ଭୋପାଳରୁ ଆସିଲା ସ୍ୱାବ୍ ରିପୋର୍ଟ, କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ

Published By : Prameya-News7 Bureau | September 08, 2024 IST

କେନ୍ଦ୍ରାପଡ଼ା ୦୮।୦୯ : କେନ୍ଦ୍ରାପଡ଼ା ଜିଲ୍ଲାରେ ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ହୋଇଛି। ମଧ୍ୟପ୍ରଦେଶ ଭୋପାଳକୁ ପରୀକ୍ଷା ପାଇଁ ଯାଇଥିବା ସ୍ବାବ୍ ନମୁନା ରିପୋର୍ଟ ମିଳିବା ପରେ ପ୍ରାଣୀ ସମ୍ପଦ ବିଭାଗ ଏହା ସ୍ପଷ୍ଟ କରିଛି।

ଡେରାବିଶ ବ୍ଳକ୍ ର ବାଲିଆ ଓ ଏଣ୍ଡର ପଞ୍ଚାୟତରୁ ଯାଇଥିବା କୁକୁଡ଼ାଙ୍କ ସ୍ବାବ୍ ରିପୋର୍ଟରେ ଭୂତାଣୁ ମିଳିଥିବା ବିଭାଗୀୟ କର୍ତ୍ତୃପକ୍ଷ ପକ୍ଷ ସୂଚନା ଦେଇଛନ୍ତି । ଯାହାକୁ ନେଇ ଏବେ ଡେରାବିଶ ଓ କେନ୍ଦ୍ରାପଡ଼ା ଅଞ୍ଚଳରେ ଭାଳେଣି ପଡିଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ କହିଛନ୍ତି, ବାଲିଆ ଓ ଏଣ୍ଡରରୁ ମିଳିଥିବା କୁକୁଡ଼ାଙ୍କ ସ୍ବାବ୍ ରିପୋର୍ଟ ପଜିଟିଭ୍ ଆସିଛି। ବିଭାଗ ତରଫରୁ ଆବଶ୍ୟକ ସତର୍କତାମୂଳକ ପଦ ମୂଳକ ପଦକ୍ଷେପ ନିଆଯାଉଛି। ଡେରାବିଶ ବ୍ଳକ୍ ଅଧୀନ ନରସିଂହପୁର ପଞ୍ଚାୟତର ବାଇକିଆ ପଡ଼ିଆରେ ସେପ୍ଟେମ୍ବର ୧ ତାରିଖରେ ଶହ ଶହ ମଲା କୁକୁଡ଼ା ବିକ୍ଷିପ୍ତ ହୋଇ ବିଭିନ୍ନ ସ୍ଥାନରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପରେ ବ୍ଲକ୍ ର ଏଣ୍ଡର, ବାଲିଆ, ଲରାହାଟ ଓ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତକୁ ବାର୍ଡ ଫ୍ଲୁ ଡେଇଁଥିଲା । ଏହି ୫ ପଞ୍ଚାୟତରେ ଏବେ ମଧ୍ୟ କୁକୁଡ଼ା ମଡ଼କ ଲାଗିରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.