ୍ରବାର ଦିନ ଯାଇଥିଲେ ମାର୍କେଟିଂ ପାଇଁ ଯାଇଥିଲେ । ସେଠାରେ ମୋବାଇଲ ଚୋରି ହୋଇଯାଇଥିଲା । ପରେ ଏନେଇ ଖୋଜାଖୋଜି କରିବା ପରେ ମୋବାଇଲ ମିଳିନଥିଲା। ଏହା ପରେ ବ୍ୟାଙ୍କକୁ ଯାଇ ଟଙ୍କା ଉଠାଇବା ପାଇଁ ଆସିଥିଲେ । ବ୍ୟାଙ୍କ ଷ୍ଟେଟମେଣ୍ଟରେ ଆକାଉଣ୍ଟରୁ ଟଙ୍କା ଉଠାଣ ହୋଇଥିବା ଜଣାପଡିଥିଲା । ତେବେ ଗ୍ରାହକ ସେବା କେନ୍ଦ୍ରରେ ଫୋନ ପେରେ ସ୍କାନ କରି ଟଙ୍କା ଉଠାଯାଇଥିବା ଜଣାପଡିଥିଲା । ସେଠାରେ ସିସିଟିଭି ଯାଞ୍ଚ ପରେ ଟଙ୍କା ଉଠାଇଥିବାର ଦୃଶ୍ୟ କଏଦ ହୋଇଛି । ଟାଉନ ଥାନାରେ ଲୁଟ ଶିକାର ହୋଇଥିବା ବ୍ୟକ୍ତି ଏତଲା ଦେଇଛନ୍ତି। ଏନେଇ ପୋଲିସ ଛାନଭିନ ଆରମ୍ଭ କରିଛି ।

wp:embed {"url":"https://www.prameyanews7.com/athagarh-sub-jail-may-be-close-soon-in-future/","type":"wp-embed","providerNameSlug":"prameya-news-7"}
https://www.prameyanews7.com/athagarh-sub-jail-may-be-close-soon-in-future/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.