ମୁନିଗୁଡ଼ା ୦୯।୧୨ : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ନିକଟରେ ଲୁଟ୍ । ଦୋକାନ ଖୋଲିବା ବେଳେ ଝାମ୍ପିନେଲେ ସୁନା ବ୍ୟାଗ୍ । ଲୁଟ୍ ସଂପର୍କରେ ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ ।
ସୋମବାର ସକାଳୁ ସକାଳୁ ଅମ୍ବାଦଳା ନିକଟରେ ଥିବା ଏକ ଜୁଏଲାରୀ ମାଲିକ ଅଳଙ୍କାର ବ୍ୟାଗ୍ ରଖି ଦୋକାନର ସଟର ଖୋଲୁଥିଲେ । ଏହି ସମୟରେ ବାଇକ୍ରେ ଆସି ଦୁର୍ବୃତ୍ତମାନେ ସୁନା ବ୍ୟାଗ୍କୁ ଝାମ୍ପି ନେଇଥିଲେ । ବ୍ୟାଗ୍ର ପ୍ରାୟ ୫୦୦ ଗ୍ରାମର ସୁନା ଅଳଙ୍କାର ଥିବା ଜଣାପଡିଛି । ସେପଟେ ଲୁଟ୍ ପରେ ଦୋକାନ ମାଲିକଙ୍କ ପକ୍ଷରୁ ନିକଟସ୍ଥ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ଦୋକାନ ଏବଂ ଦୋକାନ ବାହାରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ।